ଶୃଙ୍ଗାର ବଦଳିଛି ପରିଭାଷା

ଶୃଙ୍ଗାର ପ୍ରିୟ ନାରୀ। ଏମିତି କୌଣସି ନାରୀ ହିଁ ନ ଥିବେ ଯାହାଙ୍କୁ ଶୃଙ୍ଗାର କରିବା ବା ସଜେଇ ହେବାକୁ ଭଲ ନ ଲାଗେ। ହେଲେ ଏବେ କରୋନା ଯୋଗୁଁ ସେମାନଙ୍କ  ପାଇଁ ବଦଳି ଯାଇଛି ଶୃଙ୍ଗାରର ପରିଭାଷା…

ନାରୀମାନେ ଶୃଙ୍ଗାର ନିମନ୍ତେ କେବେ ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତି ତ କେବେ ରାସାୟନିକ ସାମଗ୍ରୀରେ ମେକ୍‌ଅପ୍‌ ନିଅନ୍ତି। ଆଧୁନିକ ସମୟରେ ଏଥିପାଇଁ ଖୋଲିଛି ବ୍ୟୁଟି ପାର୍ଲର। କିନ୍ତୁ ପ୍ରଥମ ଥର ପାଇଁ କରୋନା ଯୋଗୁ ନାରୀମାନଙ୍କର ଶୃଙ୍ଗାର ପରିଭାଷା ବି ବଦଳିଛି। କାହିଁକିନା ଗୋଟିଏ ପଟେ ସଂକ୍ରମଣ ଭୟରେ ଏବେ ପ୍ରାୟତଃ କେହି ପାର୍ଲର ଯାଉ ନ ଥିବାବେଳେ ଅନ୍ୟପଟେ ଫେସ୍‌ ମାସ୍କ, ଫେସ୍‌ ସିଲ୍‌ଡ ଯୋଗୁଁ ଶୃଙ୍ଗାରର ଗୁରୁତ୍ୱ କମିଯାଇଛି।
ଯାଉ ନାହାନ୍ତି ପାର୍ଲର: ଫ୍ୟାଶନ୍‌ ଟ୍ରେଣ୍ଡରେ ଅପ୍‌ଡେଟ୍‌ ରହିବା ପାଇଁ ମହିଳାମାନେ ନିୟମିତ ପାର୍ଲର ଯିବା ଆଜିକାଲିର ଲାଇଫ୍‌ଷ୍ଟାଇଲରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କିନ୍ତୁ କରୋନା କଟକଣା ଆରମ୍ଭ ହେବା ଦିନଠାରୁ ପାର୍ଲର ଯିବାକୁ ଭୟ କରୁଛନ୍ତି ମହିଳାମାନେ। ପାର୍ଲର ଗଲେ ସଂକ୍ରମଣ ଭୟ ଅଧିକ ରହୁଥିବାରୁ ଏବେ ଆଉ କେହି ପ୍ରାୟତଃ ପାର୍ଲର ଯାଉନାହାନ୍ତି। ସେଥିପାଇଁ ଅଧିକାଂଶ ପାର୍ଲର ଏବେ ବନ୍ଦ ପ୍ରାୟ। ଯେଉଁ କେତୋଟି ପାର୍ଲର ଖୋଲୁଛି ସେଠାକୁ କେବଳ ଚିହ୍ନାଜଣା ମହିଳା ହିଁ ଯାଉଛନ୍ତି।
