ଯାଜପୁର,୧୨ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦଶରଥପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ସମିତିଗୁଡ଼ିକ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଛି। ସମୁଦାୟ ଋଣ ପ୍ରଦାନର ପ୍ରାୟ ୧୦% ବ୍ୟାଙ୍କ ଓ ସମିତିର ଉନ୍ନୟନ ନାମରେ ଚାନ୍ଦା ଅସୁଲି କରାଯାଉଥିବା ଅଭିଯୋଗ ହୋଇଛି।
କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହିତ ବାର୍ଷିକ ବହୁ କୋଟି ଟଙ୍କା ସହାୟତା ପ୍ରଦାନ କରୁଛନ୍ତି। କିନ୍ତୁ କେତେକ ସ୍ଥାନରେ ବ୍ୟାଙ୍କ କର୍ମଚାରୀ ଓ ନିର୍ବାଚିତ ସମବାୟ ସମିତି କର୍ମକର୍ତ୍ତାଙ୍କ ମଧୁଚନ୍ଦ୍ରିକା ଯୋଗୁ ବିଭିନ୍ନ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ଅପହଞ୍ଚ ହୋଇଛି। କୃଷକମାନଙ୍କ ନିମନ୍ତେ ବିନା ସୁଧରେ ସମବାୟ ସମିତିରୁ ଋଣ ପ୍ରଦାନ, କାଳିଆ ଓ ବଳିଆ ଯୋଜନାରେ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ, କୃଷକମାନଙ୍କୁ ସବ୍ସିଡିରେ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଇଦେବା ଇତ୍ୟାଦି ବ୍ୟବସ୍ଥା ରହିଛି। ଏହାସହ ଫସଲ ବୀମା ଯୋଜନା ମାଧ୍ୟମରେ ବନ୍ୟା ଓ ବାତ୍ୟା ପ୍ରକୋପରୁ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ସମବାୟ ସମିତିରେ ଅସହଯୋଗ ଓ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ବହୁ ଯୋଗ୍ୟ କୃଷକ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏହାର ଉଦାହରଣ ଦଶରଥପୁର ବ୍ଲକ ଅନ୍ତର୍ଗତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ୧୩ଟି ପ୍ରାଥମିକ କୃଷି ସମବାୟ ସମିତିରେ ଦେଖିବାକୁ ମିଳୁଛି। ଏହି ସମିତିଗୁଡ଼ିକରେ ପ୍ରାୟ ୩୦ ହଜାର ଚାଷୀ ସଭ୍ୟ ଭାବେ ରହିଛନ୍ତି। ଏହି ସଭ୍ୟମାନଙ୍କୁୁ ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଚାଷ ପାଇଁ ୮୦ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ୧୩,୨୪୫ ଚାଷୀଙ୍କୁ ୮୨ କୋଟି ୭୨ ଲକ୍ଷ ୪୫ ହଜାର ଟଙ୍କା ଋଣ ଦିଆଯାଇଛି। ଏହାବ୍ୟତୀତ ଖରିଫ ଋତୁରେ ୭୭ ଜଣ ନୂତନ ଚାଷୀଙ୍କୁ ୨୩ ଲକ୍ଷ ୭୯ ହଜାର ଟଙ୍କା ଋଣ ଦିଆଯାଇଛି। ସେହିପରି ଚଳିତ ରବି ଋତୁରେ ୬୭ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧,୪୩୪ ଚାଷୀଙ୍କୁ ୭ କୋଟି ୧୧ ଲକ୍ଷ ୨ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି। ମାତ୍ର ଅଭିଯୋଗ ଅନୁଯାୟୀ ବ୍ୟାଙ୍କ ଅଧୀନ ସମିତିଗୁଡ଼ିକରେ ଋଣ ପ୍ରଦାନ ନିମନ୍ତେ ପ୍ରତ୍ୟେକ ଚାଷୀଙ୍କଠାରୁ ୧୦ ପ୍ରତିଶତ ଲେଖାଏ ଟଙ୍କା ବ୍ୟାଙ୍କ ଓ ସମିତି ଖର୍ଚ୍ଚ ଆଳରେ କାଟି ନିଆଯାଉଛି। ଅର୍ଥାତ୍ ୨୦ ହଜାର ଟଙ୍କାର ଋଣ ନିମନ୍ତେ ୨ ହଜାର ଟଙ୍କା ଚାଷୀଙ୍କ ଠାରୁ ଅସୁଲି ହେଉଛି। ସମସ୍ତ ୧୩ଟି ସମିତିରେ ଚାଷୀଙ୍କୁ ଋଣ ବହି ଓ ଚେକ୍ ବହି ପ୍ରଦାନ କରା ନ ଯାଇ ସମିତି କର୍ମଚାରୀମାନେ ନିଜ ପାଖରେ ରଖୁଥିବାରୁ ପ୍ରକୃତ ଋଣ ପରିମାଣ ଚାଷୀ ଜାଣିପାରୁନାହାନ୍ତି। ଏଥିରୁ ପ୍ରାୟ ୯୦ କୋଟିରୁ ଅଧିକ ଟଙ୍କା ଋଣ ଦିଆଯାଇଥିବା ବେଳେ ୧୦ ପ୍ରତିଶତ ହିସାବରେ ୯ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଏହାବାଦ ବିଭିନ୍ନ ସମିତିରେ କର୍ମଚାରୀଙ୍କ ସଲାସୁତୁରାରେ ଜାଲ୍ ଜମିପଟ୍ଟା ଓ ଦସ୍ତାବିଜ ମାଧ୍ୟମରେ ବିପୁଳ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି, ଯାହାର ମୋଟ ପରିମାଣ ୧୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ଦଶରଥପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ମ୍ୟାନେଜର ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ୧୦ ପ୍ରତିଶତ ଟଙ୍କା ଆଦାୟ ଅଭିଯୋଗର ତଦନ୍ତ କରାଯିବ। ଏହା ସହିତ ଋଣ ପ୍ରଦାନରେ ସ୍ବଚ୍ଛତା ଅବଲମ୍ବନ ନିମନ୍ତେ ଚାଷୀଙ୍କୁ ସିଧାସଳଖ ବ୍ୟାଙ୍କରୁ ଟଙ୍କା ନେବାକୁ ସଚେତନ କରାଯିବ। ନୂତନ ଭାବେ ଋଣ ନେଉଥିବା ଚାଷୀଙ୍କ ଜମି କାଗଜପତ୍ର ସବ୍ରେଜିଷ୍ଟ୍ରାର ଅଫିସରୁ ଯାଞ୍ଚ କରାଯିବା ବ୍ୟବସ୍ଥା କରାଯାଉଛି, ତେଣୁ ସେଥିରେ କୌଣସି ଅନିୟମିତତା ହେଉନାହିଁ ବୋଲି ସେ କହିଛନ୍ତି।
ସୂଚନାଥାଉ କି ଏହି ବ୍ୟାଙ୍କ ଅଧୀନରେ ଅକରପଡ଼ା, ତଳିହା, କଟିକଟା, କୁଆଁରପୁର, ନନ୍ଦିପୁର, ଦଶରଥପୁର, ଛତ୍ରପଡ଼ା, ଚଷାଖଣ୍ଡ, ଅହିୟାସ, ପାଲଟପୁର, ମଙ୍ଗଳପୁର, ନିଜାମପୁର ଓ କମାରଡ଼ିହି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟ କରୁଛି। ମାତ୍ର ଏହି ସବୁ ସମବାୟ ସମିତିରେ ହୋଇଥିବା ଋଣ ଜାଲିଆତିର ସିବିଆଇ ତଦନ୍ତ କରାଗଲେ ବାସ୍ତବ କଥା ପଦାକୁ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି।
ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା
ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…
ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?
ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…
ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…
ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…
ଗିଲ୍ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ
ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍ରେ ବଡ଼ ବିଜୟ ହାସଲ…
ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…
କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…
ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….
ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…
ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…
ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!
ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

