ଏକାମ୍ର ପାଇଁ ୧୦୩ କୋଟିର ପ୍ରକଳ୍ପ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଭୁବନେଶ୍ବର ଏକାମ୍ର ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧୀକରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଏହା ଶେଷ ହେଲେ ଭୁବନେଶ୍ବରର ଗରିମା ଆହୁରି ବୃଦ୍ଧି ପାଇବ। ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପୁରୀର ଜନସାଧାରଣ ସମ୍ପୂର୍ଣ୍ଣ ବିଶୁଦ୍ଧ ଜଳ ପାଇପାରୁଛନ୍ତି। ବର୍ତ୍ତମାନ ପୁରୁଣା ଭୁବନେଶ୍ବରର ଜନସାଧାରଣ ମଧ୍ୟ ଏହି ସୁବିଧା ପାଇବେ। ବିକାଶ ଓ କଲ୍ୟାଣ ସରକାରଙ୍କ ମୁଖ୍ୟ ପରିଚୟ। ରାଜ୍ୟର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ଯୋଗଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ଼ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ହେଲା ଏକାମ୍ର ଅଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ (ଡ୍ରିଙ୍କ୍‌ ଫ୍ରମ ୍‌ଟ୍ୟାପ୍‌), ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଓ ଜଗନ୍ନାଥ ବିହାର ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ, କପିଳେଶ୍ବରରେ ଗଙ୍ଗୁଆ ବାମପାଶର୍‌ବ କେନାଲ ବନ୍ଧରେ ୨ ଲେନ୍‌ ବିଶିଷ୍ଟ ରାସ୍ତା, କେଦାରଗୌରୀ ମନ୍ଦିରରୁ ଅପରିଷ୍କୃତ ଜଳ ନିଷ୍କାସନ ପାଇଁ ଭୁବନେଶ୍ବର-ପୁରୀ ରାସ୍ତାରେ ବକ୍ସ କଲଭର୍ଟ, ଲିଙ୍ଗିପୁର ଇନ୍ଦିରା କଲୋନୀରେ ପାଇପ ପାଣି ବ୍ୟବସ୍ଥା, ଲିଙ୍ଗରାଜ ଓ ଗୋଖିବାବା ଅଞ୍ଚଳର କୁଷ୍ଠ କଲୋନୀର ବାସିନ୍ଦାମାନଙ୍କର ଥଇଥାନ, ସମ୍‌ ହସ୍ପିଟାଲ ରାସ୍ତାର ଆଲୋକୀକରଣ, ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ, ଦୟା ପଶ୍ଚିମ କେନାଲ ଉପରେ ସେତୁ ନିର୍ମାଣ, ଦୟା ଦକ୍ଷିଣ ବନ୍ଧ ଉପରେ ରାସ୍ତା ନିର୍ମାଣ, କୂଆଖାଇ ଦକ୍ଷିଣବନ୍ଧର ପୁନରୁଦ୍ଧାର, ଦୟାନଦୀ ଦକ୍ଷିଣ ବନ୍ଧର ସୁଦୃଢ଼ୀକରଣ ଓ ଉନ୍ନତୀକରଣ। ଏହି କାର୍ଯ୍ୟକ୍ରମରେ ବିଏମ୍‌ସି କମିଶନର ସଞ୍ଜୟ ସିଂ, ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଏମ୍‌ପି ଛତିଶଗଡ଼ ଇନ୍‌ଚାର୍ଜ

ଭୁବନେଶ୍ୱର,୩।୬: କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କୁ ଛତିଶଗଡ଼  ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏପରିକି ତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି।...

ପିଜି ନାମଲେଖା: ୫ରେ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ)- ଉଚ୍ଚ ଶିକ୍ଷା ବିଭାଗ ୨୦୨୦-୨୧ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ସମୟ ସୂଚୀ ପ୍ରକାଶ କରିଛି। ଡିସେମ୍ବର ୫ରେ ପ୍ରଥମ ମେଧା ତାଲିକା...

୭ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଗତ ୨୩ ଦିନରେ ଅର୍ଥାତ୍‌ ଗତ ୧ରୁ ୨୩ତାରିଖ...

୪ବର୍ଷ ହେବ ମିଳୁନି ରାଜ୍ୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର, ୩୦।୮(ବ୍ୟୁରୋ):ପୁରସ୍କାର ପାଇଁ ମନୋନୀତ କରି ଡାକିଲେ, କିନ୍ତୁ ଦେଲେ ନାହିଁ। ଇତିମଧ୍ୟରେ ୪ ବର୍ଷ ବିତିଯାଇଛି। ପୁରସ୍କାର ପାଇବାକୁ ଚାହିଁ ବସିଥିବା ୫୭ ଶିକ୍ଷକଙ୍କ...

ଦାଦାବଟି ପାଇଁ ଗଢ଼ିଥିଲେ ଗ୍ୟାଙ୍ଗ

ଭୁବନେଶ୍ୱର,୩।୬(ବ୍ୟୁରୋ): ଦାଦାବଟି ପାଇଁ ଗଢ଼ିଥିଲେ ଗ୍ୟାଙ୍ଗ। ଯିଏ ଦାଦାବଟି ଦେଉ ନ ଥିଲେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରୁଥିଲେ। ଏପରିକି ଖଣ୍ଡା ଭୁଜାଲି ଧରି ଏହାର...

ସକାଳ ୯ରୁ ଅଷ୍ଟମ, ପୂର୍ବାହ୍ନ ୧୦ରୁ ଏକାଦଶ ପିଲାଙ୍କ ହେବ ପାଠପଢ଼ା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଅଷ୍ଟମ ଓ ଏକାଦଶ ଣ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ରେ ଏକାଦଶ ଓ ୨୫...

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି: ୪ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଜଗତସିଂହପୁର ଜିଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ସଂଯୁକ୍ତା ଦାଶ। ସଂଯୁକ୍ତାଙ୍କ ଘର ସମେତ...

ଚିକିତ୍ସା ଆଳରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଖୋର୍ଦ୍ଧାର ପୂର୍ବତନ ସିଡିଏମ୍‌ଓ ଗିରଫ

ଖୋର୍ଦ୍ଧା ଅଫିସ,୧୭।୬- ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଖୋର୍ଦ୍ଧା ଟାଉନ ପୋଲିସ ବୁଧବାର ଏକ ଘରୋଇ କ୍ଲିନିକ ଡାକ୍ତର ବୈଦ୍ୟନାଥ ନାୟକଙ୍କୁ ଗିରଫ କରିଛି। ସେ ଖୋର୍ଦ୍ଧାର...

Advertisement
Archives

Model This Week