Posted inଖେଳ

‘ମାରାଥନ ମ୍ୟାନ୍‌’ ବିବେକାନନ୍ଦ

ଜଣେ ଆଥଲେଟ୍‌ ଅଫୁରନ୍ତ ସହନଶକ୍ତିର ବିନିଯୋଗ ସହିତ ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ମାରାଥନ ଦୌଡ଼ ଭଳି ଅତି କଷ୍ଟସାଧ୍ୟ ଇଭେଣ୍ଟରେ ସଫଳ ହୋଇଥାଏ। ଏହିପରି ଜଣେ କିମ୍ବଦନ୍ତୀ ମାରାଥନ ଧାବକ ହେଉଛନ୍ତି ଓଡ଼ିଶାର ଡା. ବିବେକାନନ୍ଦ ତ୍ରିପାଠୀ। ବିଶ୍ୱ ଏବଂ ଅଲିମ୍ପିକ ସ୍ତରରେ ନ ହେଲେ ମଧ୍ୟ ରାଜ୍ୟ ଓ ଜାତୀୟସ୍ତରରେ ଅନେକ ଉପଲବ୍ଧି ହାସଲ କରି ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି….

ଚେକ୍‌ ଗଣରାଜ୍ୟର କିମ୍ବଦନ୍ତୀ ମାରାଥନ ଧାବକ ଏମିଲ ଜାଟୋପେକ୍‌ (୧୯୫୨ ହେଲେସିଙ୍କି ଅଲିମ୍ପିକ୍ସର ୫,୦୦୦ମି., ୧୦,୦୦୦ ମି. ଏବଂ ମାରାଥନ ସ୍ବର୍ଣ୍ଣପଦକ ବିଜେତା)ଙ୍କ ଭାଷାରେ ”ଆନନ୍ଦ ଉପଭୋଗ କରିବା ପାଇଁ ଗୋଟିଏ ମାଇଲ ଦୌଡ଼ ଓ ଅନ୍ୟ ଜୀବନର ଅନୁଭୂତି ଲାଗି ମାରାଥନ ଦୌଡ଼“। ପୁରାତନ ଅଲିମ୍ପିକ କ୍ରୀଡ଼ାର ମହାନ୍‌ ପରମ୍ପରା ସହ ଜଡ଼ିତ ମାରାଥନ ଦୌଡ଼ ପ୍ରଥମ ଆଧୁନିକ ଅଲିମ୍ପିକ୍ସ(୧୮୯୬)ରେ ସାମିଲ ହେବା ସହିତ ଆଜିପର୍ଯ୍ୟନ୍ତ ଏକ ଆକର୍ଷଣୀୟ ଇଭେଣ୍ଟ ଭାବେ ସ୍ବୀକୃତି ଲାଭ କରିଛି। ଜଣେ ଆଥଲେଟ୍‌ ଅଫୁରନ୍ତ ସହନଶକ୍ତିର ଉପଯୋଗ ସହିତ ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ମାରାଥନ ଦୌଡ଼(୪୨.୧୯୫ କିମି) ଭଳି ଅତି କଠିନ ଓ କଷ୍ଟସାଧ୍ୟ ଇଭେଣ୍ଟରେ ସଫଳ ହେବାରେ ସକ୍ଷମ ହୋଇଥାଏ।
ଏହିପରି ଜଣେ କିମ୍ବଦନ୍ତୀ ମାରାଥନ ଧାବକ ହେଉଛନ୍ତି ଆମ ରାଜ୍ୟର ଡା. ବିବେକାନନ୍ଦ ତ୍ରିପାଠୀ। ବିଶ୍ୱ ଏବଂ ଅଲିମ୍ପିକସ୍ତରରେ ନ ହେଲେ ମଧ୍ୟ ଆମ ରାଜ୍ୟ ଓ ଜାତୀୟସ୍ତରରେ ଅନେକ ଉପଲବ୍ଧି ପ୍ରାପ୍ତ କରିଥିବା ଡା. ତ୍ରିପାଠୀ ପେସାରେ ଜଣେ ପ୍ରାଣୀ ଚିକିତ୍ସକ। ମାତ୍ର ତାଙ୍କର ନିଶା ଥିଲା ମାରାଥନ ଦୌଡ଼। ବିବେକ କୁହନ୍ତି ”ରେଭେନ୍ସା କଲିଜିଏଟ୍‌ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ସ୍କୁଲ ପାଇଁ ଫୁଟ୍‌ବଲ, ଭଲିବଲ ଏବଂ ଦୌଡ଼କୁଦରେ ବିଶେଷ ରୁଚି ଥିଲା ଏବଂ ବିଦ୍ୟାଳୟକୁ ଉପରୋକ୍ତ କ୍ରୀଡ଼ାଗୁଡ଼ିକରେ ପ୍ରତିନିଧିତ୍ୱ କରୁଥିଲି। ପରବର୍ତ୍ତୀ ସମୟରେ ଭଦ୍ରକ ଏବଂ ରେଭେନ୍ସା ମହାବିଦ୍ୟାଳୟରେ ମଧ୍ୟ ଏହି କ୍ରୀଡ଼ାଗୁଡ଼ିକରେ ପାରଦର୍ଶିତା ଲାଭ କରିଥିଲି। ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ମାରାଥନ ଚାମ୍ପିୟନ ଇଥିଓପିଆର ଆବେ ବିକିଲାଙ୍କ ବିଷୟରେ ଜାଣିବା ପରେ ସେ ମୋର ରୋଲ୍‌ ମଡେଲ ହୋଇଯାଇଥିଲେ ଏବଂ ତାଙ୍କୁ ଅନୁସରଣ କରି ମୁଁ ମଧ୍ୟ ଜଣେ ସଫଳ ମାରାଥନ ଧାବକ ହେବାର ସଂକଳ୍ପ ନେଇଥିଲି“। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ତରରେ ଏକାଧିକ ଥର ଶ୍ରେଷ୍ଠ ଆଥ୍‌ଲେଟ ବିବେଚିତ ହୋଇଥିବା ବିବେକ ତାଙ୍କ ବିଶ୍ୱବିଦ୍ୟାଳୟକୁ ଫୁଟ୍‌ବଲରେ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ପରବର୍ତ୍ତୀ ସମୟରେ ସେ କେବଳ ଲମ୍ବ ଦୌଡ଼ (୫୦୦୦ ଓ ୧୦,୦୦୦ମି.) ଏବଂ ବିଶେଷ ଭାବେ ମାରାଥନ ଦୌଡ଼ରେ ମନୋନିବେଶ କରିଥିଲେ ଏବଂ ନିରନ୍ତର ଅଭ୍ୟାସ ଜାରି ରଖିଥିଲେ। କୃଷି ବିଶ୍ୱବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନରେ ଅଧ୍ୟୟନ ସମୟରେ ସେ ପ୍ରତିଦିନ ପ୍ରାୟ ୫୦ କିମି ଦୌଡ଼ ଅଭ୍ୟାସ କରୁଥିଲେ।
୨୩ ଅଗଷ୍ଟ ୧୯୪୬ରେ ଜନ୍ମିତ ଏହ ଯଶସ୍ବୀ ମାରାଥନ ଧାବକଙ୍କ ଲମ୍ବା ଏବଂ ଘଟଣାବହୁଳ ସଫଳ ଯାତ୍ରା ଆରମ୍ଭ ହୋଥିଲା ୧୯୭୪ ମସିହାରେ। ୧୯୭୪ ରାଜ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ୧୫୦୦ମି. (ସ୍ବର୍ଣ୍ଣ), ୫୦୦୦ମି. (ରୌପ୍ୟ) ଏବଂ ୧୦,୦୦୦ମି. (ସ୍ବର୍ଣ୍ଣ)ରେ ସଫଳ ହେଲା ପରେ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାର ମାରାଥନ ଦୌଡ଼ରେ ରୌପ୍ୟ ପଦକ ହାସଲ କରି ରାଜ୍ୟ କ୍ରୀଡ଼ା ପାଇଁ ଇତିହାସ ରଚିଥିଲେ। ଏହି କୃତିତ୍ୱ ହାସଲ କରିବାରେ ସେ ଥିଲେ ଦ୍ୱିତୀୟ ଓଡ଼ିଆ। ପୂର୍ବରୁ ୧୯୫୦ରେ ନନ୍ଦକୃଷ୍ଣ ଦାସ ପ୍ରଥମ ଓଡ଼ିଆ ଭାବେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଜାତୀୟ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ଯୋଗୁ ବିବେକ ଇରାନର ତେହେରାନ୍‌ଠାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ପଟିଆଲା ପ୍ରଶିକ୍ଷଣ ଶିବିରରେ ତିନିମାସ ଧରି ତାଲିମ ଗ୍ରହଣ କରିଥିଲେ। ତେବେ କୌଣସି କାରଣ ପାଇଁ ଭାରତୀୟ ଦଳରେ ସାମିଲ ହେବାରୁ ବଞ୍ଚତ୍ତ ହୋଇଥିଲେ। ୧୯୮୧ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଆନ୍ତଃରାଜ୍ୟ ଆଥଲେଟିକ୍‌ ମିଟ୍‌ରେ ସେ ରୌପ୍ୟ ପଦକ ପାଇଥିଲେ।
୧୯୮୫ରୁ ୨୦୧୯ ମଧ୍ୟରେ ବିବେକବାକୁ ଭେଟେରାନ ବିଭାଗରେ ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଫୁଲ୍‌/ହାପ୍‌ ମାରାଥନରେ ଭାଗନେଇ ଅନେକ ସଫଳତା ହାସଲ କରିଥିଲେ। ଏହା ବ୍ୟତୀତ ଅନ୍ତର୍ଜାତୀୟସ୍ତରରେ ଭେଟେରାନ୍‌ ବିଭାଗରେ ମାଲେସିଆ ମାରାଥନ (୧୯୯୦), ଦକ୍ଷିଣ ଆଫ୍ରିକାର ଡର୍ବାନଠାରେ ବିଶ୍ୱ ଭେଟେରାନ ମାରାଥନ (୧୯୯୭) ଏବଂ ଗ୍ରେଟ୍‌ ବ୍ରିଟେନ୍‌ର ଗେଟସେଡ୍‌ଠାରେ ଭେଟେରାନ୍‌ ମାରାଥନ (୧୯୯୯)ରେ ଭାରତକୁ ପ୍ରତିନିଧିତ୍ୱ କରି କୃତିତ୍ୱ ହାସଲ କରିଥିଲେ। ବିବେକ ବିଜ୍ଞାନରେ ସ୍ନାତକ ହେବା ପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ପ୍ରାଣୀରୋଗ (ଭେଟେରିନାରି) ବିଜ୍ଞାନରେ ଡିଗ୍ରୀ ହାସଲ କରି ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ପଦବୀରେ ନିଷ୍ଠାର ସହିତ କାର୍ଯ୍ୟ କରି ୨୦୦୬ରେ ନନ୍ଦନକାନନ ଚିଡ଼ିଆଖାନାର ବରିଷ୍ଠ ଭେଟେରିନାରି ଅଧିକାରୀ ଭାବେ ଅବସର ଗ୍ରହଣ କରିଥିଲେ। କ୍ଷୋଭର ସହ ପ୍ରକାଶ କରନ୍ତି ଡା. ବିବେକ, ”ମୋର କାର୍ଯ୍ୟକାଳ ମଧ୍ୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରୋତ୍ସାହନ ବଦଳରେ ଅସହିଷ୍ଣୁତା ଏବଂ ବିଦ୍ୱେଷର ଶିକାର ହୋଇଥିଲି। ତେବେ ଏପରି ନକାରାତ୍ମକ ମନୋଭାବ ମୋର କ୍ରୀଡ଼ା ଜୀବନରେ ବାଧକ ସାଜିଥିଲେ ମଧ୍ୟ ସମସ୍ତ ବାଧାକୁ ଅତିକ୍ରମ କରି ଆଗକୁ ବଢ଼ିଥିଲି।“
ଦୀର୍ଘ ୬୦ ବର୍ଷ ଧରି କ୍ରୀଡ଼ା ପ୍ରତି ସମର୍ପିତ ଜୀବନ ଓ ସାଧନା ଦ୍ୱାରା ୭୬ ବର୍ଷରେ ପଦାର୍ପଣ କରିଥିବା ଡା. ତ୍ରିପାଠୀ ଏବେ ମଧ୍ୟ କ୍ରୀଡ଼ା ଅଭ୍ୟାସ ଜାରି ରଖିଛନ୍ତି। ଜୀବନବ୍ୟାପୀ କ୍ରୀଡ଼ା ପାଇଁ ଅବଦାନକୁ ସ୍ବୀକୃତି ଜଣାଇ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୦୯ରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ ଡା. ତ୍ରିପାଠୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ୨୦୧୨ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦ୍‌ ବ୍ୟତୀତ ୧୯୭୪ରୁ ୨୦୧୨ ମଧ୍ୟରେ ଏକାଧିକ କ୍ରୀଡ଼ା ଏବଂ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସେ ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଙ୍ଗୁଲିଙ୍କ ସପକ୍ଷରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୪ (ପି.ଟି.)-ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଆଗତ ସ୍ବାର୍ଥଜନିତ ମାମଲାର ଶୁଣାଣି ଶନିବାର ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅମ୍ବୁଡ୍‌ସମ୍ୟାନ ଜଷ୍ଟିସ ଡି.କେ.ଜୈନ...

୨୦୨୧ରେ ହୋଇପାରେ ୧୯ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌

ନୂଆଦିଲ୍ଲୀ,୨୦।୨- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପୁରୁଷ ଇଭେଣ୍ଟ ବହୁ ଲୋକପ୍ରିୟତା ଓ ସଫଳତା ହାସଲ କରିଛି। ଏବେ ଆଇସିସି...

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ପରାଜୟ ସତ୍ତ୍ୱେ ଭାରତ ଚାମ୍ପିୟନ

କାନବେରା,୯।୧୨(ପି.ଟି.)-  ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ହକି ସିରିଜ୍‌ରେ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଚାମ୍ପିୟନ ହୋଇଛି। ରବିବାର...

କ୍ରିକେଟ୍‌ରେ କେମିତି ମିଳିବ ପରିଚୟ,ସଚିନ କଲେ ଖୁଲାସା

ମୁମ୍ବାଇ,୨୪।୨: କ୍ରିକେଟର୍‌ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବିଶ୍ୱାସ କରନ୍ତି ଯେ, ଜଣେ ଖେଳାଳି ତାଙ୍କ ପୃଷ୍ଠଭୂମି ଦ୍ୱାରା ନୁହେଁ ବରଂ ପଡ଼ିଆରେ ପ୍ରଦର୍ଶନ ଦ୍ୱାରା...

ମଙ୍ଗଳବାର ଭାରତ-ଶ୍ରୀଲଙ୍କା ପ୍ରଥମ ଏକଦିବସୀୟ: ସିରିଜ ଜିତିବା ଟିମ୍‌ ଇଣ୍ଡିଆର ଲକ୍ଷ୍ୟ…

ଗୁଆହାଟୀ,୯।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁଥିବା ତିନୋଟି ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ୧୦ ଜାନୁଆରୀ ମଙ୍ଗଳବାର ଖେଳାଯିବ। ଦୁଇ ଦଳ ମଧ୍ୟରେ...

ଭୁବନେଶ୍ୱରଙ୍କ ସ୍ଥାନରେ ପୃଥ୍ବୀରାଜ

ଦୁବାଇ, ୭ା୧୦ (ପି.ଟି.)-ସନରାଇଜର୍ସ ହାଇଦ୍ରାବାଦର ଆଘାତପ୍ରାପ୍ତ ସିନିୟର ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ପୃଥ୍ବୀରାଜ ୟାରାଙ୍କୁ ମନୋନୀତ କରାଯାଇଛି। ଅକ୍ଟୋବର...

ଦୁଲୀପ ଟ୍ରଫି: ନାୟାରଙ୍କ ଲଢ଼ୁଆ ବ୍ୟାଟିଂ

ବେଙ୍ଗାଲୁରୁ, ୨୩।୮(ପି.ଟି.)- ସ୍ଥାନୀୟ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଦୁଲୀପ ଟ୍ରଫି ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ଦିନିଆ ମ୍ୟାଚ୍‌ରେ ପ୍ରିୟାଙ୍କ...

ନଟ୍ଟିଂହାମଶାୟର ସହ ଅଶ୍ୱିନଙ୍କ ଚୁକ୍ତି

ନୂଆଦିଲ୍ଲୀ, ୨୩।୫- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କାଉଣ୍ଟି କ୍ରିକେଟ୍‌ କ୍ଲବ ନଟ୍ଟିଂହାମଶାୟର ସହ ଚୁକ୍ତି କରିଛନ୍ତି। ଜୁନ୍‌ରେ ସେ ନଟ୍ଟିଂହାମଶାୟର ଦଳ ସହ...

Advertisement
Archives

Model This Week