ଚାକିରିରୁ ବଞ୍ଚିତ ପ୍ରାର୍ଥୀଙ୍କୁ ଓପିଏସ୍‌ସି ଦେବ ୧ ଲକ୍ଷ କ୍ଷତିପୂରଣ

କଟକ,୨୦ା୧୨ (କାର୍ତ୍ତିକ ସାହୁ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ତ୍ରୁଟି ଯୋଗୁ ୫ ବର୍ଷ ଧରି ଓଏଏସ୍‌ ଚାକିରିରୁ ବଞ୍ଚତ୍ତ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ତାଙ୍କର ପ୍ରାପ୍ୟ ଦେବା ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ତତ୍ପରତା ପ୍ରକାଶ କରିଛି। ନିଯୁକ୍ତି, ବରିଷ୍ଠତା ସମେତ ୧ ଲକ୍ଷ ଟଙ୍କା ଦୁଇମାସ ମଧ୍ୟରେ ଦେବା ପାଇଁ ହାଇକୋର୍ଟ ବର୍ଷେ ତଳେ ଦେଇଥିବା ନିର୍ଦ୍ଦେଶ ପାଳନ କରିବାକୁ ବୁଧବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ସମ୍ପୃକ୍ତ ପ୍ରାର୍ଥୀ କୋରାପୁଟ ଜିଲା ବୋରିଗୁମ୍ମା ଅଞ୍ଚଳର ଅନୁଶ୍ରବ ଗନ୍ତାୟତଙ୍କୁ ୧ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ଅନୁଶ୍ରବଙ୍କୁ ୨୦୨୪ ଜୁଲାଇ ୨୪ରେ ଟ୍ରେନିଂ ରିଜର୍ଭ ଅଫିସର ଭାବେ ପୁରୀରେ ନିଯୁକ୍ତି ଦେଇଥିବାବେଳେ ହାଇକୋର୍ଟଙ୍କ ଆଦେଶ ସମ୍ପୂର୍ଣ୍ଣ ପାଳନ ହୋଇନାହିଁ।
ସୂଚନାନୁସାରେ, ୨୦୧୭ ବ୍ୟାଚ୍‌ର ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଅନୁଶ୍ରବଙ୍କ ପ୍ରାର୍ଥିତ୍ୱକୁ ମୌଖିକ ପରୀକ୍ଷା ପରେ ଆୟୋଗ ନାକଚ କରିଦେଇଥିଲେ। ସେ ୧୩୬୫ ନମ୍ବର ରଖିଥିବାବେଳେ ୧୩୦୨ ନମ୍ବର ରଖିଥିବା ଅଣସଂରକ୍ଷିତ ଓ ୧୦୬୫ ନମ୍ବର ରଖିଥିବା ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଯୋଗ୍ୟତା ତାଲିକାରେ ସ୍ଥାନ ଦିଆଯାଇଥିଲା। ସାଧାରଣ ପ୍ରଶାସନ ବିଭାଗ, ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ନିଜେ ମୁଖ୍ୟ ଶାସନ ସଚିବ ବାରମ୍ବାର ଏ ପ୍ରସଙ୍ଗ ଆୟୋଗଙ୍କ ଦୃଷ୍ଟିକୁ ଆଣିବା ସହିତ ଏହି ବଞ୍ଚତ୍ତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ସାମିଲ କରିବାକୁ କହିଥିଲେ। ସ୍ୟାଟ୍‌ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଥିଲେ। ତଥାପି ଆୟୋଗ ଉକ୍ତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ସାମିଲ କରି ନ ଥିଲା। ଫଳରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅପରପକ୍ଷରେ ତାଙ୍କ ବ୍ୟାଚ୍‌ର ଅନ୍ୟ ପ୍ରାର୍ଥୀମାନଙ୍କୁ ୨୦୧୯ ମସିହାରେ ଓଏଏସ୍‌ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ୫ ବର୍ଷ ଧରି ମାମଲା ଚାଲିବା ପରେ ୨୦୨୩ ଡିସେମ୍ବର ୧୯ ତାରିଖରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଏହି ବଞ୍ଚତ୍ତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ସାମିଲ କରିବା ସହ ତାଙ୍କୁ ଓଏଏସ୍‌ ଚାକିରିରେ ନିଯୁକ୍ତି ଦେବାକୁ ଆଦେଶ ଦେଇଥିଲେ। ଏଥିସହ ମେଧା ତାଲିକା ଭିତ୍ତିରେ ତାଙ୍କର ବରିଷ୍ଠତା ନିର୍ଦ୍ଧାରଣ କରିବା, ପିଛିଲା ତାରିଖରୁ ତାଙ୍କ ନିଯୁକ୍ତି ଗଣନା କରିବା ଲାଗି ଆବଶ୍ୟକ ପଡ଼ିଲେ ସୁପରନ୍ୟୁମେରାରୀ ପଦବୀ ସୃଷ୍ଟି କରିବା, ତାଙ୍କ ବ୍ୟାଚ୍‌ର ଅନ୍ୟମାନଙ୍କ ଭଳି ତାଙ୍କ ବେତନ ନୋସନାଲି ନିର୍ଦ୍ଧାରଣ କରିବା ଓ ଆବଶ୍ୟକ ସ୍ଥଳେ ଦରମା ସଂଶୋଧନ କରିବା, ଏମିତିକି ତାଙ୍କଠାରୁ କନିଷ୍ଠ ଯଦି କେହି ପଦୋନ୍ନତି ପାଇଥାନ୍ତି ତେବେ ଆବେଦନକାରୀଙ୍କୁ ପଦୋନ୍ନତି ସହ ଅନ୍ୟାନ୍ୟ ସୁବିଧା ଦେବା ପାଇଁ ହାଇକୋର୍ଟ ରାୟରେ ସ୍ପଷ୍ଟ କରିଥିଲେ। ଏଥିସହ ପ୍ରାର୍ଥୀ ୫ ବର୍ଷ ଧରି ଚାକିରିରୁ ବଞ୍ଚତ୍ତ ହୋଇ ଯେଉଁଭଳି କ୍ଷତି ସହିଛନ୍ତି ତାହାକୁ ଦୃଷ୍ଟିରେ ରଖି ଦୁଇମାସ ମଧ୍ୟରେ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହ ରାୟର ଅନୁପାଳନ ସଂକ୍ରାନ୍ତୀୟ ରିପୋର୍ଟ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ହାଇକୋର୍ଟରେ ଦାଖଲ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?