କନ୍ଧମାଳରେ ସଂଗ୍ରହ ହେବ ୧୦ ହଜାର ଟନ୍‌ କେନ୍ଦୁପତ୍ର

ଫୁଲବାଣୀ ଅଫିସ, ୧୫।୫: କରୋନା ପ୍ରଭାବରେ ଗତ ଦୁଇ ବର୍ଷ ହେଲା କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ବନ୍ଦ ରହିଥିଲା। ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକୁ ପୁଣି ଆରମ୍ଭ କରାଯାଇଛିା ଏଥର ଜିଲାରେ ୧୦ ହଜାର ଟନ କେନ୍ଦୁପତ୍ର ସଂଗ୍ରହ କରାଯିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।
କନ୍ଧମାଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ଆଦିବାସୀମାନଙ୍କ ଆର୍ଥିକ ଉପାର୍ଜନର ଅନ୍ୟତମ ମାଧ୍ୟମ ହେଉଛି କେନ୍ଦୁପତ୍ର ସଂଗ୍ରହ। ଜିଲାର ପ୍ରାୟ ୫୦ ହଜାର ଲୋକ ଏଥିରେ ନିୟୋଜିତ ଅଛନ୍ତିି ା ବିଶେଷକରି ମହିଳା ମାନେ ଏହି କାର୍ଯ୍ୟରେ ଅଧିକ ସଂଖ୍ୟାରେ ନିୟୋଜିତ ହୁଅନ୍ତି। ସେମାନେ ଗଛରୁ କେନ୍ଦୁପତ୍ର ତୋଳିବା ଠାରୁ ଆରମ୍ଭ କରି କେରି ବାନ୍ଧିବା ପର୍ଯ୍ୟନ୍ତ କାର୍ଯ୍ୟ କରି ଭଲ ପାରିଶ୍ରମିକ ପାଇଥାଆନ୍ତି।ଏ ବର୍ଷ ରାଜ୍ୟ ସରକାର ପାରିଶ୍ରମିକ ଓ ବୋନସ ବୃଦ୍ଧି କରି ଥିବାରୁ କେନ୍ଦୁପତ୍ର ତୋଳାଳିଙ୍କ ମଧ୍ୟରେ ଆଗ୍ରହ ବଢିଛି।ଫୁଲବାଣୀ କେନ୍ଦୁପତ୍ର ଡିଭିଜନ ଅଧୀନରେ ଫୁଲବାଣୀ, ଗୋଚ୍ଛାପଡା ଇଷ୍ଟ, ଗୋଚ୍ଛାପଡା ୱେଷ୍ଟ, ବାଲିଗୁଡା, ଦଶପଲ୍ଲା, ଭଞ୍ଜନଗର, ତୁମୁଡିବନ୍ଧ ଭଳି ୭ଟି ରେଞ୍ଜ ରହିଛି ା ଏହି ସବୁ ରେଞ୍ଜରୁ ଚଳିତ ବର୍ଷ ୧୦ ହଜାର ଟନ କେନ୍ଦୁପତ୍ର ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଡିଭିଜନ ଅଧିନରେ ଥିବା ପା୍ରୟ ୪ ଶହ କେନ୍ଦୁପତ୍ର ଫଡିରେ ପତ୍ର ସଂଗ୍ରହ ଜାରି ରହିଛି। ଭଙ୍ଗାରୁଜା ହୋଇ ରହିଥିବା କେନ୍ଦୁପତ୍ର ଫଡି ସବୁ ମରାମତି କରାଯାଇଛି। ଚଳିତ ଥର ପ୍ରାୟ ୪୨ ହଜାର କେନ୍ଦୁପତ୍ର ତୋଳାଳୀ ଏହି କାଯର୍‌ୟରେ ନିୟୋଜିତ ଥିବା ବିଭାଗ ପକ୍ଷରୁ ଜଣାପଡିଛି ା ଗତ ମାସରେ ରାଜ୍ୟ ସରକାର ତୋଳାଳୀ ମାନଙ୍କ ପାଇଁ ସଂଗ୍ରହ ମୂଲ୍ୟ ବୃଦ୍ଧି କରିଛନ୍ତି ା କାର୍ଯ୍ୟରେ ନିୟୋଜିତ ଥିବା ସିଜନାଲ କର୍ମଚାରୀଙ୍କ ଭତ୍ତା ଓ ବୋନସ ମଧ୍ୟ ବୃଦ୍ଧି କରାଯାଇଛି। ଜିଲାର ପ୍ରାୟ ୪ ହଜାର ସିଜନାଲ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ। ତେଣୁ ଜିଲାରେ ଲକ୍ଷ୍ୟ ମୁତାବକ କେନ୍ଦୁପତ୍ର ସଂଗ୍ରହ ହେବା ଅନୁମାନ କରାଯାଉଛି। ଜିଲାର କିଛି ଅଂଚଳରେ ତୋଳାଳୀ ମାନଙ୍କୁ ନିୟମିତ ଭାବେ ପାରିଶ୍ରମିକ ଓ ବୋନସ ମିଳୁ ନ ଥିବା ମଧ୍ୟ ଅଭିଯୋଗ ଆସୁଛିା ଏହାଦ୍ୱାରା ତୋଳାଳି ଓ ସିଜନାଲ କର୍ମଚାରୀ ମାନେ ନିରୁତ୍ସାହିତ ହେବା ଆଶଂକା କରାଯାଉଛିା ଏ ନେଇ କେନ୍ଦୁଲିଫ ଡିଏଫଓ ହେମନ୍ତ କୁମାର ସାହୁଙ୍କୁ ପଚାରିବାରୁ ବୋନସ ମିଳିବାରେ କୌଣସି ସମସ୍ୟା ନାହିଁ। ଠିକ ସମୟରେ ତୋଳାଳି ମାନଙ୍କୁ ପାରିଶ୍ରମିକ ଓ ବୋନସ ମିଳିବା ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି…

ରାଇକିଆରେ ଦେବସ୍ନାନ ପୂର୍ଣ୍ଣିମା: ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ରାଇକିଆ,୨୯/୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏଥିରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ପୂର୍ବାହ୍ନରେ ମନ୍ଦିର ପରିସରସ୍ଥ…

ଗାଁ ଗାଁ ବୁଲି ଡବଲ୍‌ ଇଞ୍ଜିନ ସରକାରର ସଫଳତା ବାଣ୍ଟୁଛନ୍ତି ଭାଜପା କର୍ମୀ: ବୁଦ୍ଧିଜୀବୀଙ୍କୁ ସାକ୍ଷାତ କଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ):ରାଜ୍ୟ ସରକାରଙ୍କ ୨ ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଭାଜପା ଉଭୟ ସରକାରଙ୍କ ସଫଳତା ଓ କାର୍ଯ୍ୟଧାରା…

୩ ଜିଲାର ସୀମାରେ ପହଞ୍ଚିଲେ ଭାଜପାର ନେତା, ବିଧାୟକ ଉଦଘାଟନ କଲେ …

ଦାରିଙ୍ଗବାଡି,୨୯।୬(ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପା ସଂଗଠନକୁ ସୁଦୃଢ଼ କରିବା ପାଇଁ ନେତା ଏବଂ କର୍ମୀମାନେ ଅଣ୍ଟା ଭିଡିଛନ୍ତି । ସମସ୍ତ ବୁଥ ସ୍ତରରେ କର୍ମୀମାନେ ପ୍ରତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri