Posted inଫୁରସତ

୧୦୪ ବର୍ଷୀୟାଙ୍କ ସ୍କାଏଡାଇଭିଂ

ଲଣ୍ଡନ: ବର୍ତ୍ତମାନ ସମୟରେ ୬୦ ବର୍ଷ ପରେ ଅଣ୍ଟା ସଳଖି ଚାଲିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ଆଉ ଫିଟ୍‌ ହୋଇ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା କେତେଜଣଙ୍କ ପକ୍ଷରେ ସମ୍ଭବ ହେଉଛି। ତେବେ ନିକଟରେ ଜଣେ ୧୦୪ ବର୍ଷୀୟା ନିଜ ସଉକ ପାଇଁ ତାଙ୍କ ବୟସକୁ ଖାତିର କରିନାହାନ୍ତି। ଚିକାଗୋର ଡୋରୋଥି ହୋଫନର୍‌ ୧୩ ହଜାର ୫୦୦ ଫୁଟ୍‌ ଉଚ୍ଚରୁ ଡେଇଁ ଦୁନିଆର ସବୁଠୁ ଅଧିକ ବୟସ୍କା ସ୍କାଏଡାଇଭର ଭାବେ ଗିନିଜ୍‌ ୱାଲର୍‌ଡ ରେକର୍ଡରେ ନାମ ଲେଖାଇଛନ୍ତି। ଡୋରୋଥି ନିକଟରେ ଓଟାୱାର ସ୍କାଏଡାଇଭ ଚିକାଗୋରେ ଏହି ସ୍କାଏଡାଇଭିଂ କରିଛନ୍ତି, ଯାହା ଚିକାଗୋ ସହରର ପ୍ରାୟ ୮୬ ମାଇଲ ଦକ୍ଷିଣ-ପଶ୍ଚିମରେ ରହିଛି। ରିପୋର୍ଟ ମୁତାବକ, ଡୋରୋଥିଙ୍କ ପୂର୍ବରୁ ଏହି ରେକର୍ଡ ସ୍ବିଡେନର ରୁଟ୍‌ ଲିନିଆ ଇଞ୍ଜିଗାର୍ଡ ଲାର୍ସନଙ୍କ ନିକଟରେ ଅଛି, ଯାହାକୁ ସେ ୨୦୨୨ ମେ’ରେ ହାସଲ କରିଥିଲେ। ତାଙ୍କୁ ସେତେବେଳେ ୧୦୩ ବର୍ଷ ବୟସ ହୋଇଥିଲା। ଏହା ପୂର୍ବରୁ ଡୋରୋଥିଙ୍କୁ ୧୦୦ ବର୍ଷ ହୋଇଥିଲାବେଳେ ସେ ସ୍କାଏଡାଇଭିଂ କରିଥିଲେ। ସେତେବେଳେ ତାଙ୍କୁ ଏଥିପାଇଁ ଟିକିଏ ଡର ଲାଗିଥିଲା। ହେଲେ ଏଥରର ସ୍କାଏଡାଇଭିଂରେ ସେ ପୂରା ୭ ମିନିଟ୍‌ ପର୍ଯ୍ୟନ୍ତ ମଜା ଉଠାଇଥିଲେ। ତାଙ୍କୁ ଏଥିରେ ସବୁଠୁ ଖୁସି ମିଳିଥିବା ସେ କହିଛନ୍ତି। ତେବେ ଡୋରୋଥି ଆଗକୁ ହଟ୍‌ ବେଲୁନ୍‌ରେ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?