Posted inଖେଳ

ଗଣେଶଙ୍କ ଏଭରେଷ୍ଟ ମାରାଥନକୁ ୧୦ ବର୍ଷ

ଭୁବନେଶ୍ବର, ୨୯ା୫ (କ୍ରୀଡ଼ା ପ୍ରତିନିଧି): ଆଜକୁ ୭୦ ବର୍ଷ ତଳେ ମେ’ ୨୯, ୧୯୫୩ରେ ସାର ଏଡମଣ୍ଡ୍‌ ହିଲାରି ଏବଂ ତେନଜିଂ ନର୍ଗେ ପ୍ରଥମ ଥର ପାଇଁ ମାଉଣ୍ଟ୍‌ ଏଭେରେଷ୍ଟ୍‌ ଆରୋହଣ କରି ଦୁଃସାହସିକ ପର୍ବତାରୋହଣର ଶୀର୍ଷ ସଫଳତା ପାଇଥିଲେ। ତେନଜିଂ ନର୍ଗେଙ୍କର ୨୦୦୮ ମସିହାରେ ପରଲୋକ ଘଟିଥିଲେ ମଧ୍ୟ ଏହି ଦିନଟିକୁ ଅନ୍ତର୍ଜାତୀୟ ଏଭେରେଷ୍ଟ୍‌ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଅବସରରେ ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍‌ ବିଜେତା ଗଣେଶ ଚନ୍ଦ୍ର ଜେନା ସମସ୍ତ ଏଭେରେଷ୍ଟ୍‌ ବିଜେତା, ଦୁଃସାହସିକ କ୍ରୀଡ଼ାବିତ୍‌ ଓ ଯୁବ ପର୍ବାତରୋହୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣେଶ ମଧ୍ୟ ଚଳିତ ବର୍ଷ ନିଜର ଏଭେରେଷ୍ଟ୍‌ ବିଜୟ (ମେ’୧୮)ର ଦ୍ବାଦଶ ବାର୍ଷିକୀ ଏବଂ ଏଭେରେଷ୍ଟ ମାରାଥନ (ମେ’ ୨୯)ର୍‌ ହେବାର ଦଶମ ବାର୍ଷିକୀ ପାଳନ କରିଛନ୍ତି। ୨୦୧୧ରେ ସେ ଏଭେରେଷ୍ଟ୍‌ ଆରୋହଣ କରିଥିବା ବେଳେ ୨୦୧୩ରେ ଏକମାତ୍ର ଭାରତୀୟ ଭାବେ ଏଭେରେଷ୍ଟ୍‌ ମାରାଥନ୍‌ରେ ଭାଗ ନେଇଥିଲେ। ଅଦ୍ୟାବଧି ଗଣେଶ ଏକମାତ୍ର ଭାରତୀୟ ଭାବେ ଏଭରେଷ୍ଟ୍‌ ମାରାଥନର୍‌ ହେବାର ଗୌରବ ବହନ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ଏଭେରେଷ୍ଟ୍‌ ବାଲକୋନିରେ ପ୍ରାଣ ହରାଇଥିବା କଳ୍ପନା ଦାଶ ଦୁଇ ଥର ଏଭେରେଷ୍ଟ ଅରୋହଣ କରିଛନ୍ତି। କଳ୍ପନା ଓ ଗଣେଶଙ୍କ ବାଦ୍‌ ଓଡ଼ିଶାର ଦେବୀଦତ୍ତ ପଣ୍ଡା, ଯୋଗବ୍ୟାସ ଭୋଇ, ଚେତନା ସାହୁ, ସ୍ବର୍ଣ୍ଣଲତା ଦଳାଇ, ସିଦ୍ଧାର୍ଥ ରାଉତରାୟ, ସ୍ବର୍ଗତ ପ୍ରଦୀପ ସାହୁ ଏହି ବିରଳ ଏଭେରେଷ୍ଟ୍‌ ଆରୋହଣ କ୍ଲବର ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?