ଜାଲ ସାର୍ଟିଫିକେଟରେ ଡାକ୍ତର

ସୁୁନ୍ଦରଗଡ,୧୩।୧୧ (ଡି.ଏନ୍‌.ଏ.)- ଜାଲ ସାର୍ଟିଫିକେଟ ଦେଇ ଜଣେ ବ୍ୟକ୍ତି ଗତ ୩ବର୍ଷ ଧରି ସରକାରୀ ଡାକ୍ତର ଭାବେ ଚାକିରି ପାଇ ରୋଗୀସେବା କରୁଥିଲେ ା ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ଧରିତ୍ରୀରେ ଏକ ରିପୋର୍ଟ ସେପ୍ଟେମ୍ବର ୨୭ ତାରିଖରେ ପ୍ରକାଶ ପାଇଥିଲା ା ଏବେ ସୂଚନା ଅଧିକାର ଆଇନ ବଳରେ ସେହି ଡାକ୍ତରଙ୍କ ଜାଲ ସାର୍ଟିଫିକେଟ ତଥ୍ୟ ପଦାକୁ ଆସିଛି ା ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା ଡା.ପଦ୍ମନାଭ ମୁଖୀ ବାରୁଆ ନାମକ ଏହି ନକଲି ଡାକ୍ତରଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ା
ଜାଲ ସାର୍ଟିଫିକେଟରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ନୂଆଁଗାଁ ଅଞ୍ଚଳବାସୀଙ୍କ ତରଫରୁ ସୁନ୍ଦରଗଡ ଜିଲାପାଳଙ୍କଠାରେ ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ଡାକ୍ତରୀ ସାର୍ଟିଫିକେଟ ଜାଲ୍‌ ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି । ୨୦୧୬ ମସିହାରେ ଏହି ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ ବେଳେ ସାର୍ଟିଫିକେଟଗୁଡିକୁ ଠିକ ଭାବେ ଯାଞ୍ଚ କରା ନ ଯାଇ କିଭଳି ତାଙ୍କୁ ନିଯୁକ୍ତି ଦିଆ ଯାଇଥିଲା ସେ ନେଇ ସ୍ବାସ୍ଥ୍ୟ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ ପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତରଫରୁ ସମ୍ପୃକ୍ତ ଡାକ୍ତରଙ୍କ ଡାକ୍ତରୀ ଶିକ୍ଷା ସାର୍ଟିଫିକେଟର ବୈଧତା ସମ୍ପର୍କରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖାଯାଇଛି । ଏଥିସହିତ ସମ୍ପୃକ୍ତ ଡାକ୍ତର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଡାକ୍ତରୀ ପାସ ପରେ ଓଡ଼ିଶା ମେଡିକାଲ କାଉନସିଲରେ ନାମ ପଞ୍ଜୀକରଣ ନ କରି କିଭଳି ବିହାର ମେଡିକାଲ କାଉନସିଲରେ ନାମ ପଞ୍ଜୀକରଣ କଲେ ତାହା ସନ୍ଦେହ ଘେରରେ ରହିଛି। ଏଥିସହିତ ଅଲ ଇଣ୍ଡିଆ ମେଡିକାଲ କାଉନସିଲରେ ତାଙ୍କ ନାମ ପଞ୍ଜୀକରଣ ହୋଇଛି କି ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ ଚିଠି ଲେଖା ଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସରୋଜ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଡା ପଦ୍ମନାଭ ମୁଖୀ ବାରୁଆ ନାମଧାରୀ କୌଣସି ଛାତ୍ର ୨୦୦୨ ମସିହା ଫାଇନାଲ କିମ୍ବା ସପ୍ଲିମେଣ୍ଟାରୀ ଏମ୍‌ବିବିଏସ୍‌ ପରୀକ୍ଷା ଦେଇ ନ ଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି । ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଡାକ୍ତର ଛୁଟିରେ ଥିବାରୁ ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ମୌସୁମୀ ପହଞ୍ଚିଲେ ଜୋର୍‌ ଧରିବ ଚାଷ କାର୍ଯ୍ୟ : ନିଅଣ୍ଟ ବିହନକୁ ନେଇ ଚିନ୍ତାରେ ଚାଷୀ

ଅନୁଗୋଳ ଅଫିସ, ୧୬।୬ – ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ ପରେ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଚାଷୀ। ଗତବର୍ଷ ଅପେକ୍ଷା ଚଳିତବର୍ଷ କ୍ଷେତରୁ ଭଲ...

ଏନ୍‌ଏସି, ସିଏଚ୍‌ସି ଘୋଷଣା ଦାବିରେ ଆଜି ପାଇକମାଳ ବନ୍ଦ

ପାଇକମାଳ,୧୭ା୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବା ସହିତ ଅଞ୍ଚଳବାସୀ ବିଭିନ୍ନ ପ୍ରସଙ୍ଗ, ଦାବି...

ଜୁନ୍‌ ଶେଷ ସସ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ଅଫିସ,୪।୬: ଚଳିତ ମାସ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।...

ଲକ୍ଷାଧିକ ଟଙ୍କାର ବାଣ ଜବତ, ବ୍ୟବସାୟୀ ଗିରଫ

ଦିଗପହଣ୍ଡି,୧୪ା୧୧(ଡି.ଏନ୍‌.ଏ.): ଦିଗପହଣ୍ଡି ପୋଲିସ ଡେଙ୍ଗାଓସ୍ତା ଗ୍ରାମର ଏକ ଦୋକାନରେ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ବ୍ୟବସାୟୀ...

କୀର୍ତ୍ତିି ଭାସନ ଭି.ହେଲେ ଡିଆର୍‌ଡିଏ ପିଡି

ଛତ୍ରପୁର,୧୯ ।୬(ଡି.ଏନ.ଏ.)- ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଭି.କୀର୍ତ୍ତୀ ଭାସନ ଶନିବାର ଅପରାହ୍ନରେ କାର୍ଯ୍ୟରେ ଯୋଗ...

କରୋନା ସଚେତନ କଲା ପ୍ରଶାସନ

ଦିଗପହଣ୍ଡି,୬ା୪(ଡି.ଏନ୍‌.ଏ.): ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳଗୁଡିକରେ ଶଟଡାଉନ ସମୟରେ ବିନା କାରଣରେ କେହି ବ୍ୟକ୍ତି ଘରୁ ବାହାରିଲେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ ବୋଲି ପକ୍ଷରୁ...

ଯାଉଥିଲେ କାର୍ଯ୍ୟରେ ଯୋଗଦେବାକୁ ଚାଲିଗଲା ଜୀବନ

ଖଡିଆଳ,୪।୭: ନୂଆପଡ଼ା ଜିଲା ଖଡ଼ିଆଳ ସାନମହେଶ୍ୱର ଗ୍ରାମ ୩୫୩ ନଂ. ଜାତୀୟ ରାଜପଥରେ ରବିବାର ଏକ ଗାଡି ଧକ୍କାରେ ବାଇକ୍‌ ଚାଳକ ବଳଦେବ ନିଆଲ(୪୫)ଙ୍କ ମୃତ୍ୟୁ...

ବୁଗୁଡ଼ାରେ ପୁଣି ୧୭ କରୋନା ପଜିଟିଭ୍‌: ୧୯ ପର୍ଯ୍ୟନ୍ତ ବଢ଼ିଲା ଶଟ୍‌ଡାଉନ୍‌

ବୁଗୁଡ଼ା,୧୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକେ ବିଭିନ୍ନ ଆଶଙ୍କା ଦେଇ ଗତି କରୁଛନ୍ତି। ସେହିପରି ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକବାସୀ...

Advertisement
Archives

Model This Week