Advertisement

୧୧୬ କେନ୍ଦ୍ରରେ ହେବ ଦଶମ ସମେଟିଭ ପରୀକ୍ଷା

ପୁରୀ ଅଫିସ, ୨୧ା୧୧: ଚଳିତ ମାସ ୨୩ ତାରିଖଠାରୁ ପୁରୀ ଜିଲାର ୧୧୬ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଆରମ୍ଭ ହେବ। ଏକକାଳୀନ ଦଶମଶ୍ରେଣୀ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିଲାଗି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କପି ରୋକିବା ପାଇଁ ୩ଟି ଫ୍ଲାଇଙ୍ଗ ସ୍କାଡ୍‌ ଗଠନ କରାଯାଇଛି। ଚିଲିକା ହ୍ରଦର ଅପରପାର୍ଶରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଉକ୍ତ କେନ୍ଦ୍ରଗୁଡ଼ିକରେ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଚଳିତ ପରୀକ୍ଷାରେ କଡ଼ାକଡ଼ି ଭାବେ ଶୃଙ୍ଖଳା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲା ଶିକ୍ଷାଧିକାରୀ ଡ. ବିଶ୍ୱଜିତ ଘୋଷ ସୋମବାର ସାରସ୍ବତ ବିଦ୍ୟାପୀଠରେ ଆୟୋଜିତ ସମସ୍ତ କେନ୍ଦ୍ରର ପରିଚାଳକମାନଙ୍କ ବୈଠକରେ ସଭାପତିତ୍ୱ କରି ଏଥର ପରୀକ୍ଷାରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲେରାନ୍ସ ପାଳନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଇସି ରିପୋର୍ଟକୁ ନେଇ ଅଡ଼ୁଆରେ ପ୍ରଶାସନ: ଲିଜ୍‌ପ୍ରାପ୍ତ ଚିଙ୍ଗୁଡିଘେରି ପ୍ରକଳ୍ପ ଉଚ୍ଛେଦ ଚିନ୍ତାର କାରଣ

କେନ୍ଦ୍ରାପଡା ଅଫିସ, ୨୫ା୯- କେନ୍ଦ୍ରାପଡା ଜିଲାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଏବେ ଜିଲା ପ୍ରଶାସନ ପାଇଁ ଆହ୍ବାନ ପାଲଟିଛି। ଆସନ୍ତା ଅକ୍ଟୋବର...

ହେଟାବାଘ ଆକ୍ରମଣରେ ଗର୍ଭବତୀ ଗୁରୁତର

ରାଇଘର,୩ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ରବିବାର ହେଟାବାଘ ଆକ୍ରମଣରେ ୩ ଗୁରୁତର ଏବଂ ୫ ଆହତ ହୋଇଛନ୍ତି। ତିମନପୁର ଗ୍ରାମବାସୀ...

ଶାଖା ତତ୍ତ୍ୱାବଧାରକ ବହିଷ୍କୃତ

ମାଲକାନଗିରି,୨୫ା୯(ସ୍ବ.ପ୍ର.): ଚାଷୀଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ମାଥିଲି ଲ୍ୟାମ୍ପରେ କାର୍ଯ୍ୟରତ ଶାଖା ତତ୍ୱାବଧାରକ ସତ୍ୟ ନାରାୟଣ ସ୍ବାଇଁଙ୍କୁ ବହିଷ୍କୃତ କରାଯାଇଛି। ମାଥିଲି...

ଚଳନ୍ତା କାରରେ ଲାଗିଗଲା ନିଆଁ

ବଡବିଲ, ୩୧।୩(ସ୍ବ.ପ୍ର): କେନ୍ଦୁଝର ଜିଲା ବଡବିଲ ଡାକ ବଙ୍ଗଳା ଛକ ନିକଟରେ ମଙ୍ଗଳବାର ହଠାତ ଏକ ଚଳନ୍ତା କାରରେ ନିଆଁ ଲାଗି ଜଳିଯାଇଛି। ମାତ୍ର କାରରେ...

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କୋର୍ଟ, କଚେରୀ, ସରକାରଙ୍କ ସମସ୍ତ ଅଫିସ ବନ୍ଦ

ଭବାନୀପାଟଣା,୨୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲାରେ ସ୍ଥାୟୀ ହାଇକୋର୍ଟ ପ୍ରତିଷ୍ଠା ଦାବି ନେଇ ଜିଲା ଓକିଲ ସଂଘ ଆହ୍ବାନକ୍ରମେ ସୋମବାର ଭବାନୀପାଟଣାରେ ସମସ୍ତ କୋର୍ଟ, କଚେରୀ, ତହସିଲ ସମେତ...

ବହିଷ୍କୃତ ବରୀ ବିଜେଡି ସଭାପତିଙ୍କ ଖବରଦାତା ସମ୍ମିଳନୀ : ରାଜନୈତିକ ପାଣିପାଗ ପରିବର୍ତ୍ତନ ଚର୍ଚ୍ଚା

ବରୀ,୨ା୯(ସ୍ବ.ପ୍ର.):  ବରୀ ବ୍ଲକ ବିଜେଡି ସଭାପତି ପଦରୁ ବହିଷ୍କୃତ ହୋଇଥିବା ଏସ୍‌.କେ ସଫିଉଦ୍ଦିନଙ୍କ ତତ୍ୱାବଧାନରେ ରବିବାର ବରୀ ଗ୍ରମାରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି।...

ଲଗାଣ ବର୍ଷାରେ ପୁଣି ଧୋଇଗଲା ଆପ୍ରୋଚ ପୋଲ: ଜୁନାଗଡ଼-ଧର୍ମଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

ଭବାନୀପାଟଣା,୨୩।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼-ଧର୍ମଗଡ଼ ମଧ୍ୟରେ ଥିବା ହାଲେର ଯୋରରେ ଶନିବାର ବନ୍ୟା ପାଣି ଆସି ପୁଣି ଆପ୍ରୋଚ ପୋଲକୁ ଧୋଇନେଇଛି। ଫଳରେ ଜୁନାଗଡ଼-ଧର୍ମଗଡ଼ ମୁଖ୍ୟ...

ଲାଞ୍ଚ ନେଇ ଧରାପଡିଲେ ବୀରମହାରାଜପୁର ଆର୍‌ଆଇ

ସୋନପୁର,୨୩।୭(ନି.ପ୍ର.): ସୋନପୁର ଜିଲା ବୀରମହାରାଜପୁର ତହସିଲ ଅଫିସର ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତ ୨୫୦୦ଟଙ୍କା ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୁବର୍ଣ୍ଣପୁର...

Advertisement
Archives

Model This Week