୧୧୮ ଅଙ୍ଗନୱାଡିର ନିଜସ୍ବ ଗୃହ ନାହିଁ

କଣାସ,୨୯୨(ବିଭୂତି ଭୂଷଣ ତ୍ରିପାଠୀ) ଶିଶୁ ଓ ମା’ଙ୍କ ସୁରକ୍ଷା ନିମନ୍ତେ ଗାଁ ଗାଁରେ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ କଣାସ ବ୍ଲକରେ କେନ୍ଦ୍ରଗୁଡ଼ିକ ନାହିଁ ନାହିଁରେ ପରିଚାଳିତ ହେଉଛି। ବ୍ଲକରେ ୨୮୫ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥି ମଧ୍ୟରୁ ୧୬୭ଟି କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୧୧୮ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଗୃହ ନ ଥିବା କେନ୍ଦ୍ରଗୁଡ଼ିକ ଅଙ୍ଗନୱାଡି କର୍ମୀଙ୍କ ନଜ ଘରେ ପରିଚାଳିତ ହେଉଛି। ଫଳରେ ଅଙ୍ଗନୱାଡି କର୍ମୀ କୋମଳମତି ଶିଶୁଙ୍କୁ ଘର ଭିତରେ ବସାଇ ନିଜ ନିଜ ଘର କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ୨୬୮ଟି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ଥିବାବେଳେ ୧୭ କେନ୍ଦ୍ରର ବିନା କର୍ମୀରେ ପରିଚାଳିତ ହେଉଛି। ୨୮୨ କେନ୍ଦ୍ରରେ ସହାୟିକା ଥିବାବେଳେ ୩ କେନ୍ଦ୍ରରେ ସହାୟିକା ପଦବୀ ଖାଲି ପଡ଼ିଛି। କେନ୍ଦ୍ରଗୁଡ଼ିକୁ ସୁପରଭିଜନ କରିବାକୁ ୧୨ଜଣ ସୁପଭାଇଜର ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ୮ଜଣ ସୁପରଭାଇଜରରେ କାର୍ଯ୍ୟ ଚାଲିଛି। ସୁପରଭାଇଜରମାନେ ନିୟମିତ କେନ୍ଦ୍ର ତଦାରଖ କରିବାକୁ ଆସୁ ନ ଥିବା ଅଭିଯୋଗ ରହିଛି। ପିଲା ଓ ମା’ମାନଙ୍କ ସୁଷମ ଖାଦ୍ୟ ନିମନ୍ତେ ପ୍ରତି ମାସରେ ଛତୁଆ ଦିଆଯାଉଥିଲା। ଏବେ ଜାନୁଆରୀ ଓ ଫେବୃଆରୀ ୨ ମାସ ହେଲା କୌଣସି କେନ୍ଦ୍ରକୁ ଛତୁଆ ଦିଆଯାଉନାହିଁ। ଏ ସମ୍ପର୍କରେ ସିଡିପିଓ ସ୍ମିତା ମହାନ୍ତିଙ୍କୁ ପଚାରିବାରେ, ୨ମାସ ହେଲା ଗହମ ମିଳୁ ନ ଥିବାରୁ ଛତୁଆ ଦିଆଯାଉନାହିଁ। ଅପରପକ୍ଷେ ଏହି କେନ୍ଦ୍ରଗୁଡ଼ିକୁ ସୁଷମ ଖାଦ୍ୟ ଯୋଗାଣ ନିମନ୍ତେ ବ୍ଲକରେ ୩ଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ନିଯୁକ୍ତି କରାଯାଇଥିଲା। କିନ୍ତୁ ୨ଟି ସ୍ବୟଂ ସହାୟିକା ଗୋଷ୍ଠୀକୁ କୌଣସି କାରଣରୁ କଟାଯାଇଥିବାରୁ ଗୋଟିଏ ସ୍ବୟଂ ସହାୟିକା ଗୋଷ୍ଠୀ କଣାସ ବ୍ଲକର ସବୁ କେନ୍ଦ୍ରକୁ ଯୋଗାଇବାରେ ବ୍ୟତିକ୍ରମ ଘଟୁଛି। ବର୍ତ୍ତମାନ ବଜାରରେ ଅଣ୍ଡା ଦର ଗୋଟା ପିଛା ୮ଟଙ୍କା ହୋଇଥିବାବେଳେ ସରକାର ସେ ବାବଦକୁ ୫ଟା ୫୦ପଇସା ଦେଉଛନ୍ତି। ଫଳରେ ସମସ୍ତ ଶିଶୁ ଅଣ୍ଡା ପାଇବା ସମ୍ଭବ ହୋଇପାରୁନାହିଁ। ଅଙ୍ଗନୱାଡି କର୍ମୀଙ୍କ ସହିତ ଅଭିଭାବକଙ୍କ କଳିତକରାଳ ହେଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆନନ୍ଦପୁର ରିଙ୍ଗ୍ ବନ୍ଧ ଘାଇ ହୋଇ ବନ୍ୟା ବିପର୍ଯ୍ୟୟ: ସରକାର-ଜଳସମ୍ପଦ ବିଭାଗ ଉପରେ ବର୍ଷିଲେ ଜୟଦେବ ଜେନା

ଆନନ୍ଦପୁର, ୧।୮(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍ ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟା ବିପର୍ଯ୍ୟୟ ଘଟିବା ପରେ ଶନିବାର ଆନନ୍ଦପୁରରେ କଂଗ୍ରେସ ପକ୍ଷରୁ ଏକ…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri