ଠାକୁରଙ୍କୁ ନେଇ ଆନନ୍ଦଲାଭ କରିବା ହିଁ ଉତ୍ସବ

ଭୁବନେଶ୍ୱର,୧୧।୨: ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ମହୋତ୍ସବ ଏବଂ ସ୍ଥାନୀୟ ସତ୍‌ସଙ୍ଗ ବିହାର ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ଉତ୍ସବ ରବିବାର ମଞ୍ଚେଶ୍ୱରସ୍ଥିତ ରେଳବାଇ ଖେଳ ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଛି।

ସତ୍‌ସଙ୍ଗର ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ସଦୟ ଉପସ୍ଥିତିରେ ଆୟୋଜିତ ଏହି ଭବ୍ୟ ଉତ୍ସବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଏହି ଅବସରରେ ଆଶୀର୍ବଚନ ପ୍ରଦାନ କରି ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ କହିଥିଲେ, ଠାକୁରଙ୍କୁ ନେଇ ଆନନ୍ଦଲାଭ କରିବା ପ୍ରତି ଉତ୍ସବର ଲକ୍ଷ୍ୟ। ଏହି ଆନନ୍ଦରେ ସାମିଲ ହେବାକୁ ମୁଁ ଏଠାକୁ ଆସିଛି। ଉତ୍ସବ ପ୍ରାତଃକାଳରୁ ଆରମ୍ଭ ହୋଇ ଉଷାବିନତି, ସଦ୍‌ଗ୍ରନ୍ଥ ପାଠ, ଭକ୍ତି ସଙ୍ଗୀତ ପରିବେଷଣ ହୋଇଥିଲା।

ସକାଳ ୯ଟାରୁ ଉତ୍ସବର ବିଭିନ୍ନ ମଞ୍ଚରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ମାତୃମଞ୍ଚରେ ମା’ଓ ଭଉଣୀମାନେ ଭକ୍ତି ସଙ୍ଗୀତ, ନୃତ୍ୟ ପରିବେଷଣ ସହ ସଦାଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ପୂର୍ବାହ୍ନ ୧୧ଟାରେ ଉତ୍ସବର ସ୍ମରଣିକା ‘ତର୍ପଣ’କୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।

ସତ୍‌ସଙ୍ଗର ଶ୍ରୀ ଶ୍ରୀ ଆଚର୍ଯ୍ୟଦେବ ଉତ୍ସବସ୍ଥଳରେ ପହଞ୍ଚିବା ପରେ ଉପସ୍ଥିତ ଶିଷ୍ୟ, ଅନୁରାଗୀ ତାଙ୍କୁ ଦର୍ଶନ ପ୍ରଣାମ କରିଥିଲେ। ରାଜ୍ୟପାଳ ରଘୁବର ଦାସ ଉତ୍ସବରେ ଯୋଗଦେଇ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କୁ ଦର୍ଶନ କରିଥିଲେ। ଏଥିସହ ବିଭିନ୍ନ ରାଜନୈତିକ ବ୍ୟକ୍ତିତ୍ୱ, ସାହିତି୍ୟକ, କ୍ରୀଡ଼ାବିତ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଉତ୍ସବରେ ଯୋଗ ଦେଇଥିଲେ। ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଉପସ୍ଥିତିରେ ଶିବାନନ୍ଦ ପ୍ରସାଦ, ଡା. ବିନାୟକ ମହାପାତ୍ର ଆଲୋଚନା କରିଥିବା ବେଳେ ଚକ୍ରଧାରୀ ନାୟକ, ପଣ୍ଡିତ ବଳରାମ ଦାସ, ସିଦ୍ଧାର୍ଥ ଧଳ, ଅମିତାଭ ସାମନ୍ତରାୟ ପ୍ରମୁଖ ଭଜନ ଓ କୀର୍ତ୍ତନ ପରିବେଷଣ କରିଥିଲେ। ଅପରାହ୍ନ ୩ଟାରେ ଦେଓଘରରୁ ଆଗତ ହ୍ବାଇଟ ବ୍ୟାଣ୍ଡ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ସ୍ପିରିଚୁଆଲ ଅର୍କେଷ୍ଟ୍ରା ପରିବେଷଣ କରିଥିଲେ। ସନ୍ଧ୍ୟାରେ ବିନତି ପ୍ରାର୍ଥନା ପରେ ଶାଶ୍ୱତ ଯୋଗୀ ଓ ତାଙ୍କ ସାଥୀ ଓଡ଼ିଶୀ ନୃତ୍ୟ ସହ ଅନ୍ୟ ପ୍ରାନ୍ତୀୟ ନୃତ୍ୟ ପରିବେଷଣ କରିଥିଲେ।

ଦିବସବ୍ୟାପୀ ଦୀକ୍ଷାପତ୍ର କାର୍ଯ୍ୟ ଚାଲିଥିଲା। ସତ୍‌ସଙ୍ଗ ମେଡିକାଲ ଆସୋସିଏଶନ ପକ୍ଷରୁ ମଲି୍ଟସ୍ପେଶାଲିଟି ହେଲ୍‌ଥ କ୍ୟାମ୍ପ କରାଯାଇଥିଲା। ଏଥିରେ ସହସ୍ରାଧିକ ବ୍ୟକ୍ତିଙ୍କ ମାଗଣା ରୋଗ ପରୀକ୍ଷା କରାଯିବା ସହ ଔଷଧ ବଣ୍ଟନ କରାଯାଇଥିଲା। ସତ୍‌ସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ ପକ୍ଷରୁ ସମସ୍ତଙ୍କୁ ଚା’ ବିସ୍କୁଟ ବିତରଣ କରାଯାଇଥିଲା। ଦିବସ ଏବଂ ରାତିରେ ଆୟୋଜିତ ଭଣ୍ଡାରାରେ ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏବଂ ଅନୁରାଗୀ ଯୋଗଦେଇ ପ୍ରସାଦ ସେବନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?