ଶୃଙ୍ଗାର ବଦଳିଛି ପରିଭାଷା

ଶୃଙ୍ଗାର ପ୍ରିୟ ନାରୀ। ଏମିତି କୌଣସି ନାରୀ ହିଁ ନ ଥିବେ ଯାହାଙ୍କୁ ଶୃଙ୍ଗାର କରିବା ବା ସଜେଇ ହେବାକୁ ଭଲ ନ ଲାଗେ। ହେଲେ ଏବେ କରୋନା ଯୋଗୁଁ ସେମାନଙ୍କ  ପାଇଁ ବଦଳି ଯାଇଛି ଶୃଙ୍ଗାରର ପରିଭାଷା…

ନାରୀମାନେ ଶୃଙ୍ଗାର ନିମନ୍ତେ କେବେ ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତି ତ କେବେ ରାସାୟନିକ ସାମଗ୍ରୀରେ ମେକ୍‌ଅପ୍‌ ନିଅନ୍ତି। ଆଧୁନିକ ସମୟରେ ଏଥିପାଇଁ ଖୋଲିଛି ବ୍ୟୁଟି ପାର୍ଲର। କିନ୍ତୁ ପ୍ରଥମ ଥର ପାଇଁ କରୋନା ଯୋଗୁ ନାରୀମାନଙ୍କର ଶୃଙ୍ଗାର ପରିଭାଷା ବି ବଦଳିଛି। କାହିଁକିନା ଗୋଟିଏ ପଟେ ସଂକ୍ରମଣ ଭୟରେ ଏବେ ପ୍ରାୟତଃ କେହି ପାର୍ଲର ଯାଉ ନ ଥିବାବେଳେ ଅନ୍ୟପଟେ ଫେସ୍‌ ମାସ୍କ, ଫେସ୍‌ ସିଲ୍‌ଡ ଯୋଗୁଁ ଶୃଙ୍ଗାରର ଗୁରୁତ୍ୱ କମିଯାଇଛି।
ଯାଉ ନାହାନ୍ତି ପାର୍ଲର: ଫ୍ୟାଶନ୍‌ ଟ୍ରେଣ୍ଡରେ ଅପ୍‌ଡେଟ୍‌ ରହିବା ପାଇଁ ମହିଳାମାନେ ନିୟମିତ ପାର୍ଲର ଯିବା ଆଜିକାଲିର ଲାଇଫ୍‌ଷ୍ଟାଇଲରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କିନ୍ତୁ କରୋନା କଟକଣା ଆରମ୍ଭ ହେବା ଦିନଠାରୁ ପାର୍ଲର ଯିବାକୁ ଭୟ କରୁଛନ୍ତି ମହିଳାମାନେ। ପାର୍ଲର ଗଲେ ସଂକ୍ରମଣ ଭୟ ଅଧିକ ରହୁଥିବାରୁ ଏବେ ଆଉ କେହି ପ୍ରାୟତଃ ପାର୍ଲର ଯାଉନାହାନ୍ତି। ସେଥିପାଇଁ ଅଧିକାଂଶ ପାର୍ଲର ଏବେ ବନ୍ଦ ପ୍ରାୟ। ଯେଉଁ କେତୋଟି ପାର୍ଲର ଖୋଲୁଛି ସେଠାକୁ କେବଳ ଚିହ୍ନାଜଣା ମହିଳା ହିଁ ଯାଉଛନ୍ତି।
