ଗଞ୍ଜାମରେ ହେବ ୧୩୩ ସ୍ମାର୍ଟ ହାଇସ୍କୁଲ: ଛାତ୍ରୀଛାତ୍ରଙ୍କ ସହ କଥା ହେଲେ ୫ଟି ସଚିବ

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୩୩ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ ପାଇଁ କାମ ଚାଲିଛି। ଏହାର ଅଗ୍ରଗତି ନେଇ ଗୁରୁବାର ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍କୁଲର ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଭାପତିମାନଙ୍କ ସହ ଆଲୋଚନା କରିଛନ୍ତି। ଏହି କନ୍‌ଫରେନ୍ସରେ ଛତ୍ରପୁର ସ୍ଥିତ କାର୍ଯ୍ୟାଳୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅନସ୍ଲୋ ସରକାରୀ ହାଇସ୍କୁଲର ପ୍ରଧାଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭାପତି ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ। ସେହିପରି ପ୍ରତି ବ୍ଲକରେ ଅନ୍ୟ ସ୍କୁଲର ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଭାପତିମାନେ ମଧ୍ୟ ଏଥିରେ ଯୋଡି ହୋଇଥିଲେ। ତେବେ ସ୍କୁଲରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲ୍ୟାବ, କ୍ରୀଡା ଭିତ୍ତିଭୂମି, ପାନୀୟଜଳ, ଶୌଚାଳୟର ବିକାଶ କରାଯିବ ବୋଲି ଆଲୋଚନା ହୋଇଥିଲା। ଆଉ ଏଥିପାଇଁ ପ୍ରତି ସ୍କୁଲ ଲାଗି ୪୫ଲକ୍ଷ ଟଙ୍କା ଅନୁଦାନ ଆସିଛି ବୋଲି ପାଣ୍ଡିଆନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶାକର୍ମୀଙ୍କୁ ଆକ୍ରମଣ, ୨ ଗିରଫ

ନୟାଗଡ଼ ଅଫିସ/ରଣପୁର,୧୧ା୫(ସ୍ବ.ପ୍ର.): ରଣପୁର ଥାନା ବିନୋଦପଡାଠାରେ ଭୁବନେଶ୍ୱର ଫେରନ୍ତାଙ୍କ ନାମ ପଞ୍ଜୀକରଣ କରିବାରୁ କରୋନା ଯୋଦ୍ଧା ଆଶାକର୍ମୀ ନଳିନୀ ପ୍ରଧାନଙ୍କୁ ରବିବାର ରାତିରେ ଆକ୍ରମଣ ହୋଇଛି।...

ବେଆଇନ ହୋମିଓପ୍ୟାଥିକ୍‌ ଔଷଧ ଜବତ

ଜୟପୁର,୫।୨(ଡି.ଏନ.ଏ): କୋରାପୁଟ ଜିଲା ଜୟପୁର ସହର ଲିଙ୍ଗରାଜ ନଗରଠାରେ ବେଆଇନ ଭାବେ ରଖାଯାଇଥିବା ୮୦୦ଟି ହୋମିଓପ୍ୟାଥିକ ଔଷଧ ବୋତଲ ଜବତ କରାଯାଇଛି। ଟାଉନ ଥାନା ଏବଂ...

ମରୁଡ଼ି କବଳରେ କେନ୍ଦ୍ରାପଡ଼ାର ଧାନଚାଷ

କେନ୍ଦ୍ରାପଡ଼ା ଅଫିସ,୬।୮: ବାତ୍ୟା ୟାସ୍‌ ବ୍ୟତୀତ ଫେବୃୟାରୀଠାରୁ କେନ୍ଦ୍ରାପଡ଼ା ଜିଲାରେ ସ୍ବାଭାବିକ ବର୍ଷା ହୋଇନାହିଁ। ମୌସୁମୀ ପ୍ରବେଶକୁ ଇତିମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ବର୍ଷା...

ଭଦ୍ରକରେ ବଢିଲା ଲକ୍‌ଡାଉନ କଟକଣା

ଭଦ୍ରକ ଅଫିସ, ୨୨ା୭- ଭଦ୍ରକ ଜିଲାରେ ବଢ଼ୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବୁଧବାର ଜିଲାର ସମସ୍ତ ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ...

ଜୁନାଗଡ଼ରୁ ୩.୨ କୁଇଣ୍ଟାଲ ରତ୍ନ ପଥର ଜବତ, ଯୁବକ ଅଟକ

ଜୁନାଗଡ଼,୧୩।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଲାସ ଗ୍ରାମରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଓ ଜୁନାଗଡ଼ ପୋଲିସ ରବିବାର ସନ୍ଧ୍ୟାରେ ଚଢ଼ାଉକରି ୩ କୁଇଣ୍ଟାଲ...

ଆଣ୍ଟାର୍କଟିକା ଯିବେ ରାଉରକେଲା ଝିଅ ନିବେଦିତା

ରାଉରକେଲା ଅଫିସ,୪।୧୨: ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା ପାଇଁ ଆଣ୍ଟାର୍କଟିକା ଯିବେ ରାଉରକେଲା ଝିଅ ନିବେଦିତା ବିଶ୍ୱାଳ। ଗ୍ଲେସିୟର ତରଳିବା ବିଶ୍ୱବାସୀଙ୍କ ପାଇଁ କେତେ ବିପଦପୂର୍ଣ୍ଣ...

‘ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ୍‌ କର’

କଟକ ଅଫିସ, ୨୫ା୮: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ନେଇ ସ୍ବଚ୍ଛତା ନିମନ୍ତେ ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ କର। ଏହାର ଭିଡିଓଗ୍ରାଫି...

ଗାଧୋଇବା ବେଳେ ଚାଲିଗଲା ଜୀବନ

ଜଗତସିଂହପୁର ଅଫିସ, ୧୭।୩: ଜଗତସିଂହପୁର ଜଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ବଡ଼ଜିଙ୍ଗଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଷଲ ମହାନଦୀ ଘାଟରେ...

Advertisement
Archives

Model This Week