ଫ୍ଲୋରାଲ୍‌ ପ୍ରିଣ୍ଟ ଫ୍ୟାଶନ୍‌

ଲକ୍‌ଡାଉନ୍‌ ପାଇଁ ଫିକା  ପଡ଼ିଥିବା ଫ୍ୟାଶନ ଟ୍ରେଣ୍ଡ ଏବେ ପୁଣି ଥରେ ନୂଆ ରୂପ  ନେଇଛି । ଫ୍ୟାଶନ୍‌ ଦୁନିଆରେ ଏବେ ଫ୍ଲୋରାଲ୍‌ ପ୍ରିଣ୍ଟର ଚାହିଦା ଖୁବ୍‌ ବଢ଼ିବାରେ ଲାଗିଛି। ଫ୍ଲୋରାଲ୍‌ ପ୍ରିଣ୍ଟରେ
ବିଶେଷକରି ସୂର୍ଯ୍ୟମୁଖୀ ପ୍ରିଣ୍ଟ ସବୁଠୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ।

ଫ୍ୟାଶନ ଡିଜାଇନରଙ୍କ ମତରେ ଫ୍ଲୋରାଲ ପ୍ରିଣ୍ଟର ଚାହିଦା ପ୍ରାୟତଃ ସବୁବେଳେ ରହିଥାଏ। କିନ୍ତୁ ଆଗରୁ ଲୋକଙ୍କର ଛୋଟ ଫୁଲର ପ୍ରିଣ୍ଟ ପସନ୍ଦ ଥିବାବେଳେ ଏବେ ବଡ଼ ଫୁଲଥିବା ପ୍ରିଣ୍ଟ ଅଧିକ ପସନ୍ଦ ହୋଇଛି। ବିଶେଷକରି ମାର୍କେଟରେ ସୂର୍ଯ୍ୟମୁଖୀ ଫୁଲ ପ୍ରିଣ୍ଟର ଡ୍ରେସର ଚାହିଦା ବହୁତ ଅଧିକ ରହିଛି। ଅନ୍‌ଲାଇନ୍‌ରେ ମଧ୍ୟ ଏହି ପ୍ରିଣ୍ଟର ଡ୍ରେସ ଓ ଶାଢ଼ୀ ବହୁତ ବିକ୍ରି ହେଉଛି।
କିପରି ପିନ୍ଧିବେ
– ସୂର୍ଯ୍ୟମୁଖୀ ପ୍ରିଣ୍ଟ ହିଁ ଏକ ଷ୍ଟାଇଲ୍‌ ଷ୍ଟେଟମେଣ୍ଟ। ଆପଣ ଏହି ପ୍ରିଣ୍ଟର ୱେଷ୍ଟର୍ଣ୍ଣ ଡ୍ରେସ ପିନ୍ଧୁଥିଲେ ଆସେସରିଜ୍‌ ସିମ୍ପଲ ରଖନ୍ତୁ। ଏହି ପ୍ରିଣ୍ଟ ବୋଲ୍ଡ ହୋଇଥିବାରୁ ହେଭି ଗହଣା ଲଗାନ୍ତୁ ନାହିଁ।
– ଏହି ପ୍ରିଣ୍ଟ ଯେକୌଣସି ରଙ୍ଗରେ ଭଲ ଲାଗିଥାଏ, କିନ୍ତୁ କଳା ଓ ହଳଦିଆ ରଙ୍ଗରେ ଏହା ଅଧିକ ସୁନ୍ଦର ଲାଗେ। ତେଣୁ ଡ୍ରେସ, ସ୍କର୍ଟ, ଗାଉନ୍‌ କିଣୁଥିଲେ ଏହି ରଙ୍ଗର କିଣନ୍ତୁ।
– ସୂର୍ଯ୍ୟମୁଖୀ ପ୍ରିଣ୍ଟର ଆସେସରିଜ୍‌ ଯେପରି କି ଇୟର ରିଙ୍ଗ୍‌, ହେୟାର ବ୍ୟାଣ୍ଡ, ଜୋତା, ସକ୍ସ, ଟାଇ, ବଟମ୍‌ ରିଙ୍ଗ୍‌ସ ଆଦି ଏବେ ବଜାରରେ ମିଳୁଛି।
– ଆପଣ ଚାହିଁଲେ ନିଜ କଳା କିମ୍ବା ଧଳା ରଙ୍ଗର ଶାର୍ଟ ଉପରେ ସୂର୍ଯ୍ୟମୁଖୀ ପ୍ରିଣ୍ଟ କରି ଏଥେନିକ୍‌ ଲୁକ୍‌ ଦେଇପାରିବେ।
– ଫ୍ୟାଶନ୍‌ ଡିଜାଇନରଙ୍କ ମତରେ ଏହି ପ୍ରିଣ୍ଟର ଶାଢ଼ି ବିଶେଷ କରି ଲାଇଲନ୍‌ ଶାଢି ଖୁବ୍‌ ପସନ୍ଦ ହେଉଛି। ତେଣୁ ଆପଣ ବି ଫ୍ୟାଶନ ଟ୍ରେଣ୍ଡକୁ ଲକ୍ଷ୍ୟ କରି ପୋଷାକ କିଣନ୍ତୁ।
– ସବୁ ବୟସର ମହିଳାଙ୍କୁ ଏହି ପ୍ରିଣ୍ଟ ଭଲ ଲାଗିବ। ତେଣୁ ସମସ୍ତଙ୍କୁ ଏହା ବୋଲ୍ଡ ଲାଗିବ ମାତ୍ର ଓଭର ଡିଜାଇନ୍‌ ଲାଗିବ ନାହିଁ।
– କର୍ଟନ, ଲାଇଲନ୍‌, ଶିଫନ୍‌ ଆଦି ସବୁ ପ୍ରକାରର ମ୍ୟାଟେରିଆଲରେ ଏହି ପ୍ରିଣ୍ଟ ବହୁତ ଭଲ ଲାଗିବ। ତେଣୁ ନିଜ ତ୍ୱଚାର ରଙ୍ଗ ଅନୁସାରେ କିଣନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri