୧୦୫ ଘାଟ

ଭାରତରେ ଗତ କିଛି ବର୍ଷ ହେବ ସୃଷ୍ଟି କରାଯାଇଥିବା ସାମାଜିକ, ଅର୍ଥନୈତିକ, ଧାର୍ମିକ ଓ ରାଜନୈତିକ ବିଭାଜନ ବିଷୟରେ ୬ ଜାନୁଆରୀ ଏହି ସ୍ତମ୍ଭରେ ‘ଶିକ୍ଷିତ ଦେଶବିରୋଧୀ’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ଏହି ଦିନ ଆଉ ଏକ ବିଭାଜନ ନେଇ ଉତ୍ତରାଖଣ୍ଡରୁ ଖବର ମିଳିଛି। ତାହା ହେଲା ଜଳଘାଟ ବିଭାଜନ। କେତେକ ସନ୍ନ୍ୟାସୀ ଓ ଶ୍ରୀଗଙ୍ଗା ସଭାର କର୍ମକର୍ତ୍ତା ଉଠାଇଥିବା ଦାବି ପରିପ୍ରେକ୍ଷୀରେ ଏବେ ଉତ୍ତରାଖଣ୍ଡ ସରକାର ତୀର୍ଥକ୍ଷେତ୍ର ହରିଦ୍ୱାର ଓ ତା’ର ଆଖପାଖ ଅଞ୍ଚଳରେ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ ନିଷେଧାଦେଶ ଲଗାଇବା ଲାଗି ଚିନ୍ତା କରୁଛନ୍ତି। ଗଙ୍ଗାନଦୀ କୂଳରେ ଥିବା ହରିଦ୍ୱାରରୁ ଋଷିକେଶ ପର୍ଯ୍ୟନ୍ତ ୧୦୫ ଘାଟ ଅଛି। ୨୦୨୭ ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତିରୁ ଅର୍ଦ୍ଧ-କୁମ୍ଭ ଥିବାରୁ ତା’ ପୂର୍ବରୁ ନଗରର ପବିତ୍ରତା ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି। ତେବେ ଏଠାକୁ କେଉଁ ଅଣହିନ୍ଦୁ ଯାଆନ୍ତି, ତାହାର କୌଣସି ତଥ୍ୟ ମିଳିପାରୁ ନାହିଁ। ଉପରଲିଖିତ ନିଷ୍ପତ୍ତିକୁ ସିଦ୍ଧ କରିବା ଲାଗି ଇତିହାସର ସାହାରା ମଧ୍ୟ ନିଆଯାଇଛି। କୁହାଯାଉଛି ଋଷିକେଶ ଓ ହରିଦ୍ୱାରର ପବିତ୍ରତା ରକ୍ଷା କରିବା ଉଦ୍ଦେଶ୍ୟରେ ପଣ୍ଡିତ ମଦନମୋହନ ମାଲବ୍ୟ ଓ ବ୍ରିଟିଶ୍‌ ସରକାରଙ୍କ ମଧ୍ୟରେ ୧୯୧୬ରେ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ବର୍ତ୍ତମାନ ତାହାକୁ ଅନୁସରଣ କରାଯିବ। ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ବୋଲି ଏବେକାର ଭାଜପା ରାଜ୍ୟ ସରକାର ଦାବି କରୁଛନ୍ତି। ଆଜିର ପରିସ୍ଥିତିରେ ସରକାରଙ୍କର ସବୁ ବିବୃତିକୁ ବିଶ୍ୱାସ କରିଗଲେ ପରବର୍ତ୍ତୀ ସମୟରେ ତାହା ଅସତ୍ୟ ବୋଲି ପ୍ରମାଣ ହୋଇପାରେ। ଇଣ୍ଟରନେଟ୍‌ରେ ଅନେକ ଖୋଜିବା ସତ୍ତ୍ୱେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଉଲ୍ଲିଖିତ ଏହି ୧୯୧୬ ଚୁକ୍ତି ସମ୍ପର୍କରେ କୌଣସି ବାସ୍ତବ ତଥ୍ୟ ଆମର ହସ୍ତଗତ ହୋଇପାରି ନାହିଁ। ତଥାପି ଯଦି ଆଜିର ସରକାରଙ୍କ ଦାବିକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରାଯାଏ, ତା’ ହେଲେ ଉପୁଜୁଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇପାରେ। ଯଦି ଚିନ୍ତା କରାଯାଉଥିବା ସରକାରଙ୍କ ନିୟମକୁ କାର୍ଯ୍ୟକାରୀ କରାଯାଏ, ତେବେ ସମ୍ପୃକ୍ତ ଅଞ୍ଚଳରେ ସାମାଜିକ ଅସଙ୍ଗତି ସୃଷ୍ଟି ହେବାର ଆଶଙ୍କା ରହୁଛି।
ଉପରଲିଖିତ ଖବରରୁ ଖିଅଟାଣି ଆଲୋଚନା କଲେ ଯାହା ସମସ୍ତଙ୍କ ପାଇଁ ଚିନ୍ତା ସୃଷ୍ଟି କରିବା କଥା, ତାହା ହେଲା ଯୋଜନା କରିଦେଉଥିବା ବର୍ଗ ଭବିଷ୍ୟତକୁ ଅନିଷା କରୁନାହାନ୍ତି। ସମ୍ଭବତଃ ସେଥିପାଇଁ ଦେଶବାସୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଅଘଟଣ ପରେ ରେଡ୍‌ ଆଲର୍ଟ ଜାରି କରାଯାଉଥିଲା, ହେଲେ ପରବର୍ତ୍ତୀ ସମୟରେ ତାହାର କିଛି ପ୍ରଭାବ ପଡୁ ନ ଥିଲା। ଆତଙ୍କବାଦୀ କାର୍ଯ୍ୟରେ ମୁସଲମାନଙ୍କ ସମ୍ପୃକ୍ତି ଥିଲେ ମଧ୍ୟ ନେତୃତ୍ୱ ନେଉଥିବା ମୁସଲମାନ ନେତା ତାହାକୁ ବିରୋଧ କରିବାକୁ ଆଗେଇ ଆସୁ ନ ଥିଲେ। ଫଳରେ ଆତଙ୍କବାଦୀ କାର୍ଯ୍ୟରେ ବିରାମ ଲାଗୁ ନ ଥିଲା। ଉପା ସରକାରର ପତନ ପରେ ମୁସଲମାନ ସମ୍ପ୍ରଦାୟକୁ ଭାରତରେ ଅନେକ ବିପଦ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ସେହିପରି ପଡ଼ୋଶୀ ବାଂଲାଦେଶରେ ଦୀର୍ଘ ଶାସନ କରିଥିବା ଆଓ୍ବାମି ଲିଗ୍‌ ଦଳ ଓ ତା’ର ନେତା ଶେଖ୍‌ ହାସିନାଙ୍କ ରାଜୁତି ସମୟରେ ସେଠାକାର ସଂଖ୍ୟାଲଘୁ ହିନ୍ଦୁ ନାଗରିକ ବାଂଲାଦେଶ ମୁସଲମାନଙ୍କ ଉପରେ ଯଥେଷ୍ଟ ଚାପ ପକାଇବା ସହିତ ହିିଂସା ମଧ୍ୟ ଘଟାଉଥିଲେ। ହାସିନାଙ୍କର ବାଂଲାଦେଶରୁ ପଳାୟନ ପରେ ସେଠାକାର ସଂଖ୍ୟାଲଘୁ ହିନ୍ଦୁ ଏବେ ଅସୁରକ୍ଷିତ ପରିସ୍ଥିତିରେ ପଡ଼ିଯାଇଛନ୍ତି। ଏହି ପରିସ୍ଥିତିକୁ ଅଧିକ ଜଟିଳ କରିବାରେ ଭାରତର ଭୂମିକା ଗୌଣ ନୁହେଁ। ବାଂଲାଦେଶ ହିନ୍ଦୁଙ୍କର ଦୌରାତ୍ମ୍ୟ ପଛରେ ଭାରତର ଶକ୍ତି ମନୋବଳ ଯୋଗାଉଥିଲା। ଆଜିର ପରିସ୍ଥିତିରେ ସେମାନଙ୍କୁ ସୁରକ୍ଷା ଦେବାର ଶକ୍ତି ଭାରତ ପାଖରେ ନାହିଁ। ଅନ୍ୟପଟେ ବାଂଲାଦେଶରେ ଘୃଣିତ ଶେଖ୍‌ ହାସିନାଙ୍କୁ ଭାରତରେ କେନ୍ଦ୍ର ସରକାର ଖୋଲାଖୋଲି ଆଶ୍ରୟ ଦେଇଛି। ଏହି ପରିପ୍ରେକ୍ଷୀରେ ସଦ୍ୟ ଆଉ ଏକ ଘଟଣାକୁ ଦେଖାଯାଉ। ବାଂଲାଦେଶ କ୍ରିକେଟର ମୁସ୍ତାଫିଜୁର ରହମନଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଇପିଏଲ୍‌ ପାଇଁ ନିଲାମ କରି ନେଇଥିଲା। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଥିବାରୁ ତାଙ୍କୁ ତୁରନ୍ତ ଟିମ୍‌ରୁ ବାହାର କରାଯାଉ ବୋଲି ଚାପ ପଡ଼ିବା ପରେ ଏହାର ମାଲିକ ଶାହରୁଖ୍‌ ଖାନ୍‌ କ୍ରିକେଟର ମୁସ୍ତାଫିଜୁରଙ୍କୁ ଅବ୍ୟାହତି ଦେଇଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଶାହରୁଖ ସିଧାସଳଖ ମୁସ୍ତାଫିଜୁରଙ୍କୁ ତାଙ୍କ ଦଳ ପାଇଁ କିଣି ନ ଥିଲେ। ସମସ୍ତ ଖେଳାଳି ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ୍‌ ଇଣ୍ଡିଆ (ବିସିସିଆଇ) ପାଖରେ ପଞ୍ଜୀକୃତ ହୋଇଥାଆନ୍ତି। ସେମାନଙ୍କ ମଧ୍ୟରୁ ପ୍ରତିଭାବାନ୍‌ ଖେଳାଳିଙ୍କୁ ଦଳଗୁଡ଼ିକ ବାଛିଥାଆନ୍ତି। ଏବେ ବିସିସିଆଇର ସଭାପତି ମିଥୁନ ମାନହସ ଅଛନ୍ତି। ତେବେ ମୁସ୍ତାଫିଜୁରଙ୍କୁ ଭାରତରେ ଖେଳିବା ପାଇଁ କାହାର ହାତ ଥିବ ତାହା ସମସ୍ତେ ଜାଣିଛନ୍ତି। ବାଂଲାଦେଶରେ ହିନ୍ଦୁବିରୋଧୀ କାଣ୍ଡରେ ସମ୍ପୃକ୍ତ କ୍ରିକେଟରଙ୍କୁ ଟାଣିବା ଗ୍ରହଣୀୟ ହେଉ ନାହିଁ। ଯଦି ଜଣେ ଖେଳାଳିଙ୍କ ପାଇଁ ଏଭଳି ଚାପ ପଡ଼ୁଛି, ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାସିନାଙ୍କୁ ଭାରତରେ ସୁରକ୍ଷିତ ରଖିବା ଅନାବଶ୍ୟକ ବୋଲି କେତେକ ମହଲରେ ଆଲୋଚନା ହେଉଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମୁସ୍ତାଫିଜୁରଙ୍କୁ ଖେଳରୁ ବାଦ୍‌ ଦେବା ପରେ ବାଂଲାଦେଶ ସରକାର ସେଠାରେ ଆଇପିଏଲ୍‌ ପ୍ରସାରଣକୁ ବନ୍ଦ କରିବା ସହ ଆସନ୍ତା ଫେବୃଆରୀରେ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଭାରତ ମାଟିରେ ଖେଳିବ ନାହିଁ ବୋଲି କହିଛି। ଜଣେ ଖେଳାଳି ପାଇଁ ବାଂଲାଦେଶ ତତ୍‌କ୍ଷଣାତ୍‌ ବଡ଼ ନିଷ୍ପତ୍ତି ନେଇଯାଉଥିବା ବେଳେ ଭାରତ ଅନେକ କ୍ଷେତ୍ରରେ ଦୃଢ଼ତାର ସହ କିଛି ପଦକ୍ଷେପ ନେଇପାରୁ ନ ଥିବାରୁ ଅନ୍ତର୍ଜାତୀୟ ସ୍ତରରେ ନିଜର ଶକ୍ତି ଦେଖାଇପାରୁ ନାହିଁ। ଯଦି ଭାରତ ପ୍ରକୃତ ଉନ୍ନତି ଦିଗରେ ସଘନ ପ୍ରୟାସ କରି ଆଗକୁ ଯାଇପାରନ୍ତା, ସବୁ ପଡ଼ୋଶୀ ରାଷ୍ଟ୍ର ଭାରତକୁ ଅନୁସରଣ କରିବାକୁ ବାଧ୍ୟ ହୁଅନ୍ତେ। ଅପରପଟେ ଭାରତ ତା’ର ସଂକୀର୍ଣ୍ଣ ଓ ପିଲାଳିଆମି ମାନସିକତା ପ୍ରଦର୍ଶନ କରୁଥିବାରୁ କ୍ଷୁଦ୍ର ପଡ଼ୋଶୀ ରାଷ୍ଟ୍ର ମଧ୍ୟ ନାଲିଆଖି ଦେଖାଇପାରୁଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ପ୍ରଥମେ ‘ବନ୍ଦେ ମାତରମ’ ବିଲ ଆଗତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା; ଅସମ୍ମାନ କଲେ କଠୋର ଦଣ୍ଡ

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନରେ ଯାହା ଜୁଲାଇ ୨୦ରୁ ଆରମ୍ଭ ହେଉଛି, ଅନେକ ବିଲ ଉପସ୍ଥାପନ ପାଇଁ ତାଲିକାଭୁକ୍ତ ହୋଇଛି ଯେଉଁଥିରେ ଜାତୀୟ ଗୀତ ‘ବନ୍ଦେ ମାତରମ’କୁ…

ସୋନମ ୱାଙ୍ଗଚୁକଙ୍କ ଅନଶନକୁ ନେଇ ସଜାଗ ହେଲେ କେନ୍ଦ୍ର ସରକାର, ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୧୭।୭: ସୋନମ ୱାଙ୍ଗଚୁକଙ୍କ ଅନଶନର ତୃତୀୟ ସପ୍ତାହ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ତତ୍ପର ହୋଇଉଠିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀର ତିନୋଟି ହସ୍ପିଟାଲକୁ…

‘ସେକେଣ୍ଡ କ୍ଲାସ୍ ପାସେଞ୍ଜର’ କହିବା ବନ୍ଦ କର: ଭାରତୀୟ ରେଳବାଇକୁ ସୁପ୍ରିମ୍ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇରେ ସୁଧାର ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଏନ୍.…

ସରିଲା ରଥଟଣା, ଶରଧାବାଲିରେ ପହଞ୍ଚିଲେ ୩ ରଥ

ପୁରୀ,୧୭ା୭: ସରିଲା ରଥଟଣା। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ପହଞ୍ଚିବା ପରେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ…

ସଂସଦର ମୌସୁମୀ ଅଧିବେଶନ: ୭ଟି ବଡ଼ ବିଲ୍ ଆଗତ କରିବେ ସରକାର; ଗରମ ହେବ ‘ବନ୍ଦେ ମାତରମ୍’ ମୁଦ୍ଦା, ଜାଣନ୍ତୁ କେବେ ଆରମ୍ଭ?

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏବଂ ଏହିଥର କେନ୍ଦ୍ର ସରକାର ଅଧିବେଶନରେ ୭ଟି ବଡ଼ ବିଲ୍ ପେଶ୍ କରିବେ। ଏଥିମଧ୍ୟରୁ ୨ଟି ପୁରୁଣା…

ଦେଶରେ ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେତେ ଖାସ୍‌ ଏହି ଟ୍ରେନ୍‌

ନୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶରେ ନିର୍ମିିତ ପ୍ରଥମ ହାଇଡ୍ରୋଜେନ୍‌ ଫ୍ୟୁଏଲ ସେଲ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତ…

ସୋନମ ୱାଙ୍ଗଚୁକଙ୍କ ବିସ୍ଫୋରକ ବୟାନ, ‘ପଦଯାତ୍ରା ସଫଳ ନ ହେଲେ, ମୁଁ ଭୂତ ହୋଇ…’

ନୂଆଦିଲ୍ଲୀ,୧୭।୭: NEET ପେପର ଲିକ୍‌ ଏବଂ ପରୀକ୍ଷା ପ୍ରଣାଳୀରେ ହୋଇଥିବା କଥିତ ଅନିୟମିତତା ପ୍ରତିବାଦରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଶୁକ୍ରବାର ୨୦ତମ ଦିନରେ ପ୍ରବେଶ…

‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୭।୭: ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ଅଙ୍କୁଶ ଲାଗିଛି। ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରଥଯାତ୍ରା ନ ସରିବା ଯାଏ ଫିଲ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri