Posted inUncategorized

୬୯୧ ପରିବାରକୁ ୧୦୦ ଦିନର କାମ

ଗୋପାଳପୁର,୩।୩(ନବୀନ ରାଜ ଆଚାରୀ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶନିବାର ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଛି। ବିଡିଓ ଅଂଶୁମାନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ଉନ୍ନୟନ ଅଧିକାରୀ ମଧୁମିତା, ଜିଲା ପରିଷଦ ଉପସଭାପତି ଏସ. ରାଜେଶ୍ୱରୀ ଦୋରା, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧ୍ୟକ୍ଷା ଅନିତା ମହାଙ୍କୁଡ଼ ଯୋଗ ଦେଇଥିଲେ। ଏପିଓ ଗୋପାଳ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୨୦୨୩-୨୪ ଆର୍ଥିକ ବର୍ଷରେ ଉନ୍ନୟନ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା। ବ୍ଲକରେ ୧୧ ଲକ୍ଷ ୫୫ ହଜାର ୩୨୩ ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୫ ଲକ୍ଷ ୬୯ ହଜାର ୭୭ ଶ୍ରମ ଦିବସ ପୂରଣ ହୋଇଛି। ୧୩ କୋଟି ୧୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଉନ୍ନୟନ କାମ ହୋଇଛି। ୧୫ ହଜାର ୩୦୪ ପରିବାରକୁ କର୍ମ ନିଯୁକ୍ତି ମିଳିଛି। ସେଥିମଧ୍ୟରୁ ୬୯୧ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି। ୮୭୭ ପ୍ରକଳ୍ପର କାମ ସରିଛି। ନୂତନ ପୋଖରୀ ପାଇଁ ଜାଗା ମିଳୁନି ବୋଲି ଆଲୋଚନା ହୋଇଥିଲା। ରାସନ କାର୍ଡରେ ନାଁ କଟି ଯିବାରୁ ହିତାଧିକାରୀମାନେ ହଇରାଣ ହରକତ ହେଉଛନ୍ତି ବୋଲି ସମିତି ସଭ୍ୟ ପ୍ରବୀଣ କୁମାର ଅଭିଯୋଗ କରିଥିଲେ। ନାରାୟଣପୁର ପଞ୍ଚାୟତରେ କେତେ ଚାଉଳ ବଣ୍ଟନ କରାଯାଉଛି ଓ କେତେ ଷ୍ଟକ ରହିଛି ତାହା ସରପଞ୍ଚ ଜାଣି ପାରୁନାହାନ୍ତି ବୋଲି ସରପଞ୍ଚ ପ୍ରତିନିଧି ଶ୍ୟାମ ସାହୁ ପ୍ରଶ୍ନ କରିଥିଲେ। ବନ ବିଭାଗର କୋଣସି ଅଧିକାରୀ ଉପସ୍ଥିତ ନଥିଲେ। ଜିଲା ସାମାଜିକ ସମୀକ୍ଷକ ରବୀନ୍ଦ୍ର ମଲଣା, ସରପଞ୍ଚ ଦଣ୍ଡପାଣି ବେହେରା, ଅରୁଣ ନାୟକ, ରଞ୍ଜିତ ସାହୁ, ଅସନ୍ତୁଲୁ ରେଡି, ସସ୍ମିତା ବେହେରା, ଦୁର୍ଯ୍ୟୋଧନ ରେଡି, ବି. ସୁଜ୍ଞାନୀ ପାତ୍ର, ସମିତି ସଭ୍ୟ ଶ୍ରୀରାମ ବେହେରା, ବିନୋଦିନୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri