Posted inଜାତୀୟ

ମୃତକଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦିଅ

ଅହମଦାବାଦ,୨୩ା୨: ଗତବର୍ଷ ଅକ୍ଟୋବର ୩୦ରେ ଗୁଜରାଟର ମୋର୍‌ବି ସହରରେ ଏକ ଝୁଲାପୋଲ ଭୁଶୁଡ଼ିପଡ଼ିବାରୁ ୧୩୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫୬ ଆହତ ହୋଇଥିଲେ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରିବାକୁ ବୁଧବାର ଗୁଜରାଟ ହାଇକୋର୍ଟ ଓରେଭା ଗ୍ରୁପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆହତମାନଙ୍କୁ ମଧ୍ୟ ୪ ସପ୍ତାହ ମଧ୍ୟରେ ୨ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ରହିଛି।

ନଦୀର ଶତାବ୍ଦୀ ପୁରୁଣା ମୋର୍‌ବି ସସ୍‌ପେନ୍ସନ୍‌ ବ୍ରିଜ୍‌କୁ ଗତ ଅକ୍ଟୋବର ୩୦ରେ ହଠାତ୍‌ ଅତି ତରବରିଆ ଭାବେ ଖୋଲି ଦିଆଯାଇଥିଲା। ସେହିଦିନ ଗୁଜରାଟୀ ନବବର୍ଷ ଓ ରବିବାର ଥିବାରୁ ବ୍ରିଜ୍‌ରେ ପ୍ରବଳ ଜନଗହଳି ହୋଇଥିଲା। ଟିକେଟ ପିଛା ୧୨ରୁ ୧୭ ଟଙ୍କାରେ ବିକ୍ରି କରାଯାଇଥିଲା, ଯାହାକି ପିଲାଙ୍କ ପାଇଁ ୧୦ ଓ ବୟସ୍କଙ୍କ ଲାଗି ୧୫ ଟଙ୍କା ରଖିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ୧୫୦ ଧାରଣ କ୍ଷମତା ବିଶିଷ୍ଟ ଝୁଲାପୋଲ ଉପରକୁ ୬୫୦ରୁ ଅଧିକ ଲୋକ ଯିବା ପରେ ପୁରୁଣା ମେଟାଲ କେବୁଲ ଛିଣ୍ଡି ପଡ଼ିଥିଲା। କଳଙ୍କି ଲାଗିଯାଇଥିବା କେବୁଲଗୁଡ଼ିକୁ ଗତ ୭ ମାସର ମରାମତି ସମୟରେ ବଦଳାଯାଇ ନ ଥିବା ଯାଞ୍ଚରୁ ଜଣାପଡ଼ିଥିଲା। ସବୁଠୁ ବଡ଼ କଥା ହେଉଛି ଏହାର ମରାମତି, ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଜୟସୁଖ ପଟେଲଙ୍କ ଓରେଭା କମ୍ପାନୀକୁ ଦିଆଯାଇଥିଲା। ଓରେଭା ଗ୍ରୁପ୍‌ ହେଉଛି ଅଜନ୍ତା କାନ୍ଥଘଣ୍ଟା, ସିଏଫ୍‌ଲ୍‌ ବଲ୍‌ବ ଏବଂ ଇ-ବାଇକ୍‌ ନିର୍ମାଣକାରୀ କମ୍ପାନୀ, ଯାହାର ବ୍ରିଜ୍‌ ନିର୍ମାଣ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ।

ଏହି କମ୍ପାନୀ ଉକ୍ତ ବ୍ରିଜ୍‌କୁ ଖୋଲିବା ପୂର୍ବରୁ ମୋର୍‌ବି ପୌରପାଳିକାଠାରୁ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ମଧ୍ୟ ନେଇ ନ ଥିଲା। ରକ୍ଷଣାବେକ୍ଷଣ ପାଇଁ ଅନୂ୍ୟନ ୮ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯିବା କଥା। କିନ୍ତୁ ଅତି ତରବରିଆ ଭାବେ ଖୋଲାଯିବା କମ୍ପାନୀ ଏମ୍‌ଡି ଜୟସୁଖ ପଟେଲଙ୍କ ଗମ୍ଭୀର ଦାୟିତ୍ୱହୀନତା ବୋଲି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଦର୍ଶାଇଥିଲା।
ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସୋନିଆ ଗୋକାନିଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ସନ୍ଦୀପ ଭଟ୍ଟ ସାମିଲ ଥିବା ଡିଭିଜନ୍‌ ବେଞ୍ଚ ଉକ୍ତ କମ୍ପାନୀକୁ ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ୧୩୫ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ୫୬ ଆହତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହା ପୂର୍ବରୁ ମଙ୍ଗଳବାର ଓରେଭା ଗ୍ରୁପ୍‌ ଅନ୍ତରୀଣ କ୍ଷତିପୂରଣ ବାବଦରେ ମୋଟ ୫ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ବୋଲି ହାଇକୋର୍ଟଙ୍କୁ ଅବଗତ କରାଇଥିଲା। ତେବେ ହାଇକୋର୍ଟ ଏହାକୁ ପର୍ଯ୍ୟାପ୍ତ ନୁହେଁ କହି କମ୍ପାନୀର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ, ‘ସରକାରଙ୍କୁ ଜଣାଅଛି ଯେ…’

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri