କୁଶଳୀ ହେବେ ଲକ୍ଷେ କୋଭିଡ୍‌ ଯୋଦ୍ଧା

ନୂଆଦିଲ୍ଲୀ, ୧୯।୬(ପି.ଟି.): ଦେଶର ଲକ୍ଷେରୁ ଊର୍ଦ୍ଧ୍ୱ କୋଭିଡ୍‌ ଯୋଦ୍ଧାଙ୍କୁ କୁଶଳୀ ତଥା ଅତିକୁଶଳୀ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସଂକ୍ଷିପ୍ତ ଶିକ୍ଷା ପାଠ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। କରୋନା ଭୂତାଣୁ ଏବେ ବି ଆମ ଭିତରେ ରହିଛି ଏବଂ ଏହା ନୂଆ ରୂପ ନେବା ସମ୍ଭାବନା ଥିବାରୁ ସମସ୍ତେ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଜୁନ୍‌ ୨୧ରୁ ସମସ୍ତଙ୍କୁ ମାଗଣାରେ କୋଭିଡ୍‌ ଟିକା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ଆଗକୁ ଆସିବାକୁ ଥିବା ଚ୍ୟାଲେଞ୍ଜର ମୁକାବିଲା ଲାଗି ଆମର ପ୍ରସ୍ତୁତିକୁ ଆହୁରି ବଢ଼ାଇବାକୁ ହେବ। ଏହାକୁ ଲକ୍ଷ୍ୟରେ ରଖି ୧ ଲକ୍ଷ କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରସ୍ତୁତି କରାଇବା ନିମନ୍ତେ ଦେଶରେ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। ୧୫୦୦ ଅକ୍ସିଜେନ୍‌ ପ୍ଲାଣ୍ଟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସବୁ ଜିଲାରେ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଉଦ୍ୟମ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସଂକ୍ଷିପ୍ତ ପାଠ୍ୟକ୍ରମ ଜରିଆରେ କୋଭିଡ୍‌ ଯୋଦ୍ଧାମାନଙ୍କୁ ଗୃହ ଯତ୍ନ, ମୌଳିକ ଯତ୍ନ, ଅଗ୍ରିମ ଯତ୍ନ, ଜରୁରୀ ଯତ୍ନ, ନମୁନା ସଂଗ୍ରହ ଏବଂ ମେଡିକାଲ ଉପକରଣ ସହାୟତା ଉପରେ ତାଲିମ ଦିଆଯିବ। ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା ୩.୦ରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏଥିପାଇଁ ୨୭୬ କୋଟି ଟଙ୍କା ବ୍ୟୟ ହେବ ବୋଲି ପିଏମ୍‌ଓ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଜର୍ସଙ୍କୁ ଭାଗ ଭାଗ କରିଦେଲା ମୋଟେରା ଷ୍ଟାଡିୟମର ନାମକରଣ

ନୂଆଦିଲ୍ଲୀ,୨୪।୨: ଗୁଜରାଟର ଅହମ୍ମଦାବାଦ ସ୍ଥିତ ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଛି। ୧.୩୨ ଲକ୍ଷ ଦର୍ଶକଙ୍କ କ୍ଷମତା ବିଶିଷ୍ଟ...

କଳା ଆଇନ ଫେରାଇ ନିଅ

ନୂଆଦିଲ୍ଲୀ,୨୮ା୧୧: କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ସମ୍ବଳିତ ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି ଜୋର୍‌ ଧରିଛି। କୃଷକମାନେ ଏହି ‘କଳା ଆଇନ’...

ବାରାଣସୀ ବିସ୍ଫୋରଣ ଘଟଣାର ୧୬ବର୍ଷ ପରେ ଆସିଲା ରାୟ: ବଲିଉଲ୍ଲାହଙ୍କୁ ଫାଶୀ

ବାରାଣସୀ,୬।୬: ୨୦୦୬ରେ ଉତ୍ତରପ୍ରଦେଶ ବାରାଣସୀରେ ସିରିଏଲ୍‌ ବ୍ଲାଷ୍ଟ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଦୀର୍ଘ ୧୬ବର୍ଷ ପରେ ଗାଜିଆବାଦ ଜିଲା ସ୍ବତନ୍ତ୍ର କୋର୍ଟ ଏହି...

ଡଙ୍ଗା ଚଳାଇ ରୋଗୀଙ୍କୁ ହସ୍ପିଟାଲ ନେଲେ ମନ୍ତ୍ରୀ

ଗୁଆହାଟି,୨୪।୬: ଆସାମରେ ବନ୍ୟା ବିପଦ ଟଳି ନ ଥିବା ବେଳେ ଏବେ ବି ଲକ୍ଷାଧିକ ଲୋକ  ପାଣି ଘେରରେ ରହିଛନ୍ତି । ଏଭଳି ସ୍ଥତିରେ ଆସାମର...

କଂଗ୍ରେସ ଏକ ଦୁର୍ବଳ ବିରୋଧୀ ଦଳ: ସିବଲ୍‌

ନୂଆଦିଲ୍ଲୀ,୨୨।୧୧: ବିହାର ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ଦଳରେ ଫାଟ ବଢ଼ିବାରେ ଲାଗିଛି। ଲଗାତାର କଂଗ୍ରେସର ବରିଷ୍ଠ ସଦସ୍ୟ କପିଲ ସିବଲ ଦଳର ନେତୃତ୍ୱ...

ମଝି ଆକାଶରେ ବିମାନରେ ଲାଗିଲା ନିଆଁ

ପାଟନା,୧୯।୬: ମଝି ଆକାଶରେ ବିମାନରେ ନିଆଁ ଲାଗିଯାଇଛି। ବିହାର ପାଟନା ବିମାନ ବନ୍ଦରରେ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ...

ପିଆଜର ଦରବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଟ୍ବିଙ୍କିଲ

ମୁମ୍ବାଇ,୭।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା ଯଦିଓ ଏବେ ବଡ ପରଦାଠାରୁ ବହୁ ଦୂରରେ ରହିଛନ୍ତି ହେଲେ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଏମିତିକି...

କରୋନା ସଂକ୍ରମଣରେ ମୂଳ ଭାରତୀୟ ବୈଜ୍ଞାନିକ ମୃତ: ଏଚ୍‌ଆଇଭି ଉପରେ କରିଥିଲେ ଗବେଷଣା

ନୂଆଦିଲ୍ଲୀ/ଡରବାନ୍‌,୨।୪: କରୋନା ସଂକ୍ରମଣରେ ମୂଳ ଭାରତୀୟ ଦକ୍ଷିଣ ଆଫ୍ରିକା ବୈଜ୍ଞାନିକ ପ୍ରଫେସର ଗୀତା ରାମ୍‌ଜେଙ୍କ ମୃତ୍ୟୁ ଘଟିଛି। ଡରବାନ୍‌ର ଏକ ହସ୍ପିଟାଲରେ ତାଙ୍କର ମଙ୍ଗଳବାର ମୃତ୍ୟୁ...

Advertisement
Archives

Model This Week