ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ପାଖରେ ଏହି ୩ ଗୁଣ ଅଛି କି ନାହିଁ ପରଖି ନିଅନ୍ତୁ, ଖୁସିରେ ରହିବେ

ସ୍ବାମସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଦମ୍ପତିଙ୍କର କିଛି ଗୁଣ ବିଷୟରେ କହିଛନ୍ତି। ଜୀବନସାଥୀ ଚୟନ ସମୟରେ ସେ ସବୁ ଗୁଣକୁ ପରଖିଲେ ବୈବାହିକ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ। ଆସନ୍ତୁ ସେଗୁଡ଼ିକୁ ଜାଣିବା:-

-ସୁନ୍ଦର ଗୁଣ: ଚାଣକ୍ୟ କହିଛନ୍ତି ମନୁଷ୍ୟକୁ ଜୀବନସାଥୀ ଚୟନ କରିବା ସମୟରେ ଅନେକ କଥାକୁ ଦୃଷ୍ଟିରେ ରଖିବା ଉଚିତ। କେବଳ ସୁନ୍ଦର ହେଲେ ବିବାହ କରିନେବା ଅନୁଚିତ, ସାଥୀଙ୍କ ଗୁଣ ବିଷୟରେ ଜାଣି ନେବା ଉଚିତ। ଜଣେ ଅନ୍ୟର ଗୁଣ ବିଷୟରେ ଜାଣିବା ପରେ ବିବାହ କଲେ ଖୁସିରେ ରହିବେ ବୋଲି ଚାଣକ୍ୟ କହିଛନ୍ତି।

-ଧୌର୍ଯ୍ୟ: ମନୁଷ୍ୟ ମଧ୍ୟରେ ଧୌର୍ଯ୍ୟ ରହିବା ଉଚିତ। ଏହା ନ ଥିଲେ ବ୍ୟକ୍ତି ଅସ୍ଥିର ହୋଇଯାଏ। ଏଣୁ ହେବାକୁ ଯାଉଥିବା କାମ ବିଗିଡ଼ି ଯାଇଥାଏ। କେବଳ ଧୌର୍ଯ୍ୟବାନ ବ୍ୟକ୍ତି ସବୁପ୍ରକାର ପରିସ୍ଥିତିରେ ନିଜକୁ ସମ୍ଭାଳି ନେବାର ସାମର୍ଥ୍ୟ ରଖିଥାଏ ବୋଲି ଚାଣକ୍ୟ କହିଛନ୍ତି। ଏଣୁ ଧୌଯ୍ୟବାନ ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ।

-ସଂସ୍କାର: ମନୁଷ୍ୟ ଜୀବନରେ ସଂସ୍କାର ବଡ଼ ଜିନିଷ। ଏଣୁ ଜୀବନସାଥୀଙ୍କ ନିକଟରେ ଏହି ଗୁଣ ଅଛି କି ନାହିଁ ତାହା ଦେଖନ୍ତୁ। ସଂସ୍କାରୀ ହୋଇଥିବା ବ୍ୟକ୍ତି କଠିନ ସମୟରେ ଆତ୍ମସମ୍ମାନ ବଜାୟ ରଖିବାରେ ସହାୟକ ହୋଇଥାଏ। ଅପରପକ୍ଷେ ଅସଂସ୍କାରୀ ହୋଇଥିଲେ ଆପଣଙ୍କୁ ନିନ୍ଦା ଶୁଣିବାକୁ ପଡ଼ିଥାଏ।

-ରାଗ: ରାଗ ସବୁଠାରୁ ଖରାପ ଗୁଣ। ଚାଣକ୍ୟ କୁହନ୍ତି ରାଗି ବ୍ୟକ୍ତି ଜୀବନକୁ ସବୁବେଳେ ମଝି ନଈରେ ରଖିଥାନ୍ତି। ବହୁତ ରାଗି ବ୍ୟକ୍ତି ଜୀବନରେ କେବେ ବି ସୁଖି ହୋଇ ନ ଥାନ୍ତି। ଏଣୁ ଜୀବନସାଥୀ ସ୍ବଭାବରେ ରାଗି ହୋଇଥିଲେ ମନୁଷ୍ୟ କେବେ ବି ସୁଖୀ ରହି ନ ଥାନ୍ତି। ଏଣୁ ସୁଖୀ ବୈବାହିକ ଜୀବନ ପାଇଁ ଶାନ୍ତ ସ୍ବଭାବର ହେବା ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri