Posted inଜାତୀୟ

୧୦ ମିନିଟ୍‌ ଧରି କୁନି ଝିଅକୁ ପାଖରେ ଧରି କଥା ହେଲେ ପ୍ରଧାନମନ୍ତ୍ରୀ : ଜାଣନ୍ତୁ ସେ କିଏ

ପୁଣେ,୧୨।୮: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଅନେକ ଲୋକେ ଇଚ୍ଛା କରନ୍ତି। ବୃଦ୍ଧଠାରୁ ଆରମ୍ଭ କରି ଶିଶୁ ମଧ୍ୟ ଏଥିରେ ସାମିଲ ଅଛନ୍ତି। କିନ୍ତୁ ସମସ୍ତେ ମୋଦିଙ୍କୁ ଭେଟିବାର ସୁଯୋଗ ପାଇପାରନ୍ତି ନାହିଁ। ମହାରାଷ୍ଟ୍ରର ବରିଷ୍ଠ ନେତା ରାଧାକୃଷ୍ଣ ଭିଖେ ପାଟିଲଙ୍କ ୧୦ ବର୍ଷର ନାତୁଣୀ ଅନିଶା ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ। ବିଶେଷ କଥା ହେଉଛି ଝିଅଟି ଇ-ମେଲ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବିଷୟରେ କଥା ହୋଇଥିଲେ। ଏହାର ଜବାବରେ ପ୍ରଧାନମନ୍ତ୍ରୀ ମଧ୍ୟ ଲେଖିଥିଲେ, ଦୌଡ କେ ଚାଲି ଆଓ ବେଟା। ଉଭୟଙ୍କ ସାକ୍ଷାତ ପ୍ରାୟ ୧୦ ମିନିଟ ଧରି ଚାଲିଥିଲା।
ଅହମ୍ମଦନଗରର ଏମ୍‌ପି ଡଃ ସୁଜୟ ଭିକେ ପାଟିଲଙ୍କ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ବହୁତ ଆଗ୍ରହୀ ଥିଲେ। ସେ ତାଙ୍କ ବାପାଙ୍କୁ ସବୁବେଳେ ସାଙ୍ଗରେ ନେବାକୁ କହୁଥିଲେ। ତେବେ ପାଟିଲ ଝିଅକୁ କହିଥିଲେ ଯେ ସେ ଯାହା ମାଗୁଛନ୍ତି ତାହା ଏକ କଷ୍ଟକର କାର୍ଯ୍ୟ। ଯେହେତୁ ପ୍ରଧାନମନ୍ତ୍ରୀ ବ୍ୟସ୍ତ ଅଛନ୍ତି ଏବଂ ତାଙ୍କୁ ଭେଟିବା ପାଇଁ ଆଗରୁ ଅନୁମତି ନେବାକୁ ମଧ୍ୟ ପଡେ। ଅନିଶାଙ୍କ କୌଣସି ଉପାୟ ନ ପାଇ ଦିନେ ବାପାଙ୍କ ଲାପଟପ ଉଠାଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମେଲ ପଠାଇଲେ। ସେ ମେଲରେ ଲେଖିଥିଲେ, ନମସ୍କାର ସାର୍‌, ମୁଁ ଅନିଶା ଏବଂ ମୁଁ ତୁମକୁ ଭେଟିବାକୁ ଚାହେଁ।’ ଏହାର ଜବାବରେ ପ୍ରଧାନମନ୍ତ୍ରୀ ମଧ୍ୟ ଲେଖିଥିଲେ, ଦୌଡ କେ ଚାଲି ଆଓ ବେଟା। ସୁଜୟ ପାଟିଲ ସଂସଦରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପଚାରିଥିଲେ ଅନିଶା କେଉଁଠାରେ?
ଅନିଶା ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ପ୍ରଶ୍ନର ବାକ୍ସ ଖୋଲିଥିଲେ। ସେ ପଚାରିଲେ, ଏହା ତୁମର କାର୍ଯ୍ୟାଳୟ କି? ତୁମର ଅଫିସ କେତେ ବଡ? ଆପଣ ଦିନସାରା ଏଠାରେ ବସିରୁହନ୍ତି କି? ଏହି ସମୟରେ ପ୍ରଧାନମନ୍ତ୍ରୀ ଝିଅର ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଏକ ଛୋଟ ସାକ୍ଷାତରେ ମୋଦି ଏବଂ ଅନିଶାଙ୍କ ମଧ୍ୟରେ କ୍ରୀଡା, ଅଧ୍ୟୟନ ଏବଂ ପ୍ରିୟ ଜିନିଷ ବିଷୟରେ ଆଲୋଚନା ହୋଇଥିଲା। ଝିଅଟି ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲା, ଯଦି ତୁମେ ଗୁଜରାଟର, ତେବେ ତୁମେ କେବେ ଭାରତର ରାଷ୍ଟ୍ରପତି ହେବ।ଏହି ପ୍ରଶ୍ନ ଶୁଣି ମୋଦି ଏବଂ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri