୧୦ ପଞ୍ଚାୟତର ଦୁଃଖ ବଉଦପାଟ, ବନ୍ୟା ହେଲେ ଜଳ ନିଷ୍କାସନରେ ବାଧକ ସାଜିଛି ୫୩ ନମ୍ବର ଜାତୀୟ ରାଜପଥ ବାଧକ

ମହାକାଳପଡ଼ା,୩୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ୧୦ପଞ୍ଚାୟତ ଚାଷକ୍ଷେତରେ ବର୍ଷା ଓ ବନ୍ୟା ଜଳ ନିଷ୍କାସନରେ ୫୩ ନଂ. ଜାତୀୟ ରାଜପଥ ବାଧକ ସାଜିଛି। ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳ ୧୦ ପଞ୍ଚାୟତ ଯଦୁପୁର, ଜୟଚନ୍ଦ୍ରପୁର, ତିଖିରି, ପାଟଳିପଙ୍କ, ଅମେଇପାଳ, ଖୁରୁସିଆ, ଟିକରପଙ୍ଗା,
ତେରଗାଁ, ଗଡ଼ରୋମିତ ଓ ବଡକୂଳ ସମେତ ମାର୍ଶାଘାଇ ବ୍ଲକର କେତେକ ପଞ୍ଚାୟତର ଶହ ଶହ ହେକ୍ଟର ଜମିରେ ବର୍ଷା ଓ ବନ୍ୟା ହେଲେ ବିଶାଳ ବଉଦପାଟର ଜଳ ନିଷ୍କାସନ ହେବାରେ ୫୩ ନମ୍ବର ଜାତୀୟ ରାଜପଥ ବାଧକ ସାଜିଛି। ୧୯୬୨-୬୩ରେ ପାରାଦୀପ ବନ୍ଦର ନିର୍ମାଣ ପାଇଁ ଦୈତାରୀ-ପାରାଦୀପକୁ ଖଣିଜ ପଦାର୍ଥ ପରିବହନ ପାଇଁ ସୁଦୀର୍ଘ ଲମ୍ବା ରାସ୍ତା ନିର୍ମାଣ କାର୍ଯ୍ୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତ୍ୱରାନ୍ବିତ କରିଥିଲେ। ଏହା ପରେ ବଉଦପାଟକୁ ଦୁଇଭାଗ କରି ଜାତୀୟ ରାଜପଥ ନିର୍ମାଣ ହୋଇଥିଲା। ଏହା ପରେ ସାଧାରଣ ଭାବେ ବର୍ଷା ଓ ବନ୍ୟା ଜଳ ନିଷ୍କାସନ ପଥ ନୀଳାଚଳ ଛକଠାରେ ଏକ ସ୍ଲୁଇସ୍‌ ଗେଟ ଦେଇ ମହାନଦୀକୁ ଯାଇଥାଏ। ହେଲେ ବିଶାଳ ବଉଦପାଟ ଶହ ଶହ ହେକ୍ଟର ଚାଷ କ୍ଷେତର ଜଳ ନିଷ୍କାସନ ବ୍ୟବସ୍ଥା ଏହି ଗୋଟିଏ ପଥଦ୍ୱାର ରହିଛି। ଫଳରେ ବର୍ଷା ଦିନରେ ଜଳ ନିଷ୍କାସନ ସମସ୍ୟା ଦେଖାଦିଏ।
ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି ଜଳ ସମସ୍ୟା ଉପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ମଧ୍ୟ ଯେସାକୁ ତେସା ଭଳି ମନେ ହୁଏ। ସରକାର ଆସେ ପୁଣି ବଦଳେ, ହେଲେ ବିଶାଳ ବଉଦପାଟ ଜଳ ନିଷ୍କାସନ ବ୍ୟବସ୍ଥା ଫାଇଲ ଭିତରେ ବାନ୍ଧି ହୋଇଯାଇଛି। ଏହି ଅଞ୍ଚଳର ଚାଷୀମାନଙ୍କୁ ଭୁଆଁ ବୁଲାଇବା ପାଇଁ ପ୍ରଶାସନ ପକ୍ଷରୁ ସେତେଟା ଆଖି ଦୃଶିଆ କାର୍ଯ୍ୟ ହାତକୁ ନେଇ ନାହାନ୍ତି ବୋଲି ଅଞ୍ଚଳର ସାମାଜିକ କର୍ମୀ, ବୁଦ୍ଧିଜୀବୀ, ମହିଳା ସଂଗଠନ, ଶିକ୍ଷାବିତ୍‌ ଓ ବିଭିନ୍ନ ରାଜନତିକ ଜନ ପ୍ରତିନିଧିମାନେ କହିଛନ୍ତି। ଅପରପକ୍ଷରେ ଏହି ବଉଦପାଟରୁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଜିଲା ପ୍ରଶାସନ, ଜଳସେଚନ ବିଭାଗର (ଜଳ ନିକାସ) ତତ୍ପରତା ପ୍ରକାଶ ପାଇଛି। ହେଲେ କେବେ ଦୂରହେବ ଏହି ଅଞ୍ଚଳର ଶହ ଶହ ଚାଷୀଙ୍କ ଦୁଃଖ। ଦିନକ ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଏହି ବଉଦପାଟ ପରିଦର୍ଶନ କରାଯାଇ ଲୋକଙ୍କ ସହିତ ବିଚାର ବିମର୍ଶ ସରିଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳ ନିକାଶ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖରଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବନ୍ୟା, ବର୍ଷାଜଳ ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?