ମାସ୍କ ଆଉ ଫେସ୍‌ ସିଲ୍‌ଡର ଗୁରୁତ୍ୱ ବଢ଼ିଛି: ମହିଳାମାନେ ମେକ୍‌ଅପ୍‌ ନ ନେବାର ଆଉ ଏକ କାରଣ ହେଉଛି ଫେସ୍‌ ମାସ୍କ ଆଉ ଫେସ୍‌ ସିଲ୍‌ଡ। କରୋନା ପାଇଁ ଫେସ୍‌ ମାସ୍କ ଆଉ ଫେସ୍‌ ସିଲ୍‌ଡ ଲଗାଇବା ଫଳରେ ପୂରା ମୁହଁ ତ କଭର ହୋଇଯାଉଛି। ତେଣୁ ମେକ୍‌ଅପ୍‌ ନେଲେ ବି ତାହା କାହାକୁ ଦେଖା ଯାଉନାହିଁ। ଏହି କାରଣରୁ ମେକ୍‌ଅପ୍‌ ଏବେ ଗୁରୁତ୍ୱହୀନ ହୋଇଯାଇଛି। ସେଥିପାଇଁ କେହି ପାର୍ଲର ଯାଇ ମେକ୍‌ଅପ୍‌ ନେଉନାହାନ୍ତି।
ଘରୋଇ ପ୍ୟାକ୍‌ ଉପରେ ଅଧିକ ଗୁରୁତ୍ୱ:କରୋନା ସଂକ୍ରମଣ ଭୟରେ ମହିଳାମାନେ ଏବେ ପାର୍ଲର ଯାଉ ନାହାନ୍ତି ସତ କିନ୍ତୁ ବିଭିନ୍ନ ପ୍ରକାରର ବ୍ୟୁଟି ଉପଚାର ନିମନ୍ତେ ଏବେ ଘରୋଇ ପ୍ୟାକ ଉପରେ ନିର୍ଭର କରୁଛନ୍ତି। କିଛି ମହିଳା ନିଜେ ନିଜେ ଘରୋଇ ପ୍ୟାକ୍‌ କିଣି ଘରେ ଲଗାଉଛନ୍ତି ତ କେତେଜଣ ବ୍ୟୁଟିସିଆନ୍‌ଙ୍କ ପରାମର୍ଶ ନେଇ ବିଭିନ୍ନ ସାମଗ୍ରୀ ଲଗାଉଛନ୍ତି। ଅନେକ ଘରୋଇ ଉପାୟରେ ଫେସିଆଲ୍‌ କିମ୍ବା ଅନ୍ୟ ଉପଚାର ସବୁ କରୁଛନ୍ତି। ଏମିତି କି ଘରେ ୟୁଟ୍ୟୁବ ଦେଖି କେତେଜଣ କେଶ କାଟିବା ସହିତ ଆଇବ୍ରୋ ଶେପ୍‌ ମଧ୍ୟ କରୁଛନ୍ତି।
ଷ୍ଟାଇଲ୍‌ ଷ୍ଟେଟମେଣ୍ଟ: କରୋନା ପାଇଁ ମହିଳାଙ୍କର ଷ୍ଟାଇଲ୍‌ ଷ୍ଟେଟମେଣ୍ଟ ପୂରା ବଦଳି ଯାଇଛି। ସବୁ ସମୟରେ ଏବେ ମାସ୍କ ପିନ୍ଧିବାକୁ ପଡୁଥିବାରୁ ସେମାନେ ପୋଷାକ ଅନୁସାରେ ମ୍ୟାଚିଂ ମାସ୍କ ଚୟନ କରୁଛନ୍ତି। ମାସ୍କ ଏବଂ ଫେସ୍‌ ସିଲ୍‌ଡ ପିନ୍ଧିବା ପରେ କେବଳ ଆଖି ଦେଖାଯାଉଥିବାରୁ ଆଖି ମେକ୍‌ଅପ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

ଏମାନେ ଯାହା କରନ୍ତି

ପରିସ୍ଥିତି ଏମିତି ରହିଲେ ପାର୍ଲର ବନ୍ଦ କରିଦେବି: ପାର୍ଲର ଏବେ ବନ୍ଦ ପ୍ରାୟ। କେହି କଷ୍ଟୋମର ଆସୁ ନାହାନ୍ତି। ସେଥିପାଇଁ ମୁଁ ପାର୍ଲର ଛାଡ଼ି ଗାଁକୁ ଚାଲି ଆସିଛି। ଏବେ ଜଣେ ପିଲାକୁ ପାର୍ଲର ପାଖରେ ଛାଡ଼ି ଆସିଛି ଯଦି କେହି କେବେ ପାର୍ଲର ଆସିବା ପାଇଁ କହୁଛନ୍ତି ସେ ଖୋଲୁଛି। ପାର୍ଲରରେ ଆମେ ସାନିଟାଇଜର ଠାରୁ ଆରମ୍ଭ କରି ଯାହା ଅନ୍ୟ ସବୁ ବ୍ୟବସ୍ଥା କରିଛୁ। ଏସବୁ ସତ୍ତ୍ୱେ ଆଗଭଳି କେହି ପାର୍ଲର ଆସିବାକୁ ଇଚ୍ଛା କରୁନାହାନ୍ତି। ସେଥିପାଇଁ ଏବେ ସମୟ ଏମିତି ହୋଇଛି ଯେ ପାର୍ଲର ପାଇଁ ଭଡ଼ା ଦେବାକୁ ବି ପଇସା ହେଉନି। ସେଥିପାଇଁ ଘର ମାଲିକକୁ କହି କିଛି କମ୍‌ ପଇସା ଦେଉଛି। ହେଲେ ପରିସ୍ଥିତି ଯଦି ବଦଳିବନି ତା’ହେଲେ ପାର୍ଲର ପୂରା ବନ୍ଦ କରିଦେବି ଭାବୁଚି। ଯେବେ ପରିସ୍ଥିତି ବଦଳିବ ସେତେବେଳେ ପୁଣି ପାର୍ଲର ଖୋଲିବି। ଏବେ ମୁଁ ଗାଁରେ ପାଖ ପଡ଼ୋଶୀ ଆଉ ବନ୍ଧୁମାନଙ୍କର ଘରେ ବ୍ୟୁଟି ଟ୍ରିଟମେଣ୍ଟ କରୁଛି।
-ମୀନା ମହାରଣା, କୁଇନ୍ସ ସଲୋନ୍‌ ଆଣ୍ଡ ସ୍ପା ମାଲିକ
ଶହୀଦନଗର, ଭୁବନେଶ୍ୱର
ଘରେ ସବୁ କରିଦେଉଛି: ଆଗରୁ ସବୁ ମାସରେ ଥରେ ଫେସିଆଲ୍‌ କରୁଥିଲି, ଆଇବ୍ରୋ ଶେପ୍‌ ପାଇଁ ପ୍ରତି ୧୫ ଦିନରେ ଥରେ ପାର୍ଲ ଯାଉଥିଲି। କିନ୍ତୁ ଏବେ ୬ମାସ ହେଲାଣି ମୁଁ ଥରେ ବି ପାର୍ଲରକୁ ଯାଇନି। ପାର୍ଲରକୁ ହିଁ ବହୁତ ଲୋକ ଆସନ୍ତି, ତେଣୁ ସେଠି ସଂକ୍ରମଣର ଭୟ ଅଧିକ। ସେଥିପାଇଁ ମୁଁ ଏବେ ମୋର ଗୋଟେ ସାଙ୍ଗ ପାଖରେ ଆଇବ୍ରୋ ଶେପ୍‌ କରାଇ ନେଉଛି। ତାଙ୍କରି ପରାମର୍ଶ ନେଇ ଯାହା କିଛି ଘରେ କରୁଛି। ଆଉ ଘରେ ବିଭିନ୍ନ ପ୍ରକାରର ଫ୍ରୁଟ ଫେସିଆଲ୍‌ ନିଜେ ନିଜେ କରି ନେଉଛି। ଏହା ସହିତ ପାଖରେ ଥିବା ଫେସ୍‌ ପ୍ୟାକ ଲଗାଇ ଦେଉଛି। ଏବେ ସବୁଦିନ ଅଫିସ୍‌ ଯିବାକୁ ପଡୁଛି ସତ ହେଲେ ମେକ୍‌ଅପ୍‌ ପ୍ରତି ମୁଁ ଏତେ ଚିନ୍ତିତ ନୁହେଁ। କାରଣ କେବଳ ଆଖିକୁ ଛାଡ଼ି ପୂରା ମୁହଁକୁ ଢାଙ୍କି ରଖିବାକୁ ପଡୁଛି। ସେଥିପାଇଁ ସ୍କିନ୍‌ ଭଲ ରହିବା ପାଇଁ ଯାହା ଘରୋଇଭାବେ କରୁଛି।
-ସୁଭଦ୍ରା ଦାସ, ଶିକ୍ଷୟିତ୍ରୀ
ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ପୋଲସରା, ଗଞ୍ଜାମ
ମେକ୍‌ଅପ୍‌ ଆବଶ୍ୟକ ନାହିଁ: ଏବେ ତ ମୁଁ ମେକ୍‌ଅପ୍‌ କଥା ପୂରା ଭୁଲିଯାଇଛି କହିଲେ ଚଳେ। ନା ଆଇବ୍ରୋ ଶେପ୍‌ କରୁଛି ନା କେଶ କାଟିବା ଉପରେ ଗୁରୁତ୍ୱ ଦେଉଛି। ଏପ୍ରିଲ ମାସରୁ ଆଜିଯାଏ ମୁଁ ଥରେ ହେଲେ ପାର୍ଲର ଯାଇନି କି କୌଣସି ମେକ୍‌ଅପ୍‌ ନେଉନି। ଖାଲି ଯାହା ଘରେ ସଫାସୁତୁରା ଉପରେ ଗୁରୁତ୍ୱ ଦେଉଛି। ସବୁଦିନ ଷ୍ଟିମ୍‌ ନେଉଛି ଆଉ କ୍ରିମ୍‌, ମଶ୍ଚରାଇଜର ଲଗାଉଛି। ଅନ୍ୟ କିଛି ନ କରି ବାହାରକୁ ବାହାରିଲେ କେଶ ସହିତ ପୂରା ମୁହଁକୁ କଭର କରି ବାହାରୁଛି। ତେଣୁ ମେକ୍‌ଅପ୍‌ର ଆବଶ୍ୟକ ପଡୁନି।
-ନିର୍ମଳା ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ
ପଣ୍ଡୁ ଜୁନିଅର ବେସିକ୍‌ ସ୍କୁଲ, ରାମ୍ପୋ,
ମାର୍କୋଣା, ବାଲେଶ୍ୱର
ନିଜେ ନେଉଛି ମେକ୍‌ଅପ୍‌: ପାର୍ଲରକୁ ଏବେ ଆଉ ଯାଉନି, କିନ୍ତୁ ଯାହା ମେକ୍‌ଅପ୍‌ ନେବା କଥା ସବୁ ଘରେ ନିଜେ ନେଉଛି। ଏମିତିକି ମୁଁ ନିଜେ ବି ମୋର ଆଇବ୍ରୋ ଶେପ୍‌ କରିଦେଉଛି। ଫେସିଆଲ୍‌ ଆଉ କ୍ଲିନଅପ୍‌ ତ ବେଶ୍‌ ସହଜରେ ଘରେ କରୁଛି। ସବୁ ପ୍ରକାରର ଫେସିଆଲ କିଟ୍‌ ଆଉ ସ୍କ୍ରବ ମୋ ପାଖରେ ଅଛି। ତେଣୁ ପାର୍ଲର ନ ଗଲେ ବି ମୋର କିଛି ଅସୁବିଧା ହେଉନି। ଏବେ ତ କୌଣସି ପାର୍ଟିକୁ ଯିବାକୁ ପଡୁନି। ତେଣୁ ହେଭି ମେକ୍‌ଅପ୍‌ ଦରକାର ହୋଇନି। ସେମିତି ଦରକାର ହେଲେ ମୁଁ ଜଣେ ବ୍ୟୁଟିସିଆନ୍‌କୁ ଘରକୁ ଫୋନ୍‌ କରି ଡକାଇ ଦେବି। କିନ୍ତୁ ଆଗ କରୋନା ପାଇଁ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଦୂର ହୋଇଯାଉ। ତା’ପରେ ମେକ୍‌ଅପ୍‌ କଥା ଭାବିବି।
-ଚିନ୍ମୟୀ ସାହୁ, ଅଧ୍ୟାପିକା, ଝାରପଡ଼ା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri