ପ୍ରଥମଥର ପାଇଁ ୧୦୦ ଛାତ୍ରୀଛାତ୍ର ନାମ ଲେଖାଇବେ

ଭବାନୀପାଟଣା,୩।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଭଙ୍ଗାବାରୀରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷରୁ ନାମଲେଖା ଆରମ୍ଭ ହେବ। ଏହା ଜଣାପଡ଼ିବା ପରେ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଗତ ଫେବୃୟାରୀ ୧୪ରେ ଏନଏମସିଟିର ୩ ଜଣିଆ ଟିମ ମେଡିକାଲ କଲେଜ ପରିଦର୍ଶନ କରିଥିଲେ। ଏହି ଟିମ କଲେଜ ପାଇଁ ଲାଇବ୍ରେରି, ଟିଚିଂ ହସ୍ପିଟାଲ ସମେତ ବିଭିନ୍ନ ଆବଶ୍ୟକତା ପୂରଣ ନିମନ୍ତେ ରିପୋର୍ଟ ଦେଇଛନ୍ତି। ଅନ୍ୟପକ୍ଷରେ ମେଡିକାଲ କଲେଜ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଟାଟା ପକ୍ଷରୁ ପ୍ରାୟ ୨ ଶହ କୋଟି ବ୍ୟୟ ଅଟକଳରେ ମେଡିକାଲ କଲେଜ କ୍ୟାମ୍ପସ, ଏକାଡେମୀ ବିଲିଂ, ହଷ୍ଟେଲ, ଷ୍ଟାଫ କ୍ବାର୍ଟସ ନିର୍ମାଣ ହୋଇଛି। ସେହିଭଳି ପ୍ରାୟ ୨୦୬ କୋଟି ବ୍ୟୟରେ ଟିଚିଂ ହସ୍ପିଟାଲ ନିର୍ମାଣାଧୀନ କଲେଜ କ୍ୟାମ୍ପସରେ ତିଆରି କରାଯାଉଛି। ଏହି ଟିଚିଂ ହସ୍ପିଟାଲ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନା ପରିସରରେ ଅସ୍ଥାୟୀ ଭାବେ ଟିଚିଂ ହସ୍ପିଟାଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ତ୍ୱରାନ୍ବିତ କରାଯାଇଛି। ଏହି ମେଡିକାଲ କଲେଜରେ ଚଳିତବର୍ଷ ୧୦୦ଜଣ ଛାତ୍ରୀଛାତ୍ର ନାମ ଲେଖାଇବେ। କିନ୍ତୁ ସବୁଠାରୁ ବିଡ଼ମ୍ବନାର ବିଷୟ ସମସ୍ତ ଷ୍ଟାଫ କ୍ବାର୍ଟସ ନିର୍ମାଣ ଶେଷ ହୋଇଥିବା ବେଳେ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ ଏବଂ ଅଧୀକ୍ଷକଙ୍କ କ୍ବାର୍ଟର ନିମନ୍ତେ କୌଣସି ବ୍ୟୟବରାଦ ହୋଇନାହିଁ। ସେହିଭଳି ବର୍ତ୍ତମାନ ସିଡିଏମଓ କାର୍ଯ୍ୟାଳୟ ପରିସରରେ ଏଡିଏମଓ ଅଫିସରେ ମେଡିକାଲ କଲେଜ ଅଧ୍ୟକ୍ଷ ଓ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଚାଲିଛି। ଏ ପର୍ଯ୍ୟନ୍ତ ୭୦ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ପ୍ରଫେସର ପଦବି ମଧ୍ୟରୁ ପ୍ରାୟ ୩୫ଜଣ କାର୍ଯ୍ୟରେ ଯୋଗଦେଇଛନ୍ତି। ସେଣ୍ଟ୍ରାଲ ଲାଇବ୍ରେରି ପାଇଁ ବହି ଯୋଗାଡ଼ କରାଯିବା ସହ ୨୦ଟି କମ୍ପ୍ୟୁଟର ଲଗାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କମ୍ପ୍ୟୁଟର କିଣାରେ ବିଳମ୍ବ ହେଉଥିବା ଯୋଗୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାର ପ୍ରାୟ ୨୦ଟି କମ୍ପ୍ୟୁଟର ମେଡିକାଲ କଲେଜରେ ଲଗାଯିବାକୁ ପଦକ୍ଷେପ ନିଆଯାଇଛି। ସେହିଭଳି ଟିଚିଂ ହସ୍ପିଟାଲ ନିମନ୍ତେ ପ୍ରାୟ ୭ କୋଟି ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ୩୩୦ ବେଡ ହସ୍ପିଟାଲ ନିମନ୍ତେ ବର୍ତ୍ତମାନ ଆଇସିୟୁର ପୁନର୍ବିନ୍ୟାସ ଚାଲିଛି। କଳାହାଣ୍ଡି ସରକାରୀ ମେଡିକାଲ କଲେଜରେ ଅଧ୍ୟକ୍ଷ ଓ ଡିନ ଭାବେ ଡାକ୍ତର ବସନ୍ତ ପ୍ରଧାନ ଯୋଗଦେଇଥିବା ବେଳେ ଅଧୀକ୍ଷକ ଭାବେ ଡାକ୍ତର ହରେକୃଷ୍ଣ ଦଳେଇ ଯୋଗଦେଇଛନ୍ତି। ଚଳିତବର୍ଷ ଅଗଷ୍ଟ-ସେପ୍ଟେମ୍ବର ନାମ ଲେଖା ଆରମ୍ଭ ହେବ। ଏଥି ନିମନ୍ତେ ଲ୍ୟାବଠାରୁ ଆରମ୍ଭ କରି ସିକ୍ୟୁରିଟି, ସଫେଇ ସମେତ ଅନ୍ୟାନ୍ୟ ବ୍ୟବସ୍ଥା କିଭଳି ହେବ ସେଥିପ୍ରତି ଧ୍ୟାନ ଦିଆଯାଉଛି। ମେଡିକାଲ କଲେଜ ପରିସରରେ ବିଭିନ୍ନ ସଫେଇ, ସୌନ୍ଦର୍ଯ୍ୟକରଣ ଭଳି ସାମାନ୍ୟ କାମ ବାକି ରହିଛି। ଖୁବ୍‌ଶୀଘ୍ର ଟାଟା କମ୍ପାନୀ ସାସ୍ଥ୍ୟ ବିଭାଗକୁ ମେଡିକାଲ କଲେଜ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri