ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର ପ୍ରତିହାରୀ, ଭାଜପାରୁ ଲଳିତ କୁମାର ବେହେରା, ସମାଜବାଦୀ ପାର୍ଟିରୁ ପ୍ରଶାନ୍ତ କୁମାର ପାତ୍ର, ସ୍ବାଧୀନ ଭାବେ ଦିବ୍ୟରଞ୍ଜନ ସ୍ବାଇଁ, ମନୋଜ କୁମାର ରାଉତ, ଜୀବନକୃଷ୍ଣ ରୟ, ସ୍ନେହଲତା ରାଏ, ଅଜିତ୍‌ କୁମାର ନାୟକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଭାଜପା ପ୍ରାର୍ଥୀ ଲଳିତ କୁମାର ବେହେରା ସବୁଠୁ ଧନୀ ବୋଲି ଜଣାପଡ଼ିଛି। ଲଳିତଙ୍କ ପାଖରେ ୧୧୫୦ ଗ୍ରାମ୍‌ ସୁନା ଥିବା ବେଳେ ୧୨ଟି ଗାଡ଼ି ତାଙ୍କ ନଁାରେ ରହିଛି।
ନାମାଙ୍କନପତ୍ରରେ ଦାଖଲ ହୋଇଥିବା ସତ୍ୟପାଠରୁ ମିଳିଥିବା ତଥ୍ୟ ମୁତାବକ, ଭାଜପା ପ୍ରାର୍ଥୀ ଲଳିତ କୁମାର ଗତ ୫ ବର୍ଷରେ ୧ କୋଟି ୩୨ ଲକ୍ଷ ୨୪ ହଜାର ୮୮୦ ଟଙ୍କା ଆୟ ଦର୍ଶାଇଥିବା ବେଳେ ତାଙ୍କ ସ୍ତ୍ରୀ ୨୦୨୨-୨୩ରେ ୪ ଲକ୍ଷ ୯୯ ହଜାର ୯ଶହ ଟଙ୍କା ଆୟ ଦର୍ଶାଇଛନ୍ତି। ତାଙ୍କ ପାଖରେ ୧ ଲକ୍ଷ ୭୩ ହଜାର ନଗଦ ଜମା ଥିବା ବେଳେ ସ୍ତ୍ରୀଙ୍କ ପାଖରେ ୪୭ ହଜାର ଟଙ୍କା ରହିଛି। ତାଙ୍କର ବିଭିନ୍ନ ସ୍କିମ୍‌ରେ ୩୭ ଲକ୍ଷ ଟଙ୍କାର ବୀମା ରହିଥିବା ବେଳେ ସ୍ତ୍ରୀଙ୍କ ନାମରେ ୭ ଲକ୍ଷ ୧୦ ହଜାର ଟଙ୍କାର ବୀମା ରହିଛି। ତାଙ୍କ ପାଖରେ ୧ କେଜି ୧୫୦ ଗ୍ରାମ୍‌ ସୁନା, ୫ ଶହ ଗ୍ରାମ୍‌ ରୁପା ଓ ୧୦ ଗ୍ରାମ୍‌ ହୀରା ରହିଥିବା ବେଳେ ସ୍ତ୍ରୀଙ୍କ ପାଖରେ ୧୧୫ ଗ୍ରାମ୍‌ ସୁନା, ୩ ଶହ ଗ୍ରାମ୍‌ ରୁପା ରହିଛି। ତାଙ୍କ ପାଖରେ ଗ୍ଲାମର ଏଫ୍‌-୧, ସ୍ପ୍ଲେଣ୍ଡର ପ୍ଲସ୍‌, ଆଚିଭର-୧୫୦ ବାଇକ୍‌ରୁ ଆରମ୍ଭ କରି ଫର୍ଚୁନର ସିଗ୍‌ମା, ମେସ୍‌ଟ୍ରୋ, ମହିନ୍ଦ୍ରା ଥର, ମାରୁତି ସ୍ବିଫ୍ଟ, ସେଲ, ବୋଲେରୋ ପିକ୍‌ଅପ୍‌ ଓ ଭାରତ ବେଞ୍ଜ୍‌ ଭଳି ୧୨ଟି ଗାଡ଼ି ରହିଛି। ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୮ କୋଟି ୨୫ ଲକ୍ଷ ୪୮ ହଜାର ୮୪୦ ଟଙ୍କା ହୋଇଥିବା ବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୧୪ ଲକ୍ଷ ୪୩ ହଜାର ଟଙ୍କା। ତାଙ୍କ ସ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୫ ଲକ୍ଷ ୨୨ ହଜାର ୫ଶହ ଟଙ୍କା। ଲଳିତଙ୍କ ନଁାରେ ବିଭିନ୍ନ ବ୍ୟାଙ୍କରେ ୨ କୋଟି ୪୨ ଲକ୍ଷ ୮୦ ହଜାର ୯୮୫ ଟଙ୍କାର ଋଣ ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।
ବିଜେଡିରୁ ପ୍ରାର୍ଥୀ ହୋଇଥିବା ବର୍ତ୍ତମାନର ବିଧାୟକ ଧ୍ରୁବ ସାହୁ ୫ ବର୍ଷରେ ୨୯ ଲକ୍ଷ ୨୪ ହଜାର ୯୯୫ ଟଙ୍କା ଆୟ ଦର୍ଶାଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ଆୟ ୨୦ ଲକ୍ଷ ୮୦ ହଜାର ୩୭୦ ଟଙ୍କା। ଧ୍ରୁବଙ୍କ ପାଖରେ ୬୭ ହଜାର ୨ଶହ ଟଙ୍କା ନଗଦ ଜମା ଥିବା ବେଳେ ସ୍ତ୍ରୀଙ୍କ ପାଖରେ ୩୧ ହଜାର ୭୫୦ ଟଙ୍କା ରହିଛି। ବିଭିନ୍ନ ବ୍ୟାଙ୍କରେ ୨୯ ଲକ୍ଷ ୭୫ ହଜାର ୪୩ ଟଙ୍କା ଜମା ଥିବା ବେଳେ ୪ ଲକ୍ଷ ୯୫ ହଜାର ୩୫ ଟଙ୍କାର ବୀମା ତାଙ୍କ ନାମରେ ରହିଛି। ସେହିପରି ତାଙ୍କ ସ୍ତ୍ରୀଙ୍କ ନାମରେ ୨୪ ଲକ୍ଷ ୭୬ ହଜାର ୭୧୯ ଟଙ୍କା ଓ ପୁଅ ନଁାରେ ୧୧ ଲକ୍ଷ ୧୯ ହଜାର ୪୫୨ ଟଙ୍କାର ବୀମା ରହିଛି। ତାଙ୍କ ପାଖରେ ସ୍କର୍ପିଓ ଗାଡି ସହିତ ହିରୋହୋଣ୍ଡା ସିଡିଡନ୍‌ ଓ ବଜାଜ ସ୍କୁଟର ରହିଛି। ତାଙ୍କ ପାଖରେ ୫୦ ଗ୍ରାମ୍‌, ସ୍ତ୍ରୀଙ୍କ ପାଖରେ ୩ ଶହ ଗ୍ରାମ୍‌ ଓ ପୁଅ ପାଖରେ ୩୦ ଗ୍ରାମ୍‌ର ସୁନା ରହିଛି। ଧ୍ରୁବଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୮୧ ଲକ୍ଷ ୨୦ ହଜାର ୧୨୭ ଟଙ୍କା, ସ୍ତ୍ରୀଙ୍କର ୪୯ ଲକ୍ଷ ୪୬ ହଜାର ୯୪୬ ଟଙ୍କା ଓ ପୁଅର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୧ ଲକ୍ଷ ୧୯ ହଜାର ୪୫୨ ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି। ତାଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୭ ଲକ୍ଷ ୬ ହଜାର ୮ଶହ ଟଙ୍କା ହୋଇଥିବା ବେଳେ ଭୁବନେଶ୍ୱର ଘର ତାଙ୍କ ସ୍ତ୍ରୀଙ୍କ ନାମରେ ଥିବାରୁ ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୨୫ ଲକ୍ଷ ଟଙ୍କା। ଧ୍ରୁବଙ୍କ ନଁାରେ ୬୦ ଲକ୍ଷ ୯୮ ହଜାର ୧୩୬ ଟଙ୍କାର ବ୍ୟାଙ୍କଋଣ ରହିଛି।
କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ପ୍ରତିହାରୀ ଗତ ୨ ବର୍ଷରେ ୯ ଲକ୍ଷ ୧୯ ହଜାର ୯୯୦ ଟଙ୍କା ଆୟ ଦର୍ଶାଇଛନ୍ତି। ତାଙ୍କ ପାଖରେ ୫୦ ହଜାର ଟଙ୍କା ହାତଜମା ଥିବା ବେଳେ ୨୦ ଗ୍ରାମ୍‌ ସୁନା ରହିଛି। ତାଙ୍କର ରେନୁଆଲ ଡଷ୍ଟର, ମହିନ୍ଦ୍ରା ବୋଲେରୋ ଭଳି ଦୁଇଟି ୪ଚକିଆ ଗାଡ଼ି ସହ ଗୋଟିଏ ହିରୋହୋଣ୍ଡା ବାଇକ୍‌ ରହିଛି। ତାଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୬ ଲକ୍ଷ ୩୯୯ ହଜାର ୧୧୦ ଟଙ୍କା ହୋଇଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୪୦ ଲକ୍ଷ ଟଙ୍କା। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୧୧ ଲକ୍ଷ ଟଙ୍କାର ଋଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri