ବିକାଶ ପାଇଁ ପ୍ରତି ଓ୍ବାର୍ଡକୁ କୋଟିଏ

ଭୁବନେଶ୍ୱର, ୨୦।୮ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଦ୍ୱିତୀୟ କର୍ପୋରେଶନ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିଏମ୍‌ସି କାର୍ଯ୍ୟାଳୟରେ ଏହି ବୈଠକ ବସିଥିଲା। ଏଥିରେ ବିକାଶମୂଳକ କାର୍ଯ୍ୟ, ପରିମଳ ସମେତ ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରତି ଓ୍ବାର୍ଡକୁ ୧ କୋଟି ଟଙ୍କାର ଓ୍ବାର୍ଡ ବଜେଟ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଟଙ୍କାକୁ କର୍ପୋରେଟରମାନେ ଆସନ୍ତା ୨୦୨୩ ମାର୍ଚ୍ଚ ସୁଦ୍ଧା ଖର୍ଚ୍ଚ କରିବା ସହିତ ବିଏମ୍‌ସିକୁ ବ୍ୟୟ ଅଟକଳ ପ୍ରଦାନ କରିବେ ବୋଲି ମେୟର କହିଥିଲେ। ଏହି ସମୟରେ ଓ୍ବାର୍ଡ ନଂ. ୫୫ର କର୍ପୋରେଟର ନୃପେଶ ନାୟକ ‘ମାଇନର୍‌ ରିପେୟାରିଂ ଫଣ୍ଡ୍‌’ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଓ୍ବାର୍ଡକୁ ଦିଆଯିବାକୁ ଥିବା ୧କୋଟି ଟଙ୍କାରୁ ୨ଲକ୍ଷ ଲେଖାଏ ଟଙ୍କା ଏହି ଫଣ୍ଡ୍‌ରେ ଜମା ହେବ। ଉକ୍ତ ଟଙ୍କା ଓ୍ବାର୍ଡରେ ଥିବା ଛୋଟ ଛୋଟ ସମସ୍ୟାର ସମାଧାନରେ ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ। ତେବେ ପରିମଳ ପ୍ରସଙ୍ଗକୁ ନେଇ ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। କର୍ପୋରେଶନ ଗଠନ ହେବା ପରେ ବି କର୍ପୋରେଟରଙ୍କ ସହିତ କୌଣସି ଆଲୋଚନା ନ କରି ନୂଆ ସଫେଇ ସଂସ୍ଥା ସହିତ ଏଗ୍ରିମେଣ୍ଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିସହିତ ଟେଣ୍ଡର ପ୍ରକ୍ରିୟାରେ ପ୍ରିୟାପ୍ରୀତି ତୋଷଣ କରାଯାଇ ଯୋଗ୍ୟତା ନ ଥିବା ବିଭିନ୍ନ ସଂସ୍ଥାକୁ କାମ ଦିଆଯାଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତରବରିଆ ଭାବେ ଟେଣ୍ଡର ଡାକି ଓ୍ବାର୍କ ଅର୍ଡର ଦିଆଯାଇଛି। ନୂଆକରି ଚୁକ୍ତି କରାଯାଇଥିବା ପୁରୁଣା ଏଜେନ୍ସି ମଧ୍ୟରେ କେବଳ ‘ଜାଗୃତି’ ରହିଥିବାବେଳେ ରାମ୍‌କୀ ଓ ପିଏମ୍‌ଆର୍‌କୁ ବାଦ୍‌ ଦିଆଯାଇଛି। ଅପରପକ୍ଷେ ନୂଆ ସଂସ୍ଥା ‘ଗ୍ରୀନ୍‌ ସର୍କଲ’ ଏବଂ ‘ଆଓ୍ବାରଲ୍ୟାଣ୍ଡ’ ପାଖରେ ଆବଶ୍ୟକ ମେଶିନ ଓ କର୍ମଚାରୀ ନାହାନ୍ତି। ବିଏମ୍‌ସିଠାରୁ ଗାଡ଼ି ନେଇ ସେମାନେ କାମ କରୁଛନ୍ତି। ଉଭୟ ସଂସ୍ଥାକୁ ମୋଟ୍‌ ୧୩ଟି ଓ୍ବାର୍ଡ ଦିଆଯାଇଥିବାବେଳେ ସେଥିରୁ ମାତ୍ର ୨/୩ଟି ଓ୍ବାର୍ଡରେ କାମ ଆରମ୍ଭ ହୋଇଛି। ତେଣୁ ନୂଆ ସଂସ୍ଥାକୁ ବରଖାସ୍ତ କରି ପୁରୁଣା ସଂସ୍ଥାକୁ କାମ ଦେବାକୁ ଦାବି କରାଯାଇଥିଲା। ଏହି ପ୍ରସଙ୍ଗରେ ମେୟର ଓ କମିଶନର କ୍ଷୋଭ ପ୍ରକାଶ କରିବା ସହିତ ଠିକ ଭାବେ କାମ ନ କଲେ ସମ୍ପୃକ୍ତ ସଂସ୍ଥାକୁ ବାହାର କରି ଦିଆଯିବ ବୋଲି କହିଥିଲେ।
ଏହାବାଦ୍‌ ଡ୍ରାଫ୍ଟ ବଜେଟ, ମୁକ୍ତା ପ୍ରୋଜେକ୍ଟ, ଭତ୍ତା, ନୂତନ ବିଲ୍ଡିଂ ନିର୍ମାଣ ସମୟରେ ସିଟି ପ୍ଲାନରମାନେ ଏହାକୁ ତଦାରଖ କରିବା ଆଦି ଉପରେ ଆଲୋଚନା ହୋଇଥିଲା। ରାଶନକାର୍ଡ ପାଇଁ ଆବେଦନ କରାଯାଉଥିଲେ ବି ଦୀର୍ଘଦିନ ହେବ କାର୍ଡ ପ୍ରଦାନ କରାଯାଉନାହିଁ। ତେବେ ବର୍ତ୍ତମାନ ବିଏମ୍‌ସିରେ ୨୫୦୯ ରାଶନ କାର୍ଡ ରହିଛି, ଖୁବ୍‌ଶୀଘ୍ର ଏହାକୁ ହିତାଧିକାରୀଙ୍କୁ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି। ବର୍ଷା ପରେ ନୟାପଲ୍ଲୀ ଅଞ୍ଚଳରେ ଡ୍ରେନ୍‌ କାମକୁ ତ୍ୱରାନ୍ବିତ କରାଯିