ରାସୋଳ ଅଞ୍ଚଳରେ ୧୦୦ ହାତୀ

ରାସୋଳ, ୧୨।୧୨(ଡି.ଏନ୍‌.ଏ.): ଫସଲ ଅମଳ ସମୟରେ ମାତିଛନ୍ତି ହାତୀ। ବର୍ଷସାରା ହାଡ଼ଭଙ୍ଗା ପରିଶ୍ରମ କରିଥିବା ଚାଷୀ ଘରକୁ ଧାନ ଆଣିବାକୁ ଆଶା ବାନ୍ଧି ବସିଥିବାବେଳେ ମାତ୍ର କେଇ ଘଣ୍ଟାରେ ଉଜାଡ଼ି ଦେଉଛନ୍ତି ଚାଷ। ଆଖି ଆଗରେ ସୁନାର ଫସଲ ନଷ୍ଟ ହୋଇଯାଉଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର ଚାଷୀ।
ବୁହାଳିପାଳ କାଳିଯୋଡ଼ି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ଦଳବଦ୍ଧ ଭାବେ ରହୁଥିବା ୬୦ ହାତୀ ଏବେ ବିଭିନ୍ନ ପଲରେ ବିଭକ୍ତ ହୋଇ ଧାନ ଜମି ମୁହଁା ହୋଇଛନ୍ତି। ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଦଣ୍ଡିରି ଅଞ୍ଚଳରେ। ଏଠାରେ ମଧ୍ୟ ୪୦ ହାତୀ ଦୀର୍ଘଦିନ ହେଲା ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି। ନବକିଶୋରପୁର, ବୁହାଳିପାଳ, କୁନୁଆ, ଗଣ୍ଡାନାଳୀ, ଦଣ୍ଡିରି ଅଞ୍ଚଳରେ ହାତୀ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚତ୍ଛି। କୁନୁଆ ଗ୍ରାମର ବାବୁଲି ନାୟକ ୧୨୦ ବସ୍ତା ଧାନ ଅମଳ କରି ରଖିଥିବାବେଳେ ଶନିବାର ରାତିରେ ୧୩ ହାତୀ ସେସବୁ ନଷ୍ଟ କରି ଦେଇଛନ୍ତି। ମାତ୍ର କେଇଘଣ୍ଟାରେ ବର୍ଷକର ପରିଶ୍ରମ ହରାଇ ସମ୍ପୃକ୍ତ ଚାଷୀ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। ସେହିପରି ଗ୍ରାମର ଲମ୍ବୋଦର ସାମଲଙ୍କ ୧ ଏକର, ଜୟନ୍ତ ସାମଲ ୧ ଏକର, କାଟେଣୀ ଗ୍ରାମର ଅଖିଳ ନାୟକ, ବାଙ୍କଟିଆର ମନୋଜ ମିଶ୍ର, ରଘୁନାଥ ପାଳ, ଶୁଶୀଳ ପାଳ ସମେତ ବହୁ ଚାଷୀଙ୍କ ଜମିରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ। ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଚଳିତ ବର୍ଷ କଠିନ ପରିଶ୍ରମରେ ଭଲ ଫସଲ ହୋଇଥିଲା। ହେଲେ ସେସବୁ ନିମିଷକ ମଧ୍ୟରେ ହାତୀପଲ ନଷ୍ଟ କରି ପକାଉଥିବାବେଳେ ବନ ବିଭାଗର ସମସ୍ତ ଯୋଜନା ଫେଲ୍‌ ମାରୁଛି। ସ୍ବଳ୍ପ କର୍ମଚାରୀ ଏତେ ସଂଖ୍ୟକ ହାତୀଙ୍କୁ ଘଉଡ଼ାଇବାରେ ବିଫଳ ହେଉଥିବାବେଳେ କ୍ଷତିଗ୍ରସ୍ତ ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲି ଗଲାଣି। ଏଭଳି ସ୍ଥିତି ଲାଗି ରହିଲେ ଚାଷୀକୁଳ ସର୍ବସ୍ବାନ୍ତ ହୋଇପଡ଼ିବେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏ ନେଇ ଖଲିବୋରେଇ ଫରେଷ୍ଟର ହିମାଂଶୁ ପୃଷ୍ଟି କୁହନ୍ତି, ବୁହାଳିପାଳରେ ଥିବା ୬୦ ହାତୀ ବିଭିନ୍ନ ଦଳରେ ବିଭକ୍ତ ହୋଇ ବିଲରେ ପଶୁଛନ୍ତି। ଅଳ୍ପ କର୍ମଚାରୀରେ ଏତେ ସଂଖ୍ୟକ ହାତୀଙ୍କୁ ଘଉଡ଼ାଇବା ସମ୍ଭବପର ହେଉନାହିଁ। ତଥାପି ରାତିସାରା ହାତୀଙ୍କ ଉପରେ ନଜର ରଖାଯାଉଛି। ଧନଜୀବନ ହାନି ଆଶଙ୍କା ଏଡ଼ାଇବାକୁ ଲୋକଙ୍କୁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?