ମାସ୍କ ଆଉ ଫେସ୍‌ ସିଲ୍‌ଡର ଗୁରୁତ୍ୱ ବଢ଼ିଛି: ମହିଳାମାନେ ମେକ୍‌ଅପ୍‌ ନ ନେବାର ଆଉ ଏକ କାରଣ ହେଉଛି ଫେସ୍‌ ମାସ୍କ ଆଉ ଫେସ୍‌ ସିଲ୍‌ଡ। କରୋନା ପାଇଁ ଫେସ୍‌ ମାସ୍କ ଆଉ ଫେସ୍‌ ସିଲ୍‌ଡ ଲଗାଇବା ଫଳରେ ପୂରା ମୁହଁ ତ କଭର ହୋଇଯାଉଛି। ତେଣୁ ମେକ୍‌ଅପ୍‌ ନେଲେ ବି ତାହା କାହାକୁ ଦେଖା ଯାଉନାହିଁ। ଏହି କାରଣରୁ ମେକ୍‌ଅପ୍‌ ଏବେ ଗୁରୁତ୍ୱହୀନ ହୋଇଯାଇଛି। ସେଥିପାଇଁ କେହି ପାର୍ଲର ଯାଇ ମେକ୍‌ଅପ୍‌ ନେଉନାହାନ୍ତି।
ଘରୋଇ ପ୍ୟାକ୍‌ ଉପରେ ଅଧିକ ଗୁରୁତ୍ୱ:କରୋନା ସଂକ୍ରମଣ ଭୟରେ ମହିଳାମାନେ ଏବେ ପାର୍ଲର ଯାଉ ନାହାନ୍ତି ସତ କିନ୍ତୁ ବିଭିନ୍ନ ପ୍ରକାରର ବ୍ୟୁଟି ଉପଚାର ନିମନ୍ତେ ଏବେ ଘରୋଇ ପ୍ୟାକ ଉପରେ ନିର୍ଭର କରୁଛନ୍ତି। କିଛି ମହିଳା ନିଜେ ନିଜେ ଘରୋଇ ପ୍ୟାକ୍‌ କିଣି ଘରେ ଲଗାଉଛନ୍ତି ତ କେତେଜଣ ବ୍ୟୁଟିସିଆନ୍‌ଙ୍କ ପରାମର୍ଶ ନେଇ ବିଭିନ୍ନ ସାମଗ୍ରୀ ଲଗାଉଛନ୍ତି। ଅନେକ ଘରୋଇ ଉପାୟରେ ଫେସିଆଲ୍‌ କିମ୍ବା ଅନ୍ୟ ଉପଚାର ସବୁ କରୁଛନ୍ତି। ଏମିତି କି ଘରେ ୟୁଟ୍ୟୁବ ଦେଖି କେତେଜଣ କେଶ କାଟିବା ସହିତ ଆଇବ୍ରୋ ଶେପ୍‌ ମଧ୍ୟ କରୁଛନ୍ତି।
ଷ୍ଟାଇଲ୍‌ ଷ୍ଟେଟମେଣ୍ଟ: କରୋନା ପାଇଁ ମହିଳାଙ୍କର ଷ୍ଟାଇଲ୍‌ ଷ୍ଟେଟମେଣ୍ଟ ପୂରା ବଦଳି ଯାଇଛି। ସବୁ ସମୟରେ ଏବେ ମାସ୍କ ପିନ୍ଧିବାକୁ ପଡୁଥିବାରୁ ସେମାନେ ପୋଷାକ ଅନୁସାରେ ମ୍ୟାଚିଂ ମାସ୍କ ଚୟନ କରୁଛନ୍ତି। ମାସ୍କ ଏବଂ ଫେସ୍‌ ସିଲ୍‌ଡ ପିନ୍ଧିବା ପରେ କେବଳ ଆଖି ଦେଖାଯାଉଥିବାରୁ ଆଖି ମେକ୍‌ଅପ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

ଏମାନେ ଯାହା କରନ୍ତି

ପରିସ୍ଥିତି ଏମିତି ରହିଲେ ପାର୍ଲର ବନ୍ଦ କରିଦେବି: ପାର୍ଲର ଏବେ ବନ୍ଦ ପ୍ରାୟ। କେହି କଷ୍ଟୋମର ଆସୁ ନାହାନ୍ତି। ସେଥିପାଇଁ ମୁଁ ପାର୍ଲର ଛାଡ଼ି ଗାଁକୁ ଚାଲି ଆସିଛି। ଏବେ ଜଣେ ପିଲାକୁ ପାର୍ଲର ପାଖରେ ଛାଡ଼ି ଆସିଛି ଯଦି କେହି କେବେ ପାର୍ଲର ଆସିବା ପାଇଁ କହୁଛନ୍ତି ସେ ଖୋଲୁଛି। ପାର୍ଲରରେ ଆମେ ସାନିଟାଇଜର ଠାରୁ ଆରମ୍ଭ କରି ଯାହା ଅନ୍ୟ ସବୁ ବ୍ୟବସ୍ଥା କରିଛୁ। ଏସବୁ ସତ୍ତ୍ୱେ ଆଗଭଳି କେହି ପାର୍ଲର ଆସିବାକୁ ଇଚ୍ଛା କରୁନାହାନ୍ତି। ସେଥିପାଇଁ ଏବେ ସମୟ ଏମିତି ହୋଇଛି ଯେ ପାର୍ଲର ପାଇଁ ଭଡ଼ା ଦେବାକୁ ବି ପଇସା ହେଉନି। ସେଥିପାଇଁ ଘର ମାଲିକକୁ କହି କିଛି କମ୍‌ ପଇସା ଦେଉଛି। ହେଲେ ପରିସ୍ଥିତି ଯଦି ବଦଳିବନି ତା’ହେଲେ ପାର୍ଲର ପୂରା ବନ୍ଦ କରିଦେବି ଭାବୁଚି। ଯେବେ ପରିସ୍ଥିତି ବଦଳିବ ସେତେବେଳେ ପୁଣି ପାର୍ଲର ଖୋଲିବି। ଏବେ ମୁଁ ଗାଁରେ ପାଖ ପଡ଼ୋଶୀ ଆଉ ବନ୍ଧୁମାନଙ୍କର ଘରେ ବ୍ୟୁଟି ଟ୍ରିଟମେଣ୍ଟ କରୁଛି।
-ମୀନା ମହାରଣା, କୁଇନ୍ସ ସଲୋନ୍‌ ଆଣ୍ଡ ସ୍ପା ମାଲିକ
ଶହୀଦନଗର, ଭୁବନେଶ୍ୱର
ଘରେ ସବୁ କରିଦେଉଛି: ଆଗରୁ ସବୁ ମାସରେ ଥରେ ଫେସିଆଲ୍‌ କରୁଥିଲି, ଆଇବ୍ରୋ ଶେପ୍‌ ପାଇଁ ପ୍ରତି ୧୫ ଦିନରେ ଥରେ ପାର୍ଲ ଯାଉଥିଲି। କିନ୍ତୁ ଏବେ ୬ମାସ ହେଲାଣି ମୁଁ ଥରେ ବି ପାର୍ଲରକୁ ଯାଇନି। ପାର୍ଲରକୁ ହିଁ ବହୁତ ଲୋକ ଆସନ୍ତି, ତେଣୁ ସେଠି ସଂକ୍ରମଣର ଭୟ ଅଧିକ। ସେଥିପାଇଁ ମୁଁ ଏବେ ମୋର ଗୋଟେ ସାଙ୍ଗ ପାଖରେ ଆଇବ୍ରୋ ଶେପ୍‌ କରାଇ ନେଉଛି। ତାଙ୍କରି ପରାମର୍ଶ ନେଇ ଯାହା କିଛି ଘରେ କରୁଛି। ଆଉ ଘରେ ବିଭିନ୍ନ ପ୍ରକାରର ଫ୍ରୁଟ ଫେସିଆଲ୍‌ ନିଜେ ନିଜେ କରି ନେଉଛି। ଏହା ସହିତ ପାଖରେ ଥିବା ଫେସ୍‌ ପ୍ୟାକ ଲଗାଇ ଦେଉଛି। ଏବେ ସବୁଦିନ ଅଫିସ୍‌ ଯିବାକୁ ପଡୁଛି ସତ ହେଲେ ମେକ୍‌ଅପ୍‌ ପ୍ରତି ମୁଁ ଏତେ ଚିନ୍ତିତ ନୁହେଁ। କାରଣ କେବଳ ଆଖିକୁ ଛାଡ଼ି ପୂରା ମୁହଁକୁ ଢାଙ୍କି ରଖିବାକୁ ପଡୁଛି। ସେଥିପାଇଁ ସ୍କିନ୍‌ ଭଲ ରହିବା ପାଇଁ ଯାହା ଘରୋଇଭାବେ କରୁଛି।
-ସୁଭଦ୍ରା ଦାସ, ଶିକ୍ଷୟିତ୍ରୀ
ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ପୋଲସରା, ଗଞ୍ଜାମ
ମେକ୍‌ଅପ୍‌ ଆବଶ୍ୟକ ନାହିଁ: ଏବେ ତ ମୁଁ ମେକ୍‌ଅପ୍‌ କଥା ପୂରା ଭୁଲିଯାଇଛି କହିଲେ ଚଳେ। ନା ଆଇବ୍ରୋ ଶେପ୍‌ କରୁଛି ନା କେଶ କାଟିବା ଉପରେ ଗୁରୁତ୍ୱ ଦେଉଛି। ଏପ୍ରିଲ ମାସରୁ ଆଜିଯାଏ ମୁଁ ଥରେ ହେଲେ ପାର୍ଲର ଯାଇନି କି କୌଣସି ମେକ୍‌ଅପ୍‌ ନେଉନି। ଖାଲି ଯାହା ଘରେ ସଫାସୁତୁରା ଉପରେ ଗୁରୁତ୍ୱ ଦେଉଛି। ସବୁଦିନ ଷ୍ଟିମ୍‌ ନେଉଛି ଆଉ କ୍ରିମ୍‌, ମଶ୍ଚରାଇଜର ଲଗାଉଛି। ଅନ୍ୟ କିଛି ନ କରି ବାହାରକୁ ବାହାରିଲେ କେଶ ସହିତ ପୂରା ମୁହଁକୁ କଭର କରି ବାହାରୁଛି। ତେଣୁ ମେକ୍‌ଅପ୍‌ର ଆବଶ୍ୟକ ପଡୁନି।
-ନିର୍ମଳା ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ
ପଣ୍ଡୁ ଜୁନିଅର ବେସିକ୍‌ ସ୍କୁଲ, ରାମ୍ପୋ,
ମାର୍କୋଣା, ବାଲେଶ୍ୱର
ନିଜେ ନେଉଛି ମେକ୍‌ଅପ୍‌: ପାର୍ଲରକୁ ଏବେ ଆଉ ଯାଉନି, କିନ୍ତୁ ଯାହା ମେକ୍‌ଅପ୍‌ ନେବା କଥା ସବୁ ଘରେ ନିଜେ ନେଉଛି। ଏମିତିକି ମୁଁ ନିଜେ ବି ମୋର ଆଇବ୍ରୋ ଶେପ୍‌ କରିଦେଉଛି। ଫେସିଆଲ୍‌ ଆଉ କ୍ଲିନଅପ୍‌ ତ ବେଶ୍‌ ସହଜରେ ଘରେ କରୁଛି। ସବୁ ପ୍ରକାରର ଫେସିଆଲ କିଟ୍‌ ଆଉ ସ୍କ୍ରବ ମୋ ପାଖରେ ଅଛି। ତେଣୁ ପାର୍ଲର ନ ଗଲେ ବି ମୋର କିଛି ଅସୁବିଧା ହେଉନି। ଏବେ ତ କୌଣସି ପାର୍ଟିକୁ ଯିବାକୁ ପଡୁନି। ତେଣୁ ହେଭି ମେକ୍‌ଅପ୍‌ ଦରକାର ହୋଇନି। ସେମିତି ଦରକାର ହେଲେ ମୁଁ ଜଣେ ବ୍ୟୁଟିସିଆନ୍‌କୁ ଘରକୁ ଫୋନ୍‌ କରି ଡକାଇ ଦେବି। କିନ୍ତୁ ଆଗ କରୋନା ପାଇଁ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଦୂର ହୋଇଯାଉ। ତା’ପରେ ମେକ୍‌ଅପ୍‌ କଥା ଭାବିବି।
-ଚିନ୍ମୟୀ ସାହୁ, ଅଧ୍ୟାପିକା, ଝାରପଡ଼ା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?