କୋଝିକୋଡ,୨୯ା୭: କେରଳ ମାଲାପୁରମ ଜିଲା ପରପ୍ପନଙ୍ଗଦି ମ୍ୟୁନିସିପାଲିଟି ଅନ୍ତର୍ଗତ ହରିଥା କର୍ମ ସେନା (ଏଚ୍କେଏସ୍)ର ୧୧ ଜଣ ମହିଳା ସଦସ୍ୟ ମୌସୁମୀ ବମ୍ପର ଲଟେରିର ପ୍ରଥମ ପୁରସ୍କାର ସ୍ବରୂପ ୧୦ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି। ୨୫୦ ଟଙ୍କାର ଲଟେରି ଟିକେଟ କିଣିବା ପାଇଁ କେହି ସମର୍ଥ ନ ଥିବାରୁ ୧୧ ଜଣ ଭାଗ କରି ଟଙ୍କା ସଂଗ୍ରହ କରିଥିଲେ। ୯ ଜଣ ମହିଳା ୨୫ ଟଙ୍କା ଲେଖାଏ ଓ ଅନ୍ୟ ୨ ଜଣ ୧୨ ଟଙ୍କା ୫୦ ପଇସା ଲେଖାଏ ଦେଇଥିଲେ, ଯାହା ସେମାନଙ୍କ ଭାଗ୍ୟ ଖୋଲିଦେଇଛି। ଏହି ମହିଳାମାନେ ଘରକୁ ଘର ବୁଲି ଜୈବିକ ଉପାୟରେ ବିଘଟିତ ହେଉ ନ ଥିବା ବର୍ଜ୍ୟ ସଂଗ୍ରହ କରୁଥିଲେ। ଅଢ଼େଇ ବର୍ଷ ହେଲା ସେମାନେ ଏହି ବୃତ୍ତିରୁ ସେମାନଙ୍କ ଗୁଜରାଣ ମେଣ୍ଟାଉଥିଲେ। ମ୍ୟୁନିସିପାଲିଟିର ୫୭ ଜଣିଆ ଏଚ୍କେଏସ୍ ଗ୍ରୁପ୍ର ସେମାନେ ସଦସ୍ୟ ଥିଲେ। ଏବେ ଭାଗ୍ୟଦେବୀ ସେମାନଙ୍କୁ ପ୍ରସନ୍ନ ହୋଇଥିବାବେଳେ ସେମାନଙ୍କ ପେସା ଜାରି ରଖିବେ ବୋଲି କହିଛନ୍ତି। ଲଟେରି ବିଜେତାମାନେ ହେଲେ ଏଚ୍କେଏସ୍ ସଦସ୍ୟା ପି. ପର୍ଭାତି, କେ. ଲୀଲା, ଏମ୍.ପି. ରାଧା, ଏମ୍. ଶିଜା, କେ. ଚନ୍ଦ୍ରିକା, ଇ. ବିନ୍ଦୁ, କାର୍ଥିୟାୟିନୀ, କେ. ଶୋଭା, ସି. ବେବି, ସି. କୁଟ୍ଟିମାଲୁ ଏବଂ ପି. ଲକ୍ଷ୍ମୀ। ପର୍ଭାତିଙ୍କ କହିବା ଅନୁଯାୟୀ, ସେମାନେ ପୂର୍ବରୁ ୩ ଥର ଲଟେରି ଟିକେଟ କିଣିଥିଲେ ମଧ୍ୟ ପୁରସ୍କାର ଜିତି ନ ଥିବାରୁ ଏଥର ମଧ୍ୟ ଜିତିବେ ବୋଲି ଆଶା ରଖି ନ ଥିଲେ। ଏଥର ଟଙ୍କା ଆଦାୟ କରି ଚତୁର୍ଥ ଟିକେଟ କିଣିଥିଲେ ହେଁ ପାଲାକ୍କାଡର ଏକ ସଂସ୍ଥା ବିକିଥିବା ଟିକେଟ ଜିତିଥିବା ବୁଧବାର ଶୁଣିବାକୁ ପାଇବାରୁ ଏହା ଆଉ ଏକ କ୍ଷତି ହେଲା ବୋଲି ସେମାନେ ଥରିନେଇଥିଲେ। ଅପରାହ୍ନରେ ପର୍ଭାତି କାମରୁ ଫେରିବା ବେଳକୁ ଯେଉଁ ଟିକେଟରେ ଲଟେରି ଉଠିଛି, ତାହା ସେମାନଙ୍କ ଟିକେଟ ବୋଲି ତାଙ୍କ ପୁଅ କହିଥିଲେ। ସେମାନେ ଲଟେରି ଟଙ୍କାରେ ଘର କରିବେ, ପିଲାଙ୍କ ଶିକ୍ଷା ଖର୍ଚ୍ଚ ଭରଣା କରିବେ ଓ ଋଣ ଶୁଝିବେ ବୋଲି କହିଛନ୍ତି। ବେବି ଏବଂ କୁଟ୍ଟିମାଲୁଙ୍କ ପାଖରେ ଟଙ୍କା ନ ଥିବାରୁ ଟିକେଟ କିଣିବା ପାଇଁ ସେମାନେ ୧୨ ଟଙ୍କା ୫୦ ପଇସା ଲେଖାଏ ଦେଇଥିଲେ। ଏଚ୍କେଏସ୍ ଗ୍ରୁପ୍ର ଏହି ସଦସ୍ୟମାନେ ଏତେ ଗରିବ ଥିଲେ ଯେ ଗାଡ଼ିରେ ଯିବାକୁ ଟଙ୍କା ନ ଥିବାରୁ ସେମାନେ ପ୍ରତିଦିନ ଚାଲି ଚାଲି ମ୍ୟୁନିସିପାଲିଟି କାର୍ଯ୍ୟାଳୟକୁ ଯାଉଥିଲେ।
IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!
ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍ଜା…
ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!
୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…
SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ
ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…
ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ
କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…
ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ
ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…
କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ
ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…
ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ
ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…
ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…
ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

