ପଞ୍ଜୀକୃତ ୧୨, ବେଆଇନ ୫୦ କ୍ରଶର

ଯାଜପୁର,୩ା୪(ହର୍ଷବର୍ଦ୍ଧନ ବେହେରା) :ଗରିବ ଲୋକଙ୍କ ଜୀବନକୁ ବିପଦରେ ପକାଇ ପ୍ରଭାବଶାଳୀ ଲୋକ ମୁନାଫା ଅର୍ଜନ କରୁଛନ୍ତି। ଏଥିରେ ପୋଲିସ ପ୍ରଶାସନ କେବଳ ସହଯୋଗ କରୁନାହାନ୍ତି ବରଂ ଆଖିବୁଜି ଦେଉଛନ୍ତି। ଏଭଳି ଉଦାହରଣ ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ବିଭିନ୍ନ କ୍ରଶର ଏବଂ କଳାପଥର ଖାଦାନଗୁଡିକରେ ଦେଖିବାକୁ ମିଳିଛି। କାରଖାନା ଆଇନ ୧୯୪୮ର ଧାରା ୨୧, ୨୨, ୨୩, ୨୪, ୩୦, ୩୧, ୩୬ ଓ ୮୫ ଅନୁଯାୟୀ କ୍ରଶରଗୁଡିକରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷା ବ୍ୟବସ୍ଥା ଓ ନୀତି ପରାହତ ହୋଇଛି। ଏଠାରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ଘଟି ମୃତ୍ୟୁ ହେଲେ ସେମାନଙ୍କ ଜୀବନର ମୂଲ୍ୟ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକଙ୍କୁ ଦେଇ ମାମଲା ରଫାଦଫା କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ବିନା ପଞ୍ଜିକରଣରେ ଏଠାରେ ୫୦ରୁ ଊର୍ଦ୍ଧ୍ୱ ଷ୍ଟୋନ କ୍ରଶର ଚାଲିଥିବାରୁ ସରକାରଙ୍କ ନୀତି ଅନୁସାରେ ଶ୍ରମିକ ଓ ତାଙ୍କ ପରିବାରବର୍ଗ ଲାଭ ପାଉନାହାନ୍ତି ବୋଲି ମତ ପ୍ରକାଶ ପାଇଛି।
ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ସର୍ବମୋଟ ୩୭୨ଟି ପଞ୍ଜିକୃତ କ୍ରଶର ରହିଛି। ସେଥିରେ ସର୍ବାଧିକ ୭୧୦୮ ଜଣ ଶ୍ରମିକଙ୍କୁ ନିୟୋଜନ କରିବା ପାଇଁ ସନନ୍ଦ ପ୍ରଦାନ କରାଯାଇଛି। କିନ୍ତୁ ବାସ୍ତବରେ ଏହାର ବହୁ ଗୁଣ ଅଧିକ କ୍ରଶର ବେଆଇନ ଭାବେ ଚାଲିଛି। ଯାଜପୁର ଜିଲାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାରେ ସରକାରୀ ଭାବେ ୩୦ା୧ା୨୦୨୪ ସୁଦ୍ଧା ୧୨ଟି କ୍ରଶର ପଞ୍ଜିକୃତ ହୋଇଛି। ଏଥିରେ ୨୨୭ ଜଣ କର୍ମଚାରୀ ନିୟୋଜନ ଅଛନ୍ତି। କିନ୍ତୁ ବାସ୍ତବରେ କେବଳ ମେଗା କ୍ରଶର ପ୍ରାୟ ୩୦ଟି ରହିଛି। ଅନ୍ୟ ଛୋଟ ବଡ କ୍ରସର ୪୦ରୁ ଊର୍ଦ୍ଧ୍ୱ ରହିଥିବା ଜଣାପଡିଛି। ଏହି କ୍ରଶରଗୁଡିକରେ ସରକାରଙ୍କ କୌଣସି ନୀତି ପାଳନ କରାଯାଉନାହିଁ। ଓଡ଼ିଶା କାରଖାନା ନିୟମାବଳୀ ୧୯୫୦ର ନିୟମ ୬୨ଏଚ୍‌  ଅନୁଯାୟୀ ଶ୍ରମିକମାନଙ୍କ ସୁରକ୍ଷା ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା ସାଜସରଞ୍ଜାମ(ପିପିଇ କିଟ) ବ୍ୟବସ୍ଥା ହେଉନାହିଁ। ସଂପୃକ୍ତ ନୀତିକୁ ଠିକ୍‌ ଭାବେ ଅନୁପାଳନ କରୁ ନ ଥିବା କ୍ରଶର କର୍ତ୍ତୃପକ୍ଷଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଗତ ୧୭ ତାରିଖରେ ରାହାଡପୁର କଳାପଥର ଖାଦାନ ନିକଟସ୍ଥ ଶିବ ଶକ୍ତି ଷ୍ଟୋନ କ୍ରଶରରେ କାମ କରୁଥିବା ସମୟରେ ପଶ୍ଚିମବଙ୍ଗ ରାଜ୍ୟର ବାଙ୍କୁଡା ଜିଲା ବରିକୁଳ ଅଞ୍ଚଳର ଶ୍ୟାମସୁନ୍ଦର ହାଁସଦା(୩୦) ନାମଙ୍କ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ହେଲେ ଆଇନ ଅନୁସାରେ କ୍ରଶର ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ଶ୍ରମିକଙ୍କ ପରିବାରବର୍ଗଙ୍କୁ କିଛି ଅର୍ଥ ଦେଇ ସନ୍ତୁଷ୍ଟ କରାଯାଇଥିଲା ବୋଲି ଚର୍ଚ୍ଚା ହେଉଛି। ଆମ ରାଜ୍ୟର ଜଣେ ଶ୍ରମିକ ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁ ଘଟିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଉଛି। କିନ୍ତୁ ଏଠାରେ ଅନ୍ୟ ରାଜ୍ୟର ଶ୍ରମିକଙ୍କ ଜୀବନର ମୂଲ୍ୟ ତୁଚ୍ଛ ବୋଲି ମନେ କରାଯାଉଛି। ଏହି କ୍ରମରେ ଆମ ରାଜ୍ୟର ଶ୍ରମିକଙ୍କ ମୂଲ୍ୟ ଅନ୍ୟ ରାଜ୍ୟରେ କାହିଁକି ଗୁରୁତ୍ୱ ମିଳିବ ବୋଲି ମତପ୍ରକାଶ ପାଇଛି।
ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଗତ ୨୦୨୧ ଜାନୁଆରୀରେ ଧର୍ମଶାଳା ତହସିଲ ଏବଂ ଫେବୃଆରୀରେ ଦର୍ପଣ ତହସିଲ ଅଞ୍ଚଳରେ ବେଆଇନ ପଥର ଭଙ୍ଗା କ୍ରଶରଗୁଡ଼ିକ ଉଚ୍ଛେଦ ହୋଇଥିଲା। ପରିବେଶ ନିୟମ ଓ ସାଇଟିଂ କ୍ରାଇଟେରିଆ ବର୍ହିଭୁତ କରି ବିନା ପ୍ରମାଣପତ୍ରରେ ଚାଲୁଥିବା ପଥର ଭଙ୍ଗା କ୍ରଶରଗୁଡ଼ିକୁ ଉଚ୍ଛେଦ ଓ ସିଲ୍‌ କରିବାର କେଇଦିନ ଯାଇଛି କି ନାହିଁ ପୁଣି ଏକାଧିକ ବେଆଇନ କ୍ରଶର ଆରମ୍ଭ ହୋଇଥିଲା। ବେଆଇନ କ୍ରଶର ପାଇଁ ଏକାଧିକ କଳାପଥର ଖାଦାନରୁ ବିପୁଳ କୋଟି ଟଙ୍କାର କଳାପଥର ଉତ୍ତୋଳନ ଜାରି ରହିଛି। ପରବର୍ତ୍ତୀ ସମୟରେ ଶ୍ରମିକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି କ୍ରଶର ୟୁନିଟ ସ୍ଥାପନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ା ଏଥି ସକାଶେ ଜମି ଯୋଗାଇ ଦେବାକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା।  କ୍ରଶର ୟୁନିଟ ପାଇଁ ଆରୁହାଠାରେ ଭିତ୍ତିପ୍ରସ୍ତର ସ୍ଥାପନ ସହ ରାସ୍ତା ନିର୍ମାଣ ଶେଷ ହୋଇଛି। କିନ୍ତୁ ବେଆଇନ କ୍ରଶରଗୁଡିକରୁ ମାସିକ ଚାନ୍ଦା ବନ୍ଦ ହୋଇଯିବାର ଆଶଙ୍କା କରି କ୍ରଶର ୟୁନିଟ୍‌ ନିର୍ମାଣ ଦାୟିତ୍ୱ ରହିଥିବା  ଅଧିକାରୀ ନୀରବ ରହୁଛନ୍ତି। ଏଭଳିସ୍ଥିତିରେ ପ୍ରଶାସନର ପ୍ରସ୍ତାବିତ କ୍ରଶର ୟୁନିଟ ନିର୍ମାଣରେ ବିଳମ୍ବ ହେଉଥିବାରୁ ଶ୍ରମିକଙ୍କ ଅକାଳରେ ଜୀବନ ଯାଉଥିବା ସହ ବେଆଇନ କଳାପଥର ଉତ୍ତୋଳନକୁ ସୁହାଉଛି ବୋଲି ମତପ୍ରକାଶ ପାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?