Posted inଜାତୀୟ

ବୋଟ୍‌ ଦୁର୍ଘଟଣା, ୩୦ ନିଖୋଜ

ଗୁଆହାଟି,୯।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ପରସ୍ପରକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ୩୦ ଜଣ ଏବେ ମଧ୍ୟ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଦୁର୍ଘଟଣା ବେଳେ ଉଭୟ ବୋଟରେ ପ୍ରାୟ ୨୦୦ ଯାତ୍ରୀ ଥିଲେ। ଆସାମର ରାଜଧାନୀ ଗୁଆହାଟିଠାରୁ ୩୫୦ କିମି ଦୂରରେ ଥିବା ଜୋର୍ହାଟର ନିମାଟି ଘାଟରେ ଅପରାହ୍ନ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି।

ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆସାମରେ ଘଟିଥିବା ବୋଟ ଦୁର୍ଘଟଣାରେ ମର୍ମାହତ। ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଯଥା ସମ୍ଭବ ପ୍ରାୟାସ ଚାଲିଛି। ମୁଁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି। ଏଥି ସହିତ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମାଙ୍କୁ ବୋଟ୍‌ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଗୋଟିଏ ବୋଟ ମାଜୁଲି (ବ୍ରହ୍ମପୁତ୍ର ନଦୀରେ ଥିବା ଦୀପ)ରୁ ୧୨୦ ଯାତ୍ରୀଙ୍କ ସହ ନିମାଟି ଘାଟକୁ ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ ବୋଟ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଗୋଟେ ବୋଟ୍‌ ବୁଡ଼ି ଯାଇଥିଲା। ଭାଇରାଲ ହେଉଥିବା ଭିଡିଓରେ ବୁଡୁଥିବା ଡଙ୍ଗାରୁ ଜୀବନ ବଞ୍ଚାଇବା ପାଇଁ ପାଣିକୁ ଡେଉଁ ଥିବା ଦେଖିବାକୁ ମିଳିଛି। ବୋଟ୍‌ ସହ ଯାତ୍ରୀଙ୍କ ବାଇକ୍‌, କାର ଭାସି ଯାଇଛି। ଦୁର୍ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଜଣେ ଶିଶୁ ସମେତ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା ନେତାଙ୍କୁ ଗୁଳି ମାରିଥିବା ଅଭିଯୁକ୍ତଙ୍କ ଗାଡ଼ିରୁ ମିଳିଲା କମେଡିଆନ ଭାରତୀଙ୍କ ଫଟୋ

ନୂଆଦିଲ୍ଲୀ,୪।୧୧: ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ତଦନ୍ତ କରୁଥିବା ପୋଲିସକୁ ଅଭିଯୁକ୍ତ ସନ୍ଦିପ ସିଂଙ୍କ ଗାଡ଼ିରୁ ମିଳିଛି ଏକ ଫାଇଲ୍‌।...

ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏଏପି

ଚଣ୍ଡିଗଡ,୨୧।୩: ପଞ୍ଜାବରୁ ପାଞ୍ଚଟି ରାଜ୍ୟ ସଭା ଆସନ ପାଇଁ ପାଇଁ ଆମ୍‌ ଆଦମୀ ପାର୍ଟି ନିଜ ପ୍ରାର୍ଥୀ ଘୋଷଣା କରିଛି। କ୍ରିକେଟର ହରଭଜନ ସିଂ, ପଞ୍ଜାବରେ...

ମନମୋହନ ସିଂ ହୋଇଥିଲେ ଇସ୍ତଫା ମାଗିବାକୁ ପଡ଼ି ନ ଥାନ୍ତା

ନୂଆଦିଲ୍ଲୀ,୨୮।୧୨: “ ମନମୋହନ ସିଂଙ୍କ କାର୍ଯ୍ୟକାଳରେ ଭାରତ ସୀମା ମଧ୍ୟକୁ ଚାଇନା ପ୍ରବେଶ କରିଥିଲେ, ସେ ଇସ୍ତଫା ଦେଇଥାନ୍ତେ। କିନ୍ତୁ ଭାରତର ଭୂଖଣ୍ଡକୁ ଚାଇନା ମାଡ଼ି...

ଯୋଗୀ କ୍ୟାବିନେଟର ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶର ଇକାନା ଷ୍ଟାଡିୟମ୍‌ରେ ଶୁକ୍ରବାର ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ୪୮ଜଣ ମନ୍ତ୍ରୀ ମଧ୍ୟ...

ଶର୍ଟସର୍କିଟ୍‌ରୁ ଫ୍ରିଜ୍‌ ଫାଟିଲା:ଖବରଦାତାଙ୍କ ସହ ସ୍ତ୍ରୀ, ମା’ଙ୍କ ମୃତ୍ୟୁ

ଚେନ୍ନାଇ,୨୮।୬:ଏକ ରେଫ୍ରିଜରେଟରରେ ବିସ୍ଫୋରଣ ହେବାରୁ ତାମିଲ ଟିଭି ଚ୍ୟାନେଲ୍‌ର ଖବରଦାତା, ତାଙ୍କ ସ୍ତ୍ରୀ ଓ ମାଆଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ ଶର୍ଟ ସର୍କିଟରୁ ଏଭଳି ବିସ୍ଫୋରଣ...

ବିଷାକ୍ତ ମଦ ମୃତ୍ୟୁ: ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଆଲିଗଡ଼,୨୮।୫: ଉତ୍ତରପ୍ରଦେଶର ଆଲିଗଡରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ...

ଭାରତକୁ ପାକିସ୍ତାନର ହାସ୍ୟାସ୍ପଦ ଧମକ: ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଲା

ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ଭାରତକୁ ପାକିସ୍ତାନ ହାସ୍ୟାସ୍ପଦ ଧମକ ଦେଇଛି। ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ...

ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ପିତାଙ୍କ ଗାଡ଼ି ଚୋରି

ନୂଆଦିଲ୍ଲୀ,୨୯।୫: ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ପିତାଙ୍କ କାର୍‌ ଗୁରୁବାର ବିଳମ୍ବିତ ରାତିରେ ନିଜ ବାସଭବନରୁ ହୋଇଯାଇଛି। ଏନେଇ ଗମ୍ଭୀରଙ୍କ ପରିବାର...

Advertisement
Archives

Model This Week