୧୦୦ କୋଟି ଖର୍ଚ୍ଚ, ଲାଭ ନାହିଁ

ଗୁଣପୁର,୨୭ା୬(ଡି.ଏନ୍‌.ଏ.): ଆନ୍ଧ୍ର ପ୍ରଦେଶର ନେରେଡିଠାରେ ବ୍ୟାରେଜ ନିର୍ମାଣକୁ ଟ୍ରିବ୍ୟୁନାଲ ନିକଟରେ ଆନ୍ଧ୍ରକୁ ସବୁଜ ସଙ୍କେତ ଦେଇଛନ୍ତି। ଏହାକୁ ନେଇ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିଷୟକୁ ନେଇ ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରାଯାଇଛି।

ସରକାରଙ୍କ ଅପାରଗତା କାରଣରୁ ଆନ୍ଧ୍ର ଏକଚାଟିଆ ଭାବେ ବଂଶଧାରା ନଦୀ ଉପରେ ନିଜର ଦାଦାଗିରି ଜାହିର କରିଚାଲିଛି ବୋଲି ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ବିବାଦ ଲାଗି ରହିଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ଅଦୂରଦର୍ଶିତାର ଯୋଗୁ ବଂଶଧାରା ନଦୀ ଜଳ ଉପରେ ଆନ୍ଧ୍ର ତା’ର ବିଭିନ୍ନ ପ୍ରକଳ୍ପ କରି ନିଜ ଅଞ୍ଚଳର ଲୋକଙ୍କ ସ୍ବାର୍ଥରେ ବ୍ୟବହାର କରିପାରିଛି। ହେଲେ ଓଡ଼ିଶା ସରକାର ବଂଶଧାର ନଦୀରେ ଗୋଟିଏ ହେଲେ ପ୍ରକଳ୍ପ ଏବେ ସଦ୍ଧା କରି ପାରିନାହାନ୍ତି। ଏପରି ଘଟଣାକୁ ନେଇ ଅଞ୍ଚଳବାସୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବଂଶଧାରା ନଦୀ ଜଳ ବିବାଦ ୧୯୬୨ରୁ ଲାଗି ରହିଥିବାବେଳେ ରାଜ୍ୟ ସରକାର ୨୦୦୫ରୁ ଆଇନଗତ ଲଢ଼େଇ ଆରମ୍ଭ କରିଛନ୍ତି। ୨୦୧୧ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଏହି ଆଇନଗତ ଲଢ଼େଇ ବାବଦରେ ଓଡ଼ିଶା ସରକାର ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ସାରିଥିବାବେଳେ ୭ ଜଣ ଓକିଲ ପରିବର୍ତ୍ତନ କରିଛନ୍ତି। ହେଲେ କୌଣସି ଫଳ ପାଇଲେ ନାହିଁ। ଶେଷରେ ଟ୍ରିବ୍ୟୁନାଲ ଆନ୍ଧ୍ର ସପକ୍ଷରେ ରାୟ ଦେଇଛନ୍ତି। ଓଡ଼ିଶା ସରକାର ନିଜ ଜଳର ସଦୁପଯୋଗ କରିପାରି ନ ଥିବାବେଳେ ଆନ୍ଧ୍ର ଉପରେ ଦୋଷ ଲଦି ସମୟ ଗଡ଼ାଇ ଚାଲିଛନ୍ତି। ବଂଶଧାରା ନଦୀ ଓଡ଼ିଶାରର ଅନେକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବାବେଳେ ଗୋଟିଏ ହେଲେ ପ୍ରକଳ୍ପ ଓଡ଼ିଶା ସରକାର କରିନାହାନ୍ତି। ଅପରପକ୍ଷେ ଆନ୍ଧ୍ର ହିର୍‌ମଣ୍ଡଳ, ନେରେଡି ଭଳି ପ୍ରକଳ୍ପମାନ କରିଛି। ପ୍ରଥମେ ଗୋଟା ବ୍ୟାରେଜ, କାଟ୍ରାଗାଡା ସାଇଡ୍‌ୱେର କେନାଲ ଏବଂ ପରେ ନେରେଡି ଏପରି ଆନ୍ଧ୍ର ତା’ର ପ୍ରକଳ୍ପ କାର୍ଯ୍ୟ କରିଛି। କିନ୍ତୁ ଓଡ଼ିଶା ସରକାର ନଦୀ ଉପର ମୁଣ୍ଡରେ ଅନେକ ପ୍ରକଳ୍ପ ପାଇଁ ଚିନ୍ତା କରିଥିଲେ ମଧ୍ୟ ଗୋଟିଏ ହେଲେ ସାକାର କରିପାରିନାହାନ୍ତି। ତେଣୁ ଦୀର୍ଘ ମିଆଦୀ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଓକିଲ ସଂଘର ନେତୃତ୍ବରେ ଏହି ଲଢ଼େଇ ଜାରି ରଖିବାକୁ ସ୍ଥିର ହୋଇଛି। ଏଥିସହ ଏ ନେଇ ଏକ ଦାବିପତ୍ର ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି। ବୈଠକରେ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ଓକିଲ ସଂଘର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ସମ୍ପାଦକ ଇନ୍ଦ୍ରାକ୍ଷୀ ପ୍ରସାଦ ଦାସ, ଅକ୍ଷୟ ଦାସ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବ ଗୌଡ଼, ମିଲି ପାଢ଼ୀ, କୃଷ୍ଣ ସେନାପତି, ବାବା ପ୍ରସାଦ, ପ୍ରେମ୍‌ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ...

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ...

ଶ୍ରୀଜିଉଙ୍କ ବନକଲାଗି ନୀତି: ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୨୯।୧୧: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଖାର କରିବେ । ଏ ନେଇ ସା ୫ଟାରୁ ରାତି...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ରସୁଲଗଡ଼ରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚଢ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।...

ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି 

ଭୁବନେଶ୍ବର,୨୯।୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri