Posted inଜାତୀୟ

ଜେଲ ଫେରିପାରନ୍ତି ୧୧ ଦୋଷୀ

ନୂଆଦିଲ୍ଲୀ,୨୪ା୮: ଗୁଜରାଟର ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କ ଦଣ୍ଡାଦେଶ ମାଫ କରିବା ମାମଲାର ଶୁଣାଣି ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଗୁଜରାଟ ସରକାରଙ୍କ ସ୍ବତନ୍ତ୍ର ରେମିଶନ ପଲିସି (ଉତ୍ତମ ବ୍ୟବହାର ପାଇଁ ଦଣ୍ଡ ଛାଡ଼ ନୀତି) ଅନୁସାରେ ଦୋଷୀମାନଙ୍କୁ ଗତ ୧୫ ତାରିଖରେ ଗୋଧ୍ରା ସବ୍‌ଜେଲରୁ ମୁକ୍ତ କରାଯାଇଥିବାବେଳେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ଭାରତର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌) ସଦସ୍ୟା ଶୁଭାଶିନୀ ଅଲୀ, ସାମ୍ବାଦିକା ରେବତୀ ଲାଉଲ୍‌ ଏବଂ ପ୍ରଫେସର ରୂପରେଖା ବର୍ମାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଓକିଲ ଅପର୍ଣ୍ଣା ଭଟ୍ଟ ଏହି ପିଟିଶନ ଦାଖଲ କରିଛନ୍ତି।
ଶୁଣାଣି ବେଳେ ସିବଲ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ଠିକ୍‌ ଥିଲା। କିନ୍ତୁ ୧୪ ଜଣଙ୍କୁ ହତ୍ୟା କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କ ଦଣ୍ଡ ଛାଡ଼ ଲାଗି ଆଧାର କରାଯାଇଥିବା ସିଦ୍ଧାନ୍ତକୁ ଆମେ ଚ୍ୟାଲେଞ୍ଜ କରୁଛୁ। ଗର୍ଭବତୀ ମହିଳାମାନଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଛି। ସେହିପରି ଗୁଜରାଟ ସରକାରଙ୍କ ରେମିଶନ ଅର୍ଡରକୁ ଖାରଜ କରି ୧୧ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଅପର୍ଣ୍ଣା ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଥିଲେ। ସିଜେଆଇ ଏନ୍‌.ଭି. ରମନା ଏହା ଉପରେ ବିଚାର କରାଯିବ ବୋଲି କହିଥିଲେ।
ପ୍ରକାଶ ଯେ, ୨୦୦୨ ଫେବୃୟାରୀ ୨୭ରେ ଗୁଜରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସ୍‌ରେ ନିଅଁା ଲଗାଇଦେବାରୁ ୫୯ କାରସେବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗୋଧ୍ରାରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାର ନିଅଁା ସାରା ରାଜ୍ୟକୁ ବ୍ୟାପିଥିଲା। ସେତେବେଳେ ୫ ମାସର ଗର୍ଭବତୀ ଥିବା ୨୧ ବର୍ଷୀୟା ବିଲ୍‌କିସ୍‌ ୟାକୁବ୍‌ ରସୁଲଙ୍କ ପରିବାରର ୭ ସଦସ୍ୟଙ୍କ ସମେତ ୧୭ ଜଣ ମାର୍ଚ୍ଚ ୩ରେ ଏକ ଟ୍ରକ୍‌ରେ ସୁରକ୍ଷିତ ସ୍ଥାନକୁ ଯାଉଥିବାବେଳେ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ। ସେମାନେ ବିଲ୍‌କିସ୍‌ଙ୍କୁ ବଳାତ୍କାର କରିବା ସହ ୧୪ ଜଣଙ୍କୁ ହତ୍ୟା କରିଥିଲେ। ୨୦୦୪ ଜାନୁୟାରୀରେ ସିବିଆଇ ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଗତ ଅଗଷ୍ଟ ୧୫ରେ ସ୍ବାଧୀନତାର ୭୫ତମ ବର୍ଷପୂର୍ତ୍ତି ଅବସରରେ ରାଜ୍ୟ ସରକାର ଦୋଷୀ ସାବ୍ୟସ୍ତ ହୋଇଥିବା ଯଶଓ୍ବନ୍ତ ନାଇ, ଗୋବିନ୍ଦ ନାଇ, ଶୈଳେଶ ଭଟ୍ଟ, ରାଧେଶ୍ୟାମ ଭଗବାନ ଦାଶ ଶାହା, ବିପିନ ଚନ୍ଦ୍ର ଜୋଷୀ, କେଶରଭାଇ ବୋହାନିଆ, ପ୍ରଦୀପ ମୋଢ଼ଡ଼ିଆ, ବାକାଭାଇ ବୋହନିଆ, ରାଜୁଭାଇ ସୋନି, ମିତେଶ ଭଟ୍ଟ ଓ ରମେଶ ଚାନ୍ଦନାଙ୍କୁ ମୁକ୍ତ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଉଠିଥିବା ବିବାଦ ଘନେଇବାରେ ଲାଗିଥିବାବେଳେ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ବିଚାର କରିବାକୁ ସହମତି ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏହାର ସମୀକ୍ଷା କଲେ ଉପରୋକ୍ତ ୧୧ ଦୋଷୀ ପୁଣି ଜେଲକୁ ଫେରିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଶନରେ ବସିବେ ଆନ୍ନା

ପୁଣେ, ୨୯।୧୨(ପି.ଟି.): ଜାନୁୟାରୀ ଶେଷ ସୁଦ୍ଧା କେନ୍ଦ୍ର ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଅନଶନରେ ବସିବାକୁ ସାମାଜିକ କର୍ମୀ ଆନ୍ନା ହାଜାରେ...

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜମି ବିକ୍ରି ମାମଲା

ନୂଆଦିଲ୍ଲୀ, ୨୬ା୩: ଶ୍ରୀମନ୍ଦିର ଜମି ବିକ୍ରି କରିବାକୁ ନେଇ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା...

ମୋଦି ସରକାରଙ୍କ ଶାସନ କାଳରେ ୨୦୧୪ଠାରୁ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ପଛୁଆ: ଚିଦାମ୍ବରମ…

ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି...

୩୦ରୁ ଅଧିକ ବର୍ଷ ଧରି ମୁସଲମାନ ପରିବାର ରାମଲୀଳାରେ ବିଭିନ୍ନ ଚରିତ୍ରରେ କରୁଛନ୍ତି ଅଭିନୟ

ଚଣ୍ଡିଗଡ଼,୭।୧୦: ଭାରତରେ ବିଭିନ୍ନତା ମଧ୍ୟରେ ରହିଛି ଏକତା। ଏହାର ଉଦାହରଣ ପାଲଟିଛି ହରିୟାଣା ଆଦମ୍‌ପୁରରେ ଥିବା ଗଣେଶ ରାମଲୀଳା। ଏହି ରାମଲୀଳା ଦଳରେ ଏକ ମୁସଲମାନ...

ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ପାଇଁ ଭାଜପାଠାରୁ କଂଗ୍ରେସ ଅଧିକ ଦାୟୀ: ମାୟାବତୀ

ଲକ୍ଷ୍ନୌ,୨୪।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନେ ଭିଟାମାଟିକୁ ଫେରିବାରେ ବହୁ...

ଆରଟିଆଇ ସୂଚନା: ୟୁପିଏ ସରକାରଙ୍କ ସମୟରେ ୪ ହଜାରରୁ ଅଧିକ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ମୋଦିଙ୍କ ଶାସନରେ ଭାଙ୍ଗିଛି ଆତଙ୍କବାଦ ମେରୁଦଣ୍ଡ…

ପୁଣେ,୧୮।୧୦ : ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଇ ବର୍ତ୍ତମାନର କେନ୍ଦ୍ର ସରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିଛନ୍ତି। ୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

ନୂଆଦିଲ୍ଲୀ,୧୧।୮: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୁଧବାର ସ୍ଥଗିତ ରଖାଯାଇଛି। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହର ସାଧାରଣ କାର୍ଯ୍ୟରେ ବ୍ୟାଘାତ...

ନିୟମ ଉଲ୍ଲଂଘନ ଅଭିଯୋଗରେ ତିଲକ ନଗରର ୫ମାର୍କେଟ ସିଲ୍‌

ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା କମିଯାଇଛି। ଏଥିପାଇଁ ରାଜ୍ୟକୁ ସରକାର ଅନ୍‌ଲକ୍‌ କରିଛନ୍ତି। ହେଲେ ଦିଲ୍ଲୀ ମାର୍କେଟରେ ଲୋକମାନେ କୋଭିଡ-୧୯ର ସମସ୍ତ ନିୟମ...

Advertisement
Archives

Model This Week