ପୋଖରୀ ପୋତାହେବାରୁ ପାଣିଘେରରେ ୧୦୦ ପରିବାର

ପଟ୍ଟାମୁଣ୍ଡାଇ,୨୩ା୮ (ସ୍ବ. ପ୍ର.):ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଥିବା ପାରମ୍ପରିକ ଜଳାଶୟ ଅସ୍ତିତ୍ୱ ହରାଇବାକୁ ବସିଛି। ବ୍ଲକର ଶାସନ ପଞ୍ଚାୟତ ପୋଖରୀସାହିରେ ପୋଖରୀ ପୋତାହେବାରୁ ଶହେ ପରିବାର ପାଣିଘେରରେ ରହିଛନ୍ତି। ଏ ନେଇ ପଞ୍ଚାୟତବାସୀ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ପାରମ୍ପରିକ ଜଳଉତ୍ସଗୁଡିକର ପୁନରୁଦ୍ଧାର ପାଇଁ ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ର ସରକାର ଅମୃତ ସରୋବର ଯୋଜନା କରିଛନ୍ତି। ହେଲେ ସରକାରୀ ଅଧିକାରୀମାନେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି।
ଅଭିଯୋଗକାରୀଙ୍କ ମଧ୍ୟରୁ ଆଶିଷ କୁମାର ମଲ୍ଲିକ କୁହନ୍ତି, ଶାସନ ପଞ୍ଚାୟତ ପୋଖରୀସାହିରେ ଶହେରୁ ଊର୍ଦ୍ଧ୍ୱ ଦଳିତ ପରିବାର ବାସ କରୁଛନ୍ତି। ଗ୍ରାମର ରାସ୍ତା ଲଘୁଚାପଜନିତ ଲଗାଣ ବର୍ଷାରେ ବୁଡ଼ିଯାଇଛି। ଗ୍ରାମର ମଧ୍ୟସ୍ଥଳରେ ଥିବା ପୋଖରୀ ଜଳ ନିଷ୍କାସନର ଏକ ମାତ୍ର ମାଧ୍ୟମ ଥିବା ବେଳେ ତାହା ଚଳିତବର୍ଷ ଖରାଦିନେ ପୋତି ଦିଆଯାଇଛି। ଫଳରେ ବର୍ଷାଜଳ ନିଷ୍କାସନ ବାଟ ବନ୍ଦ ହୋଇଯିବାରୁ ପାଣି ଜମି ରହି ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଏଠାରେ ବସବାସ କରିଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାହିର ଲୋକମାନେ ପାଣି ନିଷ୍କାସନ ପାଇଁ ଦାବିକରି ଆସୁଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଅପରପକ୍ଷେ ଗ୍ରୀଷ୍ମଋତୁରେ ଲୋକମାନଙ୍କ ସ୍ନାନ, ଶୌଚ, ପଶୁପକ୍ଷୀଙ୍କ ବ୍ୟବହାର ପାଇଁ ଗଁାର ଲୋକମାନେ ପୋଖରୀ ପାଣି ଉପରେ ନିର୍ଭର କରିଥାଆନ୍ତି। ନିକଟରେ ଥିବା ବ୍ରାହ୍ମଣୀ ନଦୀରେ କୁମ୍ଭୀର ଭୟ ରହି ଥିବାରୁ ସାହିବାସୀଙ୍କ ପୋଖରୀ ସାହା ଭରସା ଥିଲା। ଗ୍ରୀଷ୍ମ ଓ ବର୍ଷାଋତୁରେ ଏହି ପୋଖରୀ ସାହିବାସୀଙ୍କ ପାଇଁ ବରଦାନ ଥିବା ବେଳେ ପଞ୍ଚାୟତିରାଜ ବିଭାଗ କିପରି ପୋତିଦେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଲଘୁଚାପ ଲଗାଣବର୍ଷା ଯୋଗୁ ବିଦ୍ୟାଳୟ ଚତୁଃପାର୍ଶ୍ୱରେ ପାଣି ଜମି ରହିଥିବାରୁ ବର୍ଷାଦିନେ ପିଲାମାନଙ୍କ ପାଠପଢାରେ ଡୋରି ବନ୍ଧା ହେଉଛି। ଏ ନେଇ ଗ୍ରାମର ମନୋଜ ମଳିକ, ଶରତ ମଳିକ, ବନ୍ଧୁ ମଳିକ, ବିଜୟ ମଳିକ, ଉତ୍ତମ ମଳିକ, କବିତା ମଳିକ, ସତ୍ୟଭାମା ମଳିକ, ସୁଚିତ୍ର ମଳିକ, କୋଇଲି ମଳିକ, ସଞ୍ଜୁ ମଳିକ, ଲତା ମଳିକ ପ୍ରମୁଖ ପଟ୍ଟାମୁଣ୍ଡାଇ ତହସିଲଦାର, ବିଡିଓ ଓ କେନ୍ଦ୍ରାପଡ଼ା ଉପଜିଲାପାଳଙ୍କୁ ପୋଖରୀର ପୁନଃ ଖୋଳାଯିବା ସହ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଉ ବୋଲି ଲିଖିତ ଅଭିଯୋଗ କରିଛନ୍ତି।
ସାମାଜିକ କର୍ମୀ ପ୍ରତାପ ପାଢ଼ୀ କୁହନ୍ତି, ରାଜ୍ୟରେ ଯେଉଁଠି ଜଳ ସଙ୍କଟ ଦେଖାଯାଉଛି, ସେଠାରେ ଲୋକେ ପାନୀୟ ଜଳ ପାଇବାରେ ସମସ୍ୟା ହେଉଛି। ଅଗ୍ରାଧିକାର ଭିତ୍ତିରେ ପୋଖରୀ ଖୋଳାଯିବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି। ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ପ୍ରତ୍ୟେକ ଜିଲାରେ ୭୫ଟି ଲେଖାଏ ଅମୃତ ସରୋବର କରିବାକୁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି। ପ୍ରତି ଜିଲାରେ ୭୫ଟି ଲେଖାଏ ପୋଖରୀ ଖୋଳାଯିବା ନେଇ ଜିଲାପାଳଙ୍କୁ ଜମି ଚିହ୍ନଟ କରି ତାଲିକା ଦେବାକୁ କୁହାଯାଇଛି। ସାରା ରାଜ୍ୟରେ ଏଭଳି ୨୨୫୦ଟି ପୋଖରୀ ବା ଅମୃତ ସରୋବର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପ୍ରକଳ୍ପ କାମ ଏପ୍ରିଲ ୨୪ରେ ଆରମ୍ଭ କରିବା ସହ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ସାରିବାକୁ କୁହାଯାଇଛି। ମାତ୍ର ପୋଖରୀସାହିରେ ପଟ୍ଟାମୁଣ୍ଡାଇ ପଞ୍ଚାୟତ ପକ୍ଷରୁ ପୋଖରୀ ପୋତା ଯୋଜନା କାର୍ଯ୍ୟକାରୀ କରାଯାଇ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଏହା ଶୁଭାରମ୍ଭ କରାଯାଇଛି। ଏ ବାବଦରେ ଶାସନ ସରପଞ୍ଚ ସଂଗ୍ରାମ କେଶରୀ ବାରିକଙ୍କୁ ପଚାରିବାରେ ପୋଖରୀସାହିରେ ଜଳ ନିଷ୍କାସନ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି। ଏହାର ସମାଧାନ ପାଇଁ ପୋଖରୀର ଦକ୍ଷିଣ ପାର୍ଶ୍ୱରେ କିଛି ଅଂଶ ପୋତି ଏକ ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?