୧୬ ଜିଲାରୁ ୧୩ ହଜାର ଶିଶୁ ଶ୍ରମିକ ଚିହ୍ନଟ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜ୍ୟର ୧୬ ଜିଲାରୁ ୧୩,୬୨୦ ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଛନ୍ତି। ୨୦୧୬ରୁ ୧୦୧୮ ମଧ୍ୟରେ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ଜରିଆରେ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ମିଳିଛି। ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶୁଶାନ୍ତ ସିଂ ଭାଜପା ସଭ୍ୟ ନାଉରୀ ନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୧୬ ଜିଲାରୁ ଚିହ୍ନଟ କରାଯାଇଥିବା ଶିଶୁ ଶ୍ରମିକ ମଧ୍ୟରୁ ୭,୨୩୫ ଜଣ ପୁଅ ହୋଇଥିବା ବେଳେ ୬.୩୮୫ ଜଣ ଝିଅ ରହିଛନ୍ତି। କଳାହାଣ୍ଡି ଜିଲାରେ ସର୍ବାଧିକ ୨୫୩୬ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରେ ୧୮୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେବଗଡ଼ରେ ୧୮୭୫, ସୁନ୍ଦରଗଡ଼ ୧୩୫୧, ଗଜପତି ୯୯୯ , କଟକ ୮୯୦, କେନ୍ଦୁଝର ୮୧୬, ଗଞ୍ଜାମ ୬୯୩, ଖୋର୍ଦ୍ଧା ୬୭୧, ଢେଙ୍କାନାଳ ୬୫୭, ନୂଆପଡ଼ା ୩୭୯, ସମ୍ବଲପୁର ୩୫୧, ନୟାଗଡ଼ ୨୬୮ ଏବଂ ଝାରସୁଗୁଡାରେ ୨୩୬ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାନ୍ତ ବାର ନ ଖୋଲିବା ପାଇଁ ତେଜିଲା ଦାବି: ଅବକାରୀ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୩।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଓମ୍‌ ନଗର ପଡାରେ ନିଶାନ୍ତ ବାର ଖୋଲିବାକୁ ବହୁ ଚେଷ୍ଟା ଚାଲିଥିବାବେଳେ ଏହାକୁ ବିରୋଧ କରି କେସିଙ୍ଗା ସିଟିଜେନ…

ଭିତରେ ଶୋଇଥିଲେ ପରିବାର, ଲଗାଣ ବର୍ଷାରେ ଭାଙ୍ଗିଲା ଘର, ତା’ପରେ…

ରିଷିଡ଼ା,୩।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ଅବୁଜବାହଲ ଗ୍ରାମର କଲୋନୀ ପଡାର ନିଳକଣ୍ଠ ଭୋଇଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ…

ଆସୁଛି ସବୁଠାରୁ ବଡ଼ ସଙ୍କଟ! ନୂଆ ଭବିଷ୍ୟବାଣୀକୁ ନେଇ ଥରହର ବିଶ୍ୱ

ବ୍ରାସିଲିଆ,୩।୮: ନିଜକୁ “ଜୀବନ୍ତ ନୋଷ୍ଟ୍ରାଡାମସ” କହୁଥିବା ୩୯ ବର୍ଷୀୟ ବ୍ରାଜିଲର ପାରାଲୋଜିଷ୍ଟ ଆଥୋସ ସାଲୋମ ଏକ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ୨୦୨୬ ପାଇଁ…

ଲିଭ୍-ଇନ୍ ପାର୍ଟନରଙ୍କୁ ମଧ୍ୟ ମିଳିବ ପତ୍ନୀଙ୍କ ଭଳି ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୮: ଲିଭ୍-ଇନରେ ରହୁଥିବା ପାର୍ଟନରକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କରେ ଥିବା ବ୍ୟକ୍ତି ନିଜ…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩ା୮: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିମାନବନ୍ଦରରେ ରାଜ୍ୟପାଳ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସୁନ୍ଦରଗଡ଼/ବଡ ଗାଁ,୩।୮(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ଷଡ଼ଙ୍ଗୀ) : ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।ମୁକେଶ କୁମାର ମିଶ୍ର…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି, ଏହା ସହ ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ସମସ୍ୟାକୁ…

ଖଜୁରିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ଆମେ ବିଶେଷଭାବରେ ଜଳଖିଆରେ ବ୍ୟବହାର କରିଥାଉ। ଏହାକୁ ନିୟମିତ ଖାଇଲେ ହଜମ କ୍ରିୟା ଆହୁରି ସକ୍ରିୟ…

କାହିଁକି ଆଉ କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌ ଜାଣନ୍ତୁ…

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri