୧୧୦ କୋଟି ଲୋକଙ୍କୁ ମିଳିବ ଦୃଷ୍ଟିଶକ୍ତି, ଜାତିସଂଘ ଯୋଗାଇଦେବ ସହାୟତା…

ଜେନେଭା,୨୫।୭: ପୃଥିବୀର ୧୧୦ କୋଟି ଲୋକଙ୍କୁ ଏବେ ଦୃଷ୍ଟିଶକ୍ତି ମିଳିବ। ଏନେଇ ଜାତିସଂଘ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଜାତିସଂଘର ସାଧାରଣ ସଭାରେ ଏସମ୍ପର୍କିତ ଏକ ପ୍ରସ୍ତାବକୁ ୧୦୦ରୁ ଅଧିକ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଛନ୍ତି। ପୃଥିବୀର ସମସ୍ତ ଲୋକଙ୍କ ଦୃଷ୍ଟିଶକ୍ତିକୁ ନିଶ୍ଚିତ କରିବା ଲାଗି ଜାତିସଂଘ ପକ୍ଷରୁ ଏକ ନୂତନ ସଂକଳ୍ପ ଗ୍ରହଣ କରିଯାଇଛି। ଜାତସଂଘର ୧୯୩ ସଦସ୍ୟ ରାଷ୍ଟ୍ରରେ ଥିବା ଦୃଷ୍ଟି ବାଧିତ ଲୋକଙ୍କୁ ୨୦୩୦ ସୁଦ୍ଧା ସହାୟତା ଯୋଗାଇ ଦିଆଯିବ। ବାଂଲାଦେଶ, ଆଣ୍ଟିଗୁଆ ଏବଂ ଆୟର୍ଲାଣ୍ଡରୁ ପକ୍ଷରୁ ସାଧାରଣ ସଭାରେ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ, ସମସ୍ତ ଦେଶର ସରକାର, ଆନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ ଏବଂ ଆର୍ଥିକ ସହାୟତାକାରୀଙ୍କ ଦ୍ୱାରା ଦୃଷ୍ଟି ବାଧିତଙ୍କ ଚିକିତ୍ସା ଲାଗି ସାହାଯ୍ୟ ଯୋଗାଇ ଦିଆଯିବ। ସାଧାରଣ ସଭାରେ ଏହା ମଧ୍ୟ ଆକଳନ କରାଯାଇଛି ଯେ, ୨୦୫୦ ସୁଦ୍ଧା ପୃଥିବୀର ମୋଟ ଜନସଂଖ୍ୟାର ପ୍ରାୟ ଅଧା ଲୋକଙ୍କଠାରେ ଆଖି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ଆଖି ସମସ୍ୟାରୁ ଠିକ୍‌ ହେବାର ସମ୍ଭାବନା ଥିବା ୧୧୦ କୋଟି ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଜନସଂଖ୍ୟା ସ୍ବଳ୍ପ କିମ୍ବା ମଧ୍ୟମ ବର୍ଗର ଅର୍ଥନୀତି ଥିବା ଦେଶରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ୫୫ ପ୍ରତିଶତ ମହିଳା ଅଛନ୍ତି। ଦୃଷ୍ଟି ସମସ୍ୟା ଯୋଗୁ ପୃଥିବୀର ମୋଟ ତ୍ତତ୍ପାଦନ କ୍ଷମତା ଉପରେ ପ୍ରାୟ ୪୧୧ ଶହ କୋଟି ଡଲାରର କ୍ଷତି ହେଉଛି। ଏସବୁ ଲୋକଙ୍କ ଆଖିର ସମସ୍ୟା ଦୂର ହେଲେ ସମଗ୍ର ପୃଥିବୀର ରୋଜଗାରରେ ୧୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଅଗାତ ହୋଇଥିବା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧା ମା’ଙ୍କ ଆଖି ତାଡିଦେଲେ, ହାତ ଗୋଡ ଭାଙ୍ଗି ମାରିଦେଲେ ବୋହୂ-ପୁଅ

ଦୁବାଇ, ୨୦।୬: ବୃଦ୍ଧା ମା’ଙ୍କୁ ହତ୍ୟା ଅଭିଯୋଗରେ ସାଉଦି ଆରବରେ ଗିରଫ ହୋଇଛନ୍ତି ଜଣେ ଭାରତୀୟ ଦମ୍ପତ୍ତି। ଉକ୍ତ ଦମ୍ପତ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି।...

ୟେମେନ ସଂଘର୍ଷରେ ଶହେ ମୃତ

ସାନା, ୮ା୩: ୟେମେନ ସେନା ଏବଂ ହୁତି ଗ୍ରୁପ୍‌ ମଧ୍ୟରେ ସଂଘର୍ଷ ଘଟି ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଶହେ ଜଣଙ୍କ ମୃତ୍ୟୁ ଘଟିଛି।...

ଏମିତି ପ୍ରଶ୍ନ ଶୁଣି ରାଗିଗଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୧ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିୟର୍ସ ମୋର୍ଗାନଙ୍କ ସହ ଚାଲିଥିବା ସାକ୍ଷାତକାରରୁ ଉଠି ଚାଲିଯାଇଥିବା ଦେଖିବାକୁ ମିଳିଛି। କାରଣ ଗତ ୨୦୨୦ ରାଷ୍ଟ୍ରପତି...

ମହିଳା ଓ ପୁରୁଷଙ୍କ ମଧ୍ୟରେ କିଏ ଅଧିକ ସୁସ୍ଥ ଓ ସୁଖୀ…

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ସୁସ୍ଥ ଓ ଖୁସିରେ ରହିଥାଆନ୍ତିା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏହି ଗବେଷଣାରେ...

ପୁଟିନ୍‌ଙ୍କୁ ଜନ୍ମଦିନ ଝଟକା

ଓସ୍‌ଲୋ/ଜେନେଭା/ମସ୍କୋ,୮ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଜନ୍ମଦିନରେ ଲାଗିଛି ଦୁଇଟି ବଡ଼ ଝଟକା। ୟୁକ୍ରେନ୍‌ ସହ ପ୍ରାୟ ୭ ମାସର ଯୁଦ୍ଧ ପରେ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପୁଟିନ୍‌...

ବ୍ରିଟିଶ ସେନାରେ ଓବିସିଟି-ଡାଇବେଟିସ-ବ୍ଳଡପ୍ରେସର ଆତଙ୍କ…

ଲଣ୍ଡନ,୯।୧ : ସମ୍ପ୍ରତି ବ୍ରିଟିଶ ସେନା ଏହାର ସୈନିକମାନଙ୍କର ଓଜନ ବଢ଼ିବା ଯୋଗୁ ଅସୁବିଧାରେ ପଡ଼ିଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ବ୍ରିଟେନ ସୈନ୍ୟବାହିନୀର...

୫୭ କୋଟି ଟଙ୍କାର ୟଟ୍‌ ବୁଡାଇବାକୁ ଉଦ୍ୟମ କଲେ ୟୁକ୍ରେନ ନାବିକ

କ୍ୱିଭ,୧।୩: ରୁଷିଆନ ମାଲିକଙ୍କ ବିଳାସପୂର୍ଣ୍ଣ ୟଟ୍‌ (ଜାହାଜ)କୁ ବୁଡାଇ ଦେବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ୟୁକ୍ରେନ ନାବିକ। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ...

୨ ଶହ ଫୁଟ ପାଣି ତଳୁ ମିଳିଲା ୧୪୧ ବର୍ଷ ତଳେ ନିଖୋଜ ହୋଇଥିବା ୨ ଜାହାଜ

ଲାସିଙ୍ଗ୍‌,୨୨।୯: ଆମେରିକା ମିସିଗାନ୍‌ରେ ୨ ଶହ ଫୁଟ ପାଣି ତଳୁ  କୋଇଲା ବୋଝେଇ ୨ ଜାହାଜର ସନ୍ଧାନ ମିଳିଛି। ୧୪୧ ବର୍ଷ ତଳେ ୧୮୭୮ରେ ଜାହାଜ...

Advertisement
Archives

Model This Week