ଧରାପଡ଼ିଲେଣି ୧୨, ସ୍କାନରରେ ୬ ଶିକ୍ଷକ

ରାୟଗଡ଼ା,୧୬ା୪(ସ୍ବ.ପ୍ର.): ନକଲି ସାର୍ଟିିଫିକେଟ ଦେଇ ଚାକିରି କରୁଥିବା ୧୨ ଶିକ୍ଷକଙ୍କୁ ରାୟଗଡ଼ା ଜିଲା ଶିକ୍ଷା ବିଭାଗ ଧରିଛି। ସେମାନଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି। ୭ ଜଣଙ୍କୁ ଚାକିରିରୁ ବହିଷ୍କୃତ ମଧ୍ୟ କରାଯାଇଛି। ସେମାନେ ହେଲେ ବାରଙ୍ଗପଦର ବିଦ୍ୟାଳୟ ଶିକ୍ଷକ ତପନ ଚୌଧୁରୀ, ଝିରିଗୁମ୍ମା ବିଦ୍ୟାଳୟ ଶିକ୍ଷକ ଅନୁକୂଳ ପଦ୍ମନାଭ, ଦଣ୍ଡପଡ଼ା ବିଦ୍ୟାଳୟ ଶିକ୍ଷକ ପ୍ରେମାନନ୍ଦ ଗମାଙ୍ଗ, ଶିକ୍ଷକ ପିତବାସ ଶବର, ଡୁମୁରିଯୋଡି ବିଦ୍ୟାଳୟ ଶିକ୍ଷକ ଶମ୍ଭୁ କହଁର, ଶିକ୍ଷକ ରଘୁନାଥ ବିଡିକା ଓ କଦଳିଖୋଲ ବିଦ୍ୟାଳୟ ଶିକ୍ଷକ ସଞ୍ଜୀବ ମାଝୀ । ସେହିପରି ଆଉ ୫ ଜଣ ମଧ୍ୟ ବହିସ୍କୃତ ହେବେ ବୋଲି ଜଣାପଡ଼ିଛି। ୬ ଜଣଙ୍କ ସାର୍ଟିିଫିକେଟ ଯାଞ୍ଚ ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହଁନ୍ତି, ଆହୁରି ଶତାଧିକ ଶିକ୍ଷୟିତ୍ର ଶିକ୍ଷକ ନକଲି ସାର୍ଟିିଫିକେଟ ଦେଇ ଚାକିରି କରୁଛନ୍ତି । ଏବେ ଯେଉଁ ୭ ଜଣ ବହିଷ୍‌ୃତ ହୋଇଛନ୍ତି ସେମାନଙ୍କ ସାର୍ଟିଫିକେଟ ରାଜ୍ୟ ବାହାରୁ ଆସିଛି । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, କଶ୍ମୀର ଆଦିରୁ ସାର୍ଟିଫିକେଟ ଆଣି ଚାକିରି ସମୟରେ ଦାଖଲ କରିଛନ୍ତି। ମୁଖ୍ୟତଃ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ, ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟ, ଗୌହାଟୀ ବିଶ୍ୱବିଦ୍ୟାଳୟ, କୋଲକାତା ବିଶ୍ୱବିଦ୍ୟାଳୟ ନାମରେ ଏହି ସମସ୍ତ ସାର୍ଟିଫିକେଟ ଦାଖଲ ହୋଇଛି। ତେବେ ଯାଞ୍ଚ ସମୟରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ତରଫରୁ ଏଭଳି ସାର୍ଟିଫିକେଟ କାହାକୁ ପ୍ରଦାନ କରାଯାଇ ନଥିବା ସମଗ୍ର ଶିକ୍ଷା କାର୍ଯ୍ୟାଳୟକୁ ଜଣାଯାଇଛି ଇଗ୍ନୋ ନାମରେ ମଧ୍ୟ ନକଲି ସାର୍ଟିଫିକେଟ ଦାଖଲ କରି ଚାକିରି ପାଇଛନ୍ତି। ଏହି ନକଲି ସାର୍ଟିଫିକେଟ ଦାଖଲ କରିଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନାମରେ ପୋଲିସରେ ମାମଲା ରୁଜୁ କରାଯିବା ସହିତ ସେମାନଙ୍କ ଠାରୁ ସମସ୍ତ ଦରମା ଆଦାୟ କରାଯିବ ବୋଲି ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ ବରିହା କହିଛନ୍ତି। ଜିଲାରେ ଶତାଧିକ ଶିକ୍ଷୟିତ୍ରୀ ଶିକ୍ଷକ ଏଭଳି ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। କାହାର ଡିଗ୍ରୀ ସାର୍ଟିଫିକେଟ ତ ଆଉ କାହାର ବିଏଡ୍‌ ସାର୍ଟିଫିକେଟ ନକଲି ରହିଛି । ପର୍ଯ୍ୟାୟକ୍ରମେ ସେମାନଙ୍କୁ ମଧ୍ୟ ଧରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଜିଲା ଶିକ୍ଷାଧିକାରୀ ଏଥିରେ ବିଳମ୍ବ କରୁଥିବାରୁ ରାଜ୍ୟ ଗଣଶିକ୍ଷା ସଚିବ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଚେତାବନୀ ମଧ୍ୟ ଦେଇଛନ୍ତି । ତୁରନ୍ତ ସମସ୍ତ ନକଲି ସାର୍ଟିଫିକେଟ ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ଧରିବା ସହିତ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?