ପ୍ରଜାକୋର୍ଟରେ ୧ ଲକ୍ଷ ଜରିମାନା

ସଜନାଗଡ଼,୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ତେଲିପାଳ ପଞ୍ଚାୟତ ପୁଟିବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରିଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରାଯିବା ସହ ପ୍ରଜାକୋର୍ଟରେ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଘାସିରାମ ସିଂ (୬୫) ନାମକ ଜଣେ ବୃଦ୍ଧ ଲୋକଙ୍କୁ ଗୁଣି କରୁଥିବା ଗ୍ରାମର କିଛି ଲୋକେ ସନ୍ଦେହ କରି ଆସୁଥିଲେ। ଶନିବାର ଏହା ଉର୍ଗରୂପ ନେଇଥିଲା। ହୁଡିସାହି ଏବଂ ପୁଟୀବନ୍ଧ ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଜାକୋର୍ଟ କରିଥିଲେ। କୋର୍ଟରେ ଘାସିରାମଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରାଯାଇଥିଲା। ଏପରିକି କୋର୍ଟରେ ଘାସିରାମଙ୍କୁ ୧ଲକ୍ଷେ ଟଙ୍କା ଜରିମାନା କରାଯାଇଥିଲା। ଏନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ଓଆଇସି ହେମନ୍ତ ମାଝି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଗ୍ରାମବାସୀ ଓ ଆକ୍ରମଣରେ ସମ୍ମୁଖୀନ ହୋଇଥିବା ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଉଭୟ ପକ୍ଷଙ୍କୁ ବରହମପୁର ଥାନାକୁ ଡକାଯାଇଥିଲା। ଆକ୍ରମଣରେ ଶିକାର ହୋଇଥିବା ପରିବାର ଲୋକେ ଥାନାରେ ଏକ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବୌଦ୍ଧରେ ୪୪.୫ ଡିଗ୍ରୀ

ଭୁବନେଶ୍ୱର,୩ା୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ପାରଦ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଛି। ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ...

ରାଷ୍ଟ୍ରୀୟ ଦଳିତ ପଛୁଆବର୍ଗ ମହାସଂଘର ପୁଣି ଧାରଣା

ବାରଙ୍ଗ, ୨।୧୦(ଡି.ଏନ୍‌.ଏ.): ଜମି ଜାଲିଆତି ନେଇ ନ୍ୟାଯ୍ୟ ଦାବି ନ ମିଳିବା ଓ ପ୍ରଶାସନ ପ୍ରତିଶ୍ରୁତି ଦେଇ ପୂରଣ କରୁ ନ ଥିବା ପ୍ରତିବାଦରେ ରାଷ୍ଟ୍ରୀୟ...

ଦୁର୍ବଳ ହେଉଛି ନଦୀବନ୍ଧ

ରଗଡି,୭ା୫(ଡି.ଏନ.ଏନ.): ରାଜସ୍ବ ସମ୍ପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ରାଜସ୍ବ ବିଭାଗକୁ କଡ଼ା ଚେତାବନୀ ଦେଇଛନ୍ତି। ଏହାର ବ୍ୟତିକ୍ରମ କରୁଥିବା ବାଲି...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୮୮ କରୋନା ଆକ୍ରାନ୍ତ : ରାୟଗଡାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୯।୮(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡା ଜିଲାରୁ ସର୍ବାଧିକ ୪୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୧୦, ଗଞ୍ଜାମରୁ...

ଏସ୍‌ପିଙ୍କ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ ଅଫିସ,୨୨।୫: କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ଅଶୋକ ପୁନେ। ତାଙ୍କ ଘର ଛତିଶଗଡ଼...

ଅସୁରକ୍ଷିତ ବନ୍ୟପ୍ରାଣୀ: ସାତକୋଶିଆ ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶିକାର; ୩ଜଣ ଶିକାରୀ ସହ ମାଂସ ଜବତ

ଠାକୁରମୁଣ୍ଡା, ୨୪।୪(ଡି.ଏନ୍‌.ଏ.): ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ବାଲିଘାଟ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନଂ ୧୨ ତଳବନ୍ଧ ନାଳ ନିକଟରେ ଗୁରବାର ରାତିରେ...

ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ୧୫।୯(ବ୍ୟୁରୋ) ହାଇସ୍କୁଲ ସପ୍ଲିମେଣ୍ଟାରି ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି।ଏହା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ୧୫୩ଟି...

ଚିନ୍ତା ବଢ଼ାଇଲାଣି ଚୋରା ମଦ

ଖମାର,୨୪।୪(ଡି.ଏନ.ଏ.):  ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଚୋରା ଦେଶୀ ବିଦେଶୀ ମଦ କାରବାର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। କେତେଜଣ ଅସାଧୁ ବ୍ୟବସାୟୀ ଗ୍ରାମାଞ୍ଚଳକୁ ଏହା ଯୋଗାଣ କରୁଥିବାରୁ...

Advertisement
Archives

Model This Week