୧୦ ପଞ୍ଚାୟତର ଦୁଃଖ ବଉଦପାଟ, ବନ୍ୟା ହେଲେ ଜଳ ନିଷ୍କାସନରେ ବାଧକ ସାଜିଛି ୫୩ ନମ୍ବର ଜାତୀୟ ରାଜପଥ ବାଧକ

ମହାକାଳପଡ଼ା,୩୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ୧୦ପଞ୍ଚାୟତ ଚାଷକ୍ଷେତରେ ବର୍ଷା ଓ ବନ୍ୟା ଜଳ ନିଷ୍କାସନରେ ୫୩ ନଂ. ଜାତୀୟ ରାଜପଥ ବାଧକ ସାଜିଛି। ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳ ୧୦ ପଞ୍ଚାୟତ ଯଦୁପୁର, ଜୟଚନ୍ଦ୍ରପୁର, ତିଖିରି, ପାଟଳିପଙ୍କ, ଅମେଇପାଳ, ଖୁରୁସିଆ, ଟିକରପଙ୍ଗା,
ତେରଗାଁ, ଗଡ଼ରୋମିତ ଓ ବଡକୂଳ ସମେତ ମାର୍ଶାଘାଇ ବ୍ଲକର କେତେକ ପଞ୍ଚାୟତର ଶହ ଶହ ହେକ୍ଟର ଜମିରେ ବର୍ଷା ଓ ବନ୍ୟା ହେଲେ ବିଶାଳ ବଉଦପାଟର ଜଳ ନିଷ୍କାସନ ହେବାରେ ୫୩ ନମ୍ବର ଜାତୀୟ ରାଜପଥ ବାଧକ ସାଜିଛି। ୧୯୬୨-୬୩ରେ ପାରାଦୀପ ବନ୍ଦର ନିର୍ମାଣ ପାଇଁ ଦୈତାରୀ-ପାରାଦୀପକୁ ଖଣିଜ ପଦାର୍ଥ ପରିବହନ ପାଇଁ ସୁଦୀର୍ଘ ଲମ୍ବା ରାସ୍ତା ନିର୍ମାଣ କାର୍ଯ୍ୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତ୍ୱରାନ୍ବିତ କରିଥିଲେ। ଏହା ପରେ ବଉଦପାଟକୁ ଦୁଇଭାଗ କରି ଜାତୀୟ ରାଜପଥ ନିର୍ମାଣ ହୋଇଥିଲା। ଏହା ପରେ ସାଧାରଣ ଭାବେ ବର୍ଷା ଓ ବନ୍ୟା ଜଳ ନିଷ୍କାସନ ପଥ ନୀଳାଚଳ ଛକଠାରେ ଏକ ସ୍ଲୁଇସ୍‌ ଗେଟ ଦେଇ ମହାନଦୀକୁ ଯାଇଥାଏ। ହେଲେ ବିଶାଳ ବଉଦପାଟ ଶହ ଶହ ହେକ୍ଟର ଚାଷ କ୍ଷେତର ଜଳ ନିଷ୍କାସନ ବ୍ୟବସ୍ଥା ଏହି ଗୋଟିଏ ପଥଦ୍ୱାର ରହିଛି। ଫଳରେ ବର୍ଷା ଦିନରେ ଜଳ ନିଷ୍କାସନ ସମସ୍ୟା ଦେଖାଦିଏ।
ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି ଜଳ ସମସ୍ୟା ଉପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ମଧ୍ୟ ଯେସାକୁ ତେସା ଭଳି ମନେ ହୁଏ। ସରକାର ଆସେ ପୁଣି ବଦଳେ, ହେଲେ ବିଶାଳ ବଉଦପାଟ ଜଳ ନିଷ୍କାସନ ବ୍ୟବସ୍ଥା ଫାଇଲ ଭିତରେ ବାନ୍ଧି ହୋଇଯାଇଛି। ଏହି ଅଞ୍ଚଳର ଚାଷୀମାନଙ୍କୁ ଭୁଆଁ ବୁଲାଇବା ପାଇଁ ପ୍ରଶାସନ ପକ୍ଷରୁ ସେତେଟା ଆଖି ଦୃଶିଆ କାର୍ଯ୍ୟ ହାତକୁ ନେଇ ନାହାନ୍ତି ବୋଲି ଅଞ୍ଚଳର ସାମାଜିକ କର୍ମୀ, ବୁଦ୍ଧିଜୀବୀ, ମହିଳା ସଂଗଠନ, ଶିକ୍ଷାବିତ୍‌ ଓ ବିଭିନ୍ନ ରାଜନତିକ ଜନ ପ୍ରତିନିଧିମାନେ କହିଛନ୍ତି। ଅପରପକ୍ଷରେ ଏହି ବଉଦପାଟରୁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଜିଲା ପ୍ରଶାସନ, ଜଳସେଚନ ବିଭାଗର (ଜଳ ନିକାସ) ତତ୍ପରତା ପ୍ରକାଶ ପାଇଛି। ହେଲେ କେବେ ଦୂରହେବ ଏହି ଅଞ୍ଚଳର ଶହ ଶହ ଚାଷୀଙ୍କ ଦୁଃଖ। ଦିନକ ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଏହି ବଉଦପାଟ ପରିଦର୍ଶନ କରାଯାଇ ଲୋକଙ୍କ ସହିତ ବିଚାର ବିମର୍ଶ ସରିଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳ ନିକାଶ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖରଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବନ୍ୟା, ବର୍ଷାଜଳ ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ଋଷିକୂଲ୍ୟା ନଦୀବନ୍ଧ, ବରଙ୍ଗବଡ଼ମାଧପୁର ମୁଖ୍ୟ ରାସ୍ତାରେ ସୁଅ ଛୁଟିଛି ପାଣି

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ସାଙ୍ଗକୁ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଗୋବା ନିକଟରେ ନଦୀବନ୍ଧ ଭାଙ୍ଗିଯାଇଛି। ଫଳରେ ନଦୀଜଳ ଆଖପାଖ ଅଞ୍ଚଳକୁ ପ୍ରବେଶ କରିବା…

ଗଞ୍ଜାମରେ ପ୍ରଶାସନ ସଜାଗ: ସ୍ଥିତି ସମୀକ୍ଷା ସମୀକ୍ଷା କଲେ ବ୍ରହ୍ମପୁର ଆର୍‌ଡିସି ବିଜୟ ଅମୃତା କୁଲାଙ୍ଗେ

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଋଷିକୁଲ୍ୟା ନଦୀର ଜଳସ୍ତର ଓ ଜଳପ୍ରବାହ ବୃଦ୍ଧି…

ବାତ୍ୟା ପ୍ରଭାବ, ଉଜୁଡ଼ିଲା ଧାନ ଫସଲ: ଚାଷୀଙ୍କ ଚିନ୍ତା ବଢିଲା

ବରଗଡ଼,୨୯୧୦(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ସ୍ବଳ୍ପ ବୃଷ୍ଟିପାତ…

ରାଇକିଆରେ ଅର୍ଣ୍ଣବ ପ୍ରଭାବ: ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌। ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ଏବଂ ଗତ ୨୪…

ସିମନବାଡ଼ି ପଞ୍ଚାୟତର ୩ ଗାଁ ଜଳବନ୍ଦୀ, ବ୍ରିଜ୍‌ ଉପରେ ୫ ଫୁଟ ଉଚ୍ଚର ପାଣି, ରୋଗୀଙ୍କୁ ପିଠିରେ ବୋହି…

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକ ସିମନବାଡ଼ି ପଞ୍ଚାୟତର ୩ ଗାଁ ଏବେ ଜଳବନ୍ଦୀରେ ଦିନ…

ମାତ୍ର ୧୭ ରନ୍‌ରେ ୮ ଉଇକେଟ ନେଇ ଇତିହାସ ରଚିଲେ ଏହି କ୍ରିକେଟର୍‌: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ନୂଆଦିଲ୍ଲୀ,୨୯।୧୦: ରଣଜୀ ଟ୍ରଫିରେ ସୌରାଷ୍ଟ୍ରର ବାମହାତୀ ସ୍ପିନର ପାର୍ଥ ଭୁଟ ନିଜର ଘାତକ ବୋଲିଂରେ ଆସାମର ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରିଦେଇଛନ୍ତି। ମାତ୍ର ୧୭ ରନ ଦେଇ…

ସରକାରଙ୍କ କଡ଼ା ନିୟମ, ପ୍ରଦର୍ଶନରେ ସାମିଲ ହେଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ,୨୯।୧୦: ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ, କେବଳ ରାଜନୈତିକ ବିଚାରଧାରା ଆଧାରରେ…

ଛେଚୁଛି ବର୍ଷା: ପାଣିରେ ବୁଡ଼ିଲା ଚାଷଜମି, ଚିନ୍ତାରେ ଚାଷୀ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ଏବଂ ଆଖପାଖ ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରିରହିଛି l ଏହି ବର୍ଷା ଯୋଗୁୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?