ଇସ୍ରାଇଲ: କରୋନା ଭାକ୍ସିନ ନେବା ପରେ ପାରାଲିସସ୍‌ର ସମ୍ମୁଖୀନ ହେଲେ ୧୩ ବ୍ୟକ୍ତି

ଜେରୁସେଲମ,୧୭।୧: ଇସ୍ରାଏଲରେ କରୋନା ଭାକ୍ସିନ ନେବା ପରେ ଅତିକମ୍‌ରେ ୧୩ ଜଣ ବ୍ୟକ୍ତିଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଲୋକ ମଧ୍ୟମ ଧରଣର ମୁଖ ପାରାଲିସସ୍‌ (ପକ୍ଷାଘାତ)ର ସମ୍ମୁଖୀନ ହୋଇଥିବା ସ୍ପଷ୍ଟ କରିଛି ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଏଭଳି ସମ୍ମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିପାରେ। ପାରାଲିସିସ୍‌ ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କୁ ଭାକ୍ସିନର ଦ୍ୱିତୀୟ ଡୋଜ ନ ନେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞମାନେ।

ଇସ୍ରାଏଲରେ କୋଭିଡ୍‌-୧୯ ଟିକାକରଣ ପ୍ରକ୍ରିୟା ଗତବର୍ଷ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଛି। ଦେଶର ୭୨ ପ୍ରତିଶତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଭାକ୍ସିନ ଦିଆଯାଇସାରିଛି। ଉଲ୍ଲେଖଥାଉ କି, ଫାଇଜର ଟିକା ନେବା ପରେ ନରଓ୍ବେରେ ଜଣେ ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ବ୍ରିଟେନରେ ଗତ ଡିସେମ୍ବର ଶେଷ ଆଡ଼କୁ ଫାଇଜର ଟିକାର ଟ୍ରାଏଲ ବେଳେ ୪ ସ୍ବାସ୍ଥ୍ୟକର୍ମୀ ମୁଖ ପକ୍ଷାଘାତ୍‌ର ସମ୍ମୁଖୀନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

ପେଟ୍ରୋଲ ପମ୍ପରେ ତେଲ ବଳିଥିବାବେଳେ ଯଦି ଦାମ୍ ବଢ଼େ; ତେବେ କାହା ପକେଟ୍‌କୁ ଯାଏ ବର୍ଦ୍ଧିତ ଟଙ୍କା, ମାଲିକ ନା କମ୍ପାନୀ?

ନୂଆଦିଲ୍‌ଲୀ,୨୭।୫: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଥର ବୃଦ୍ଧି ପାଇଛି। ନିକଟରେ ପେଟ୍ରୋଲ ଲିଟର…

NASAର ବଡ଼ ଘୋଷଣା: ଚନ୍ଦ୍ରରେ ନିର୍ମାଣ କରିବ ଘାଟି

ଓ୍ବାଶିଂଟନ୍‌,୨୭।୫: ଆମେରିକାର ମହାକାଶ ସଂସ୍ଥା ନାସା, ଚନ୍ଦ୍ରରେ ଏକ ଘାଟି ନିର୍ମାଣ କରିବ ବୋଲି ଘୋଷଣା କରିଛି। ନାସା ପ୍ରଶାସକ ଜାରେଡ ଆଇଜାକମ୍ୟାନ କହିଛନ୍ତି ଯେ, ଏହି…

୩ ବ୍ୟାଙ୍କ ଅଫିସରଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୭।୫(ତ୍ରିନାଥ ମହାନ୍ତି): ଜାଲ ଦସ୍ତାବିଜ୍‌ ଦେଇ ଏସ୍‌ବିଆଇର ୪ଟି ଶାଖାରୁ ବ୍ୟକ୍ତିଗଣ ଋଣ ନାମରେ ୬କୋଟି ୮୮ଲକ୍ଷ ୨୯ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri