Posted inଜାତୀୟ

ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ନାମାଙ୍କନ ଦାଖଲ, ଯାଞ୍ଚ୍‌ ପୂର୍ବରୁ ୨୮ ଖାରଜ…

ନୂଆଦିଲ୍ଲୀ, ୩୦।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୁଧବାର ଶେଷ ହୋଇଛି। ଜୁନ ୨୯ ତାରିଖ ପର୍ଯ୍ୟନ୍ତ ମୋଟ ୧୧୫ ନାମାଙ୍କନପତ୍ର ଦାଖଲ କରାଯାଇଥିଲା । ସେଥିମଧ୍ୟରୁ ୮୭ଟି ନାମାଙ୍କନ ଯାଞ୍ଚ ପାଇଁ ବାକି ଅଛି । ଗୁରୁବାର ଏହି ନାମାଙ୍କନଗୁଡ଼ିକର ପତ୍ର ଯାଞ୍ଚ କରାଯିବ।

ସୂତ୍ରରୁ ପ୍ରକାଶ ଯେ ମୋଟ ୧୧୫ ନାମାଙ୍କନ ମଧ୍ୟରୁ ୨୮ ଜଣ ପ୍ରାର୍ଥୀଙ୍କ ନାମ ସହିତ ଭୋଟର ତାଲିକା ଦାଖଲ ନକରି ଥିବାରୁ ଏସବୁକୁ ଖାରଜ କରାଯାଇଥିଲା। ଅବଶିଷ୍ଟ ୮୭ ନାମାଙ୍କନପତ୍ର ୭୨ ଜଣ ପ୍ରାର୍ଥୀଙ୍କର ରହିଛି। ସେସବୁ ଗୁରୁବାର ଯାଞ୍ଚ କରାଯିବ।

ନାମାଙ୍କନପତ୍ର ଦାଖଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ଦଳର ଯଶୱନ୍ତ ସିହ୍ନା ଅଛନ୍ତି। ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ଏବଂ ଯଶୱନ୍ତ ସିହ୍ନା ମୁଖ୍ୟ ପ୍ରାର୍ଥୀ ଅଟନ୍ତି।

ଅନେକ ସାଧାରଣ ଲୋକ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି। ଏଥିମଧ୍ୟରେ ମୁମ୍ବାଇର ଏକ ବସ୍ତି ବାସିନ୍ଦା, ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ସମାନ ନାମଧାରୀ ବ୍ୟକ୍ତି, ତାମିଲନାଡୁର ସାମାଜିକ କାର୍ଯ୍ୟକର୍ତ୍ତା ତଥା ଦିଲ୍ଲୀର ଜଣେ ପ୍ରଫେସର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉସେନ ବୋଲ୍ଟଙ୍କୁ ପଛରେ ପକାଇଦେବ ରୋବୋ ‘ସୁପରମ୍ୟାନ୍‌’: ଡେଇଁପାରିବ ୨ ମିଟର

ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍‌ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ…

GEN-Z ,ଆଲ୍ଫାଙ୍କ ମନ ଜିତିବାକୁ ମୋଦି ସରକାରଙ୍କ ମାଷ୍ଟରପ୍ଲାନ୍‌: କଲେ ଏମିତି କାମ, ଦେଶରେ ଚହଳ

ନୂଆଦିଲ୍ଲୀ,୨୦।୮: ଜନ୍ତର-ମନ୍ତରରେ ନିକଟରେ ହୋଇଥିବା ପ୍ରତିବାଦ ପରେ ଜେନ ଜି ଓ ଜେନ ଆଲ୍ଫା ପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏକ…

ଚିନି ଦର ବଢ଼ିବା ପରେ ସରକାର ନେଲେ ବଡ଼ ପଦକ୍ଷେପ, ସେପ୍ଟେମ୍ବର ୧ରୁ …

ନୂଆଦିଲ୍ଲୀ,୨୦।୮: ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା…

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri