Posted inଖେଳ

ଗୁର୍‌ବାଜଙ୍କୁ ଭର୍ତ୍ସନା ସହ ୧ ଡିମେରିଟ୍‌ ପଏଣ୍ଟ

ନୂଆଦିଲ୍ଲୀ, ୧୮ା୧୦(ପି.ଟି.): ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ବେଳେ ଆଫଗାନିସ୍ତାନ ବ୍ୟାଟର ରହମାନୁଲ୍ଲା ଗୁର୍‌ବାଜ ଆଉଟ ହେବା ପରେ ବିରକ୍ତି ପ୍ରକାଶ କରି ବାଉଣ୍ଡାରି ଦଉଡ଼ି ଓ ଏକ ଚେୟାରକୁ ତାଙ୍କ ବ୍ୟାଟ୍‌ରେ ପ୍ରହାର କରିଥିଲେ। ଫଳତଃ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ବିଧିବଦ୍ଧ ଭାବେ ଭର୍ତ୍ସନା କରାଯାଇଛି। ଏହାଛଡ଼ା ତାଙ୍କ ଶୃଙ୍ଖଳା ରେକର୍ଡରେ ଗୋଟିଏ ଡିମେରିଟ୍‌ ପଏଣ୍ଟ ଯୋଗ କରାଯାଇଛି। ୨୪ ମାସ ମଧ୍ୟରେ ଏହା ହେଉଛି ତାଙ୍କର ପ୍ରଥମ ଅପରାଧ। ଆଫଗାନିସ୍ତାନ ଇନିଂସର ୧୯ତମ ଓଭରରେ ଗୁର୍‌ବାଜ ଆଉଟ ହେବାପରେ ଏହି ଘଟଣା ଘଟିଥିଲା। ଗୁର୍‌ବାଜ ତାଙ୍କ ଦୋଷ ସ୍ବୀକାର କରିବା ସହ ଆଇସିସି ଏଲିଟ୍‌ ପ୍ୟାନେଲ ଅଫ୍‌ ମ୍ୟାଚ ରେଫରିଜ୍‌ର ଜେଫ୍‌ କ୍ରୋଙ୍କ ଦ୍ୱାରା ହୋଇଥିବା ଦଣ୍ଡବିଧାନକୁ ଗ୍ରହଣ କରିନେବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା। ଦୁଇ ଫିଲ୍ଡ ଅମ୍ପାୟର ରଡ୍‌ ଟକର ଓ ଶାର୍ଫୁଦୋଲ୍ଲା ଇବ୍‌ନେ ଶାହିଦ, ତୃତୀୟ ଅମ୍ପାୟର ପଲ୍‌ ରିଫେଲ ଓ ଚତୁର୍ଥ ଅମ୍ପାୟର ପଲ୍‌ ଓ୍ବିଲସନ ଗୁରୁବାଜଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଆଚରଣବିଧିର ଧାରା-୧ ଉଲ୍ଲଂଘନ କଲେ ଏକ ବିଧିବଦ୍ଧ ଭର୍ତ୍ସନା, ସମ୍ପୃକ୍ତ ଖେଳାଳିଙ୍କ ମ୍ୟାଚ ଫି’ର ସର୍ବାଧିକ ୫୦ ପ୍ରତିଶତ ଜରିମାନା ଏବଂ ଏକ କିମ୍ବା ଦୁଇ ଡିମେରିଟ୍‌ ପଏଣ୍ଟରେ ଦଣ୍ଡର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri