୧୦ବର୍ଷ ହେଲା ଶଯ୍ୟାଶାୟୀ ତରୁଣ

ପିପିଲି,୧୨।୧୦(ସ୍ବ.ପ୍ର.): ଗଛରୁ ପଡ଼ି ମେରୁଦଣ୍ଡ ଆଘାତ ଲାଗିଥିବାରୁ ୧୦ବର୍ଷ ହେଲା ଶଯ୍ୟାଶାୟୀ ହୋଇଛନ୍ତି ୩୦ ବର୍ଷୀୟ ତରୁଣ ଡଗର। ନିଜେ ଉଠିବସି ପାରୁନାହାନ୍ତି କି ନିତ୍ୟକାର୍ଯ୍ୟ କରିପାରୁନାହାନ୍ତି। ଦୀର୍ଘବର୍ଷ ଶଯ୍ୟାରେ ପଡ଼ି ରହିବାରୁ ଦେହରେ ଘାଆ ହେବାକୁ ଲାଗିଲାଣି। ସ୍ବାସ୍ଥ୍ୟବସ୍ଥା ବିଗୁଡ଼ୁଥିଲେ ବି ଚିକିତ୍ସା ପାଇଁ ସମ୍ବଳ ନାହିଁ। ତାଙ୍କ ଉପରେ ପରିବାର ଦାୟିତ୍ୱ ଥିବାବେଳେ ସେ ଅନ୍ୟର ସହାୟତାକୁ ଆଶ୍ରା କରୁଛନ୍ତି। ଏବେ ବାପା ପରିଣତ ବୟସରେ ତାଙ୍କ ସାହା ଭରସା ପାଲଟିଛନ୍ତି। ସହାୟତା ପାଇଁ ସୋସିଆଲ ମିଡିଆରେ କୋହଭରା କଣ୍ଠରେ ଗୁହାରି ଜଣାଇଛନ୍ତି ମା’। ଏଭଳି ଦୁଃଖଦ ଚିତ୍ର ପିପିଲି ବ୍ଲକ ଦୁର୍ଗାଦାସପୁର ପଞ୍ଚାୟତ ଠଣଠଣା ଗ୍ରାମରେ ଦେଖିବାକୁ ମିଳିଛି।
ଠଣଠଣା ଗ୍ରାମର ଶରତ ଡଗରାଙ୍କ ପୁଅ ତରୁଣ ୨୦୧୦ ଜାନୁୟାରୀ ୪ରେ ନଡ଼ିଆ ଗଛରୁ ଖସି ପଡ଼ିବାରୁ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ପୁଅର ଚିକିତ୍ସା ପାଇଁ ବାପା ସବୁ ବିକି ୬୦ହଜାର ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ଅବସ୍ଥା ଭଲ ହୋଇ ନ ଥିଲା। ଅପରେଶନ ପାଇଁ ୧ଲକ୍ଷ ୬୦ହଜାର ଦରକାର ବୋଲି ଡାକ୍ତରଙ୍କଠାରୁ ଶୁଣି ଭାଙ୍ଗି ପଡ଼ିଥିଲେ ପରିବାର ବର୍ଗ। ଅର୍ଥ ଅଭାବରୁ ଅଧା ଚିକିତ୍ସାରୁ ଘରକୁ ଫେରି ଆସିଥିଲେ। ସେହିଦିନଠାରୁ ଏପର୍ଯ୍ୟନ୍ତ ୧୦ବର୍ଷ ହେଲା ତରୁଣ ଶଯ୍ୟାଶାୟୀ ଅଛନ୍ତି। ସରକାରୀ ସହାୟତା ଭାବେ ପିପିଲି ତହସିଲ ପକ୍ଷରୁ ତାଙ୍କୁ ୨୦ହଜାର ଟଙ୍କା ମିଳିଥିବାବେଳେ ଏବେ ମାସିକ ଭତ୍ତା ପାଉଥିବା ପରିବାର ଲୋକେ କହିଛନ୍ତି। ପୁଅର ଅବସ୍ଥା ବିଗିଡ଼ିବାରେ ଲାଗିଛି। ଚିକିତ୍ସା ପାଇଁ ଅର୍ଥ ବାଧକ ଥିବାରୁ ତରୁଣ ଓ ତାଙ୍କ ମା ସୋସିଆଲ ମିଡିଆରେ ଦୁଃଖ ଜଣାଇଥିଲେ। ଏହାପରେ ମାରୁତି ସେନା ସଙ୍ଗଠନ ତରୁଣକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ରବିବାର ଏହି ସଙ୍ଗଠନର ରାଜ୍ୟ ସଭାପତି ପପୁ ଦଳବେହେରାଙ୍କ ଆହ୍ବାନକ୍ରମେ ପିପିଲି-ଡେଲାଙ୍ଗ ସଭାପତି ଶ୍ରୀଧର ଆଚାର୍ଯ୍ୟ, ଜିଲା ସମ୍ପାଦକ ଅନିଲ ସ୍ବାଇଁ, ସଂଯୋଜିକା ଇତିଶ୍ରୀ ସରିତା ମହାନ୍ତି, ସଭ୍ୟା ପୁଷ୍ପାଞ୍ଜଳି ସାହୁ, ସଭ୍ୟ ଜୟକୃଷ୍ଣ ପରିଡ଼ା, ରଶ୍ମିରଞ୍ଜନ ଦାସ, କୀର୍ତ୍ତିରଞ୍ଜନ ପ୍ରମୁଖ ତରୁଣଙ୍କ ଘରେ ପହଞ୍ଚତ୍ ଆର୍ଥତ୍କ ସହାୟତା ଦେବା ସହ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତରୁଣଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି କରାଯିବ ବୋଲି ସଙ୍ଗଠନ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri