୧୨ ଘଣ୍ଟା ପରେ ବିନା ପିପିଇ କିଟ୍‌ରେ ହସ୍ପିଟାଲ ଗଲେ

ପୁରୀ ଅଫିସ,୨୭ା୮: କରୋନା ଆକ୍ରାନ୍ତଙ୍କୁ ପୁରୀରେ ମିଳିଲାନି ପ୍ରଶାସନିକ ସହଯୋଗ। ଘରଠାରୁ ମାତ୍ର ୩ଶହ ମିଟର ଦୂରରେ କୋଭିଡ୍‌ ହସ୍ପିଟାଲ ଥିଲେ ସୁଦ୍ଧା ସେଠାରେ ପହଞ୍ଚତ୍ବାକୁ ଲାଗିଗଲା ପ୍ରାୟ ୧୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ। ପ୍ରଶାସନିକ ସହଯୋଗ ନ ମିଳିବାରୁ ଶେଷରେ ସନ୍ଧ୍ୟାରେ ଜଣେ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଆକ୍ରାନ୍ତଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ ଭର୍ତ୍ତି କରାଯାଇଥିଲା। ତେବେ ଆବଶ୍ୟକ ସୁବିଧା ନ ଥିବାରୁ ସ୍ବେଚ୍ଛାସେବୀ ଜଣକ ଆକ୍ରାନ୍ତଙ୍କୁ ବିନା ପିପିଇ କିଟ୍‌ରେ ଆମ୍ବୁଲାନ୍ସରେ ନିଆଯାଇଥିବା ଦେଖିବାକୁ ମିଳିଛି।
କରୋନା ପଜିଟିଭ ପରିଚାଳନାକୁ ନେଇ ଆର୍‌ଡିସି ଏକାଧିକଥର ପୁରୀରେ ସମୀକ୍ଷା ବୈଠକ କଲେଣି। ରୋଗୀଙ୍କ ଚିକିତ୍ସା ଓ ଖାଦ୍ୟପେୟରେ ଯେପରି କୌଣସି ପ୍ରକାର ତ୍ର୍ରୁଟି ନ ହୁଏ ସେଥିଲାଗି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ବୈଠକରେ ନିର୍ଦ୍ଦେଶ ଦିଆଯାଉଛି। ମାତ୍ର ବାସ୍ତବରେ ଏହା ପ୍ରତିଫଳିତ ହେଉ ନ ଥିବା ବୁଧବାର ଘଟଣାରୁ ସ୍ପଷ୍ଟ ଜଣାପଡୁଛି। ପୁରୀ ଭୁଦାନ ଅଞ୍ଚଳର ଜଣେ ୮୨ ବର୍ଷୀୟ ବୃ୍‌ଦ୍ଧ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଥିଲା। ବୁଧବାର ସକାଳେ ସେ କରୋନା ପଜିଟିଭ ବୋଲି ଜଣାପଡିଲା। ଏହାପରେ ତାଙ୍କ ସ୍ତ୍ରୀ ଓ ପୁଅ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲ ନେବା ପାଇଁ ସ୍ବସ୍ଥ୍ୟକର୍ମୀଙ୍କୁ କହିଥିଲେ। କୋଭିଡ୍‌ ହସ୍ପିଟାଲ ଆମ୍ବୁଲାନ୍ସକୁ ଫୋନ କରାଯାଇଛି ଆସିଲେ ଯିବେ ବୋଲି ଉତ୍ତର ଆସିଥିଲା। ଅପରାହ୍‌ନରେ ପୁରୀର ଜଣେ ଯୁବ ସାମାଜିକ କର୍ମୀ ସ୍ବାଧୀନ କୁମାର ପଣ୍ଡା କୌଣସି କାମରେ ହସ୍ପିଟାଲ ଆସିଥିବାବେଳେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସ୍ବାସ୍ଥ୍ୟକର୍ମୀଙ୍କୁ ପଚାରିଥିଲେ ମଧ୍ୟ କାହାଠାରୁ ଠିକ୍‌ ଉତ୍ତର ପାଇ ନ ଥିଲେ। ନିଜେ ପୁଣି ଆମ୍ବୁଲାନ୍ସକୁ ଫୋନ କରିଥିଲେ। ସନ୍ଧ୍ୟାରେ ସମୟରେ ଏକ ଆମ୍ବୁଲାନ୍ସ ଆସିଥିଲା। ହେଲେ ଆକ୍ରାନ୍ତଙ୍କୁ ନେବା ପାଇଁ କୌଣସି ନ ଥିଲେ। ଚାଳକ ବି ଛୁଇଁବେ ନାହିିଁ ବୋଲି କହିଥିଲେ। ଶେଷରେ ନିଜେ ସ୍ବାଧୀନ ଆକ୍ରାନ୍ତଙ୍କୁ ବିନା ପିପିଇ କିଟ୍‌ରେ ଆମ୍ବୁଲାନ୍ସରେ ବସାଇଥିଲେ। ସାମାଜିକ କର୍ମୀ ସ୍ବାଧୀନ କହିଛନ୍ତି ସକାଳୁ ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ତାଙ୍କୁ କୋଭିଡ୍‌ ହସ୍ପିଟାଲ ନେବାକୁ କେହି ସହଯୋଗ କରି ନ ଥିଲେ। ଅଧିକ ସମୟ ରହିଲେ ଜିଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ରୋଗୀଙ୍କୁ ସଂକ୍ରମଣ ବ୍ୟାପିବା ସମ୍ଭାବନା ରହିଥିଲା। ତେଣୁ ପିପିଇ କିଟ୍‌ ନ ମିଳୁ ପଛେ ତାଙ୍କୁ ଆମ୍ବୁଲାନ୍ସରେ ବସାଇଥିଲି ବୋଲି ସ୍ବାଧୀନ କହିଛନ୍ତି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, ନଶ୍ଚିତ ଏହା ଏକ ଦୁଃଖଦାୟକ ଘଟଣା। କେଉଁ ପରିସ୍ଥିତିରେ ଏବଂ କିପରି ସମ୍ପୃକ୍ତ ପଜିଟିଭି ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲ ନେବା ଏତେ ବିଳମ୍ବ ହେଲା ସେନେଇ ଏଡିଏମ୍‌ଓଙ୍କୁ ରିପୋର୍ଟ ମଗାଯାଇଛି। ଏହାର ତଦନ୍ତ ଚାଲିଛି। ରିପୋର୍ଟ ପାଇବା ପରେ ତ୍ର୍ରୁଟି କେଉଁଠି ରହିଲା, ଏଥିପାଇଁ କିଏ ଦାୟୀ ସେ ନେଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri