ସାଢ଼େ ୪ ମାସରେ ୧୧ ପିସ୍ତଲ ଜବତ

ଢେଙ୍କାନାଳ,୧୬ା୬ (ରତନ ନାୟାର): କଥା କଥାରେ ଫୁଟୁଛି ଗୁଳି। ଅପରାଧୀମାନେ ଆପରାଧିକ କାର୍ଯ୍ୟ ଘଟାଇ ଛୁ’ ମାରୁଛନ୍ତି। ସେମାନେ କେଉଁଠାରୁ ଆସୁଛନ୍ତି, କୁଆଡ଼େ ଯାଉଛନ୍ତି ତାହାର ଟେର୍‌ କେହି ପାଇପାରୁନାହାନ୍ତି। ଗତ ସାଢ଼େ ୪ ମାସ ମଧ୍ୟରେ ଢେଙ୍କାନାଳ ଜିଲାରୁ ୧୧ଟି ଚୋରା ପିସ୍ତଲ ଜବତ ହେବା ପରେ ଏହାକୁ ନେଇ ଚିନ୍ତାରେ ପଡ଼ିଛି ପୋଲିସ। ଏହାର ଚେର ପଡ଼ୋଶୀ ଝାଡ଼ଖଣ୍ଡ, ବିହାରକୁ ଲମ୍ବିଥିବା ଅନୁମାନ କରାଯାଉଛି।
ମହାବିରୋଡ ଥାନା ଅଞ୍ଚଳରେ ଘଟିଥିବା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା ପରେ ଚୋରା ବନ୍ଧୁକ ଧରାପଗଡ଼ ଅଭିଯାନ ଆରମ୍ଭ ହୋଇଛି। ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଗତ ଫେବୃୟାରୀରୁ ଅଦ୍ୟାବଧି ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରି ୧୧ଟି ପିସ୍ତଲ ଜବତ କରିଛି। କାମାକ୍ଷାନଗର ଉପଖଣ୍ଡ ଅଧୀନ ମହାବିରୋଡ଼ ଥାନା ଅଞ୍ଚଳରୁ ୪, କାମାକ୍ଷାନଗର ଥାନା ଅଞ୍ଚଳରୁ ୩, ଢେଙ୍କାନାଳ ଟାଉନ ଓ ସଦର ଥାନା ଅଞ୍ଚଳରୁ ୪ ଦେଶୀ ପିସ୍ତଲ ଜବତ ହୋଇଛି।
ପୋଲିସ ପକ୍ଷରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଝାଡ଼ଖଣ୍ଡ, ବିହାର ଅଞ୍ଚଳରୁ ଖୋର୍ଦ୍ଧା, କଟକ, ତାଳଚେର ରାସ୍ତା ଦେଇ ଢେଙ୍କାନାଳ ଜିଲାକୁ ଏଭଳି ବିପଜ୍ଜନକ ମାରଣାସ୍ତ୍ର ଚାଲାଣ ହେଉଛି। ବୁଧବାର କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅଞ୍ଚଳରୁ ଏଭଳି ଏକ ଦେଶୀ ପିସ୍ତଲ ଜବତ ହୋଇଛି। ଗ୍ରାମାଞ୍ଚଳରେ ବନ୍ଧୁକଧାରୀ ବୁଲୁଛନ୍ତି। ସେମାନେ ଅପରାଧ ଘଟାଉଛନ୍ତି। ଠିକାଦାରି କାର୍ଯ୍ୟ, ବ୍ୟବସାୟିକ ଶତ୍ରୁତା, ବଳପୂର୍ବକ ଟେଣ୍ଡର କାର୍ଯ୍ୟ ହାତେଇବାକୁ ନେଇ ଗୁଳିମାଡ଼, ବୋମାମାଡ଼, ମରଣାନ୍ତକ ଆକ୍ରମଣ ଭଳି ଅପରାଧ ବଢ଼ିବାରେ ଲାଗିଛି। ଏ ସଂକ୍ରାନ୍ତରେ ଏସ୍‌ପି ମହାପାତ୍ର କୁହନ୍ତି, ଝାଡ଼ଖଣ୍ଡ ଓ ବିହାର ଅଞ୍ଚଳରୁ କଟକ, ଖୋର୍ଦ୍ଧା ଓ ତାଳଚେର ଲିଙ୍କ୍‌ରେ ପିସ୍ତଲ ଯୋଗାଣ ହେଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଏ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?