ରାଜଭବନ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା: ନିଶାରେ ଚୁର ହୋଇ ଦୁଇ ବାଇକ୍‌କୁ ପିଟିଲା କାର୍‌; ଜଣେ ମୃତ, ୪ ଗୁରୁତର…

ଭୁବନେଶ୍ୱର,୧୮।୧: ଭୁବନେଶ୍ୱର ରାଜଭବନ ଛକରେ ଶନିବାର ସିରିଜ ଦୁର୍ଘଟଣା ଘଟିଛି। ଏକ କାର ଗୋଟିଏ ବାଇକ୍‌କୁ ଘୋଷାଡ଼ି ନେବା ସହ ଆଉ ଏକ ବାଇକ୍‌କୁ ପିଟି ଡିଭାଇଡରରେ ଚଢ଼ିଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ଜଣ ଗୁରୁତର ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।

ସୂଚନାନୁଯାୟୀ, ସର୍କିଟ ହାଉସରୁ ଏକ ଆଇ୨୦ କାର୍‌ ସିଧାସଳଖ ରାଜଭବନରୁ ଭୁଲ ପଟରେ ଗୋପବନ୍ଧୁ ଛକକୁ ଯିବାକୁ ଅଗ୍ରସର ହେଉଥିଲା। ଗୋପବନ୍ଧୁ ଛକରୁ ଗୋଟିଏ ବାଇକ୍‌ ଆସୁଥିଲା। ଉଭୟ ଗାଡ଼ିର ମଧ୍ୟରେ ଦୁର୍ଘଟଣା ଘଟିଥିଲା। ପରେ ଅନ୍ୟ ଏକ ବାଇକ୍‌କୁ(ଏଜି ଛକରୁ) ଆସିଥିବା କାର୍‌ଟି ଧକ୍କା ଦେଇଥିଲା। ତେବେ କାର୍‌ ଚାଳକଜଣଙ୍କ ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ଉପରେ ନଜର ରଖିବ ‘ଦୃଷ୍ଟି’

ବେଙ୍ଗାଲୁରୁ,୪ା୫: ବେଙ୍ଗାଲୁରୁର ସ୍ପେସ୍‌ ଷ୍ଟାର୍ଟଅପ୍‌ ଗାଲାକ୍ସଆଇ ରବିବାର ଏହାର ପ୍ରଥମ ବ୍ୟବସାୟିକ ସାଟେଲାଇଟ୍‌ ‘ଦୃଷ୍ଟି’କୁ କାଲିଫର୍ନିଆର ଭଣ୍ଡେନ୍‌ବର୍ଗରୁ ସ୍ପେସ୍‌ଏକ୍ସର ଫାଲ୍‌କନ-୯ ରକେଟ ସହାୟତାରେ କକ୍ଷପଥରେ ସ୍ଥାପନ କରିଛି। ଏହା…

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ଯୌତୁକ ଜନିତ ବଧୂହତ୍ୟା ଘଟଣା, ୩ ମାସ ପରେ ବନ୍ଧା ହେଲେ ଶ୍ବଶୁର-ଦିଅର

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକରାପଲ୍ଲୀ ଗ୍ରାମର ଅଜିତ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଗତ ଫେବୃଆରୀ ୪ ତାରିଖରେ ଅଧିକା ଯୌତୁକ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ବରଗଡ଼ ଜିଲା ପ୍ରିମିୟର ଲିଗ୍ ଉଦଘାଟିତ

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ବରଗଡ଼ ଜିଲା ପ୍ରିମିୟର ଲିଗ୍(ବିଡିପିଏଲ) ଉଦଘାଟିତ ହୋଇଛି। ବରଗଡ ଜିଲା କ୍ରିକେଟ ଏସୋସିଏସନର ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri