ବିଏଫ୍‌ଆଇଏଲ୍‌ ପକ୍ଷରୁ ଗ୍ରାହକ ସଚେତନତା ଅଭିଯାନ

ଭୁବନେଶ୍ୱର,୨୯।୫: ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କର ୧୦୦% ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ ଇନ୍‌କ୍ଲୁଜନ୍‌ ଲିମିଟେଡ୍‌ (ବିଏଫ୍‌ଆଇଏଲ୍‌) ପକ୍ଷରୁ ନିକଟରେ ଏକ ଅଭିନବ ଗ୍ରାହକ ସଚେତନତା ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଉପସ୍ଥିତିରେ ଉକ୍ତ ଗ୍ରାହକ ସଚେତନତା ଅଭିଯାନ ଓଡିଶା ବଜାରରେ ଶୁଭାରମ୍ଭ କରାଯାଇଛି। ଉକ୍ତ ଅଭିଯାନରେ ୫ଟି ଆନିମେଟେଡ୍‌ ଭିଡିଓ ଅନ୍ତର୍ଭୁକ୍ତ ରହିଛି, ଯେଉଁଥିରେ ‘ଭାରତୀ ଦିଦି’ ନାମକ କାଳ୍ପନିକ ଚରିତ୍ର ରହିଛି। ସେହିଭଳି ୨ଟି ସ୍ବାଧୀନ ଭିଡିଓ ରହିଛି, ଯେଉଁଥିରେ ରାମାୟଣର ଅଭିନେତା ଅରୁଣ ଗୋଭିଲ ମଧ୍ୟ ଅଭିନୟ କରିଛନ୍ତି। ଏପରିକି ଭାରତୀ ଦିଦି ଓ ଅରୁଣ ଗୋଭିଲ୍‌ ଗ୍ରାହକମାନଙ୍କୁ ଉକ୍ତ ଅଭିଯାନ ସହ ଆର୍ଥିକ ବିଷୟର ଗୁରୁତ୍ୱ ବିଷୟରେ ବୁଝାଉଛନ୍ତି। ବିଶେଷ କରି ଗ୍ରାହକଙ୍କ ସଞ୍ଚୟ ବଢ଼ାଇବା ଏବଂ ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଡି) ଓ ରିକରିଂ ଡିପୋଜିଟ୍‌ (ଆର୍‌ଡି) ଭଳି ଅନ୍ୟାନ୍ୟ ନିବେଶ ଉପତ୍ାଦ ବିଷୟରେ ପରାମର୍ଶ ଦେଉଥିବା ବେଳେ ସୁରକ୍ଷିତ ଭାବେ ନଗଦ ରାଶି ଉଠାଣ ଏବଂ ବାୟୋ-ସ୍ଥାପିତ ଠକେଇକୁ ଏଡ଼ାଇବା ଉପରେ ଉଭୟ ବିସ୍ତୃତ ଆଲୋକପାତ କରିଛନ୍ତି।
ଏ ସମ୍ପର୍କରେ ବିଏଫ୍‌ଆଇଏଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଜେ.ଶ୍ରୀଧରନ କହିଛନ୍ତି, ଆମେ ଆମ ନିଷ୍ପତ୍ତି ଗ୍ରହଣରେ ପ୍ରଥମେ ଆମ ଗ୍ରାହକମାନଙ୍କ କଲ୍ୟାଣକୁ ସର୍ବଦା ରଖିଥାଉ। ଏପରିକି ଶିଳ୍ପରେ ଦୁଇ ଦଶନ୍ଧିର ଅଭିଜ୍ଞତା ଓ ମୁଖ୍ୟତଃ ମହିଳା ଲଘୁ ଉଦ୍ୟୋଗୀଙ୍କ ଭଳି ଉପେକ୍ଷିତ ଗ୍ରାହକଙ୍କ ସହ ପ୍ରତି ସପ୍ତାହରେ କ୍ଷେତ୍ରାଞ୍ଚଳର ଗ୍ରାହକଙ୍କ ଯୋଡ଼ି ହୋଇରହିବା ଦ୍ୱାରା ଆମେ ସେମାନଙ୍କ କଷ୍ଟକୁ ଭଲ ଭାବେ ବୁଝିପାରିଛୁ। ଫଳରେ ଉପତ୍ାଦର ଦାୟିତ୍ୱବାନ ବ୍ୟବହାର ସହିତ ଠକେଇଠାରୁ ନିଜକୁ ଦୂରେଇ ରଖି ପରିଶେଷରେ ଆର୍ଥିକ ସ୍ବାଧୀନତା ହାସଲ କରିବା ପାଇଁ ଜ୍ଞାନ ଭିତ୍ତିକ ବାର୍ତ୍ତା ସହ ଉକ୍ତ ଅଭିଯାନ ଜରିଆରେ ଆବଶ୍ୟକ କାର୍ଯ୍ୟ ପୂରଣ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?