ମାର୍ଚ୍ଚରେ ୧୧ଦିନ ସ୍କୁଲ ଛୁଟି! କରିନିଅନ୍ତୁ ପ୍ଲାନିଂ…

ନୂଆଦିଲ୍ଲୀ,୧।୩: ଛୁଟି କେବଳ ଛୁଟି ନୁହେଁ। ଏହା ଏକ ଇମୋଶନ। ତାହା ଖାଲି ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ନୁହେଁ, ସରକାରୀ-ବେସରକାରୀ ଠାରୁ ଆରମ୍ଭ କରି ଛୁଟି ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ। ଛାତ୍ରଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ଯାଏଁ ଛୁଟି ସମ୍ପର୍କରେ ଜାଣିବାକୁ ମାସେ ପୂର୍ବରୁ କ୍ୟାଲେଣ୍ଡର ଚେକ୍‌ କରି ନିଅନ୍ତି। କେଉଁଦିନ କେଉଁ ଛୁଟି ପଡୁଛି ଦେଖିଲେ ସେ ଅନୁସାରେ ବୁଲିବା କିମ୍ବା କୌଣସି ଭୋଜିଭାତର ପ୍ଲାନିଂ ଆରମ୍ଭ ହୋଇଯାଏ। ତେବେ ଆପଣ ସମସ୍ତଙ୍କ ପାଇଁ ଏକ ବଡ ଖୁସି ଖବର। ଚଳିତ ମାସ ଅର୍ଥାତ୍‌ ମାର୍ଚ୍ଚରେ ଗୋଟିଏ କି ଦୁଇ ଦିନ ନୁହେଁ ୧୧ଦିନ ଛୁଟି ଅଛି।

ଫେବୃଆରୀରେ କେବଳ ରବିବାର, ମାସର ସ୍ବିତୀୟ ଓ ଶେଷ ଶନିବାର ସହ ସରସ୍ବତୀ ପୂଜା ଛୁଟି ଥିଲା। କିନ୍ତୁ ମାର୍ଚ୍ଚ ମାସରେ ୧୧ଟି ଛୁଟି ଅଛି। ଆପଣ ଯଦି ସେହିପରି କିଛି ଛୁଟି ଉପଭୋଗ ପାଇଁ ପ୍ଲାନିଂ କରିଛନ୍ତି ତେବେ ରେଡି ହୋଇଯାଆନ୍ତୁ। କାରଣ ଏଥର ହେବ ମଜା ହିଁ ମଜା।

ମାର୍ଚ୍ଚ ୩ରେ ମାସର ପ୍ରଥମ ରବିବାର ତେଣୁ ସମସ୍ତଙ୍କୁ ଛୁଟି ମିଳିବ । ଏହାପରେ ମହାଶିବରାତ୍ରୀ ଅବସରରେ ସ୍କୁଲ କଲେଜ ଛୁଟି ରହିବ । ମହାଶିବରାତ୍ରୀ ଅବସରରେ ମାର୍ଚ୍ଚ ୮ରେ ସ୍କୁଲ-କଲେଜ ବନ୍ଦ ରହିବ। କିନ୍ତୁ ପରଦିନ ଦ୍ୱିତୀୟ ଶନିବାର ପଡୁଥିବାରୁ ସେହି ଦିନଟି ବ୍ୟାଙ୍କର ଛୁଟିଦିନ ହେବ । ମାର୍ଚ୍ଚ ୧୦ ରବିବାର ପଡ଼ୁଥିବାରୁ କର୍ମଚାରୀଙ୍କୁ ମଧ୍ୟ ଏକାସାଙ୍ଗରେ ତିନି ଦିନ ଛୁଟି ମିଳିବ । ସେହିଭଳି ମାର୍ଚ୍ଚ ୧୭ ଓ ୨୪ ରବିବାର ପଡ଼ୁଛି । ମାର୍ଚ୍ଚ ୨୪ ଓ ୨୫ରେ ହୋଲିପର୍ବ ପାଳନ ହେବ । ପ୍ରଥମ ଦିନ ଦୋଳ ପୂର୍ଣ୍ଣିିମାକୁ ଦ୍ୱିତୀୟ ଦିନ ହୋଲି। ତେଣୁ ଏହି ଦିନ ସାରା ଦେଶରେ ସ୍କୁଲ ଓ ଅନ୍ୟାନ ଅନୁଷ୍ଠାନ ଛୁଟି ରହିବ । ଏହାର ଅର୍ଥ ଲଗାତାର ଦୁଇ ଦିନ ଛୁଟି ମାନେ ପୁରା ଡବଲ ମଜା। ମାର୍ଚ୍ଚ ୨୯ରେ ଗୁଡ ଫ୍ରାଇ ଡେ’ ପାଇଁ ସ୍କୁଲ ବନ୍ଦ ରହିବ । ମାର୍ଚ୍ଚ ୩୧ ରବିବାର ପଡିବ। ଏଭଳି ଭାବରେ ମାର୍ଚ୍ଚରେ ୧୧ ଦିନ ଛୁଟି ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri