ଜାଲ୍‌ କରି ନେଇଗଲେ ୧୪.୩୨ ଲକ୍ଷର ମେଟାଲ

ଢେଙ୍କାନାଳ ଅଫିସ, ୧୦।୧: ଆପ୍‌ ମାଧ୍ୟମରେ ନକଲି କାଗଜପତ୍ର ପ୍ରସ୍ତୁତ କରି ନେଇଗଲେ ୩୦.୦୫ ମେଟ୍ରିକ ଟନ୍‌ର ମୂଲ୍ୟବାନ ବିଲେଟ୍‌ ମେଟାଲ। ଏଭଳି ଏକ ଠକେଇ ମାମଲାରେ ଢେଙ୍କାନାଳ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହିତ ଟ୍ରକ୍‌ (ନଂ. ଓଡ଼ି ୦୫ ଜେଡ୍‌ ୧୦୯୫) ଜବତ କରିଛି। ତଦନ୍ତ ଚାଲିଥିବାରୁ ପୋଲିସ ଅଭିଯୁକ୍ତଙ୍କ ନାମ ସାର୍ବଜନୀନ କରିନାହିଁ। ଯାଜପୁର ଜିଲାର ଇନ୍‌ଫ୍ରା ଓ ଲଜିଷ୍ଟିକ ସଂସ୍ଥା ପ୍ରୋପ୍ରାଇଟର ଚିନ୍ମୟ ପାଲ ଗତ ୩ ତାରିଖରେ ବାଲିମୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, କେତେଜଣ ଅଭିଯୁକ୍ତ ଜାଲ ସିମ୍‌କାର୍ଡ ଏବଂ ଆପ୍‌ ବ୍ୟବହାର କରି ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ। ରୁଙ୍ଗ୍‌ଟା କମ୍ପାନୀରେ ଏହି କାଗଜପତ୍ର ଦେଖାଇବା ସହିତ ଟ୍ରକ ନମ୍ବର ଜାଲ୍‌ କରି ୩୦.୦୫ ମେଟ୍ରିକ ଟନ୍‌ ବିଲେଟ୍‌ ମେଟାଲ ସୁନ୍ଦରଗଡ଼ ଜିଲା ବଣାଇକୁ ନେଇଯାଇଥିଲେ, ଯାହାର ମୂଲ୍ୟ ୧୪.୩୨ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ପୋଲିସ ତଦନ୍ତ କରି କଟକ ଜିଲା ନିଆଳି ଏବଂ ଓ ଦକ୍ଷିଣମୂଷା ଅଞ୍ଚଳର ୨ ଜଣଙ୍କୁ ଗିରଫ କରିଛି। ସେହିପରି ରାସୋଳ ଥାନା ଅଞ୍ଚଳରେ ଟ୍ରକ୍‌ରେ ଜାଲ୍‌ ନମ୍ବର ବ୍ୟବହାର କରି ୨୧ ମେଟ୍ରିକ୍‌ ଟନ କୋଇଲା ଚୋରାଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। କେତେଜଣ ଅଭିଯୁକ୍ତ ବିଭିନ୍ନ ଆପ୍‌, ସିମ୍‌କାର୍ଡ ମାଧ୍ୟମରେ ତଥ୍ୟ ସଂଗ୍ରହ କରି ପରିବହନରେ ଏଭଳି ଠକେଇ କରୁଛନ୍ତି। ଏଥିପ୍ରତି ସତର୍କ ରହିବାକୁ ପରିବହନ ସଂସ୍ଥା, ଟ୍ରକ୍‌ ମାଲିକ ଏବଂ କର୍ମଚାରୀଙ୍କୁ ପୋଲିସ ସଚେତନ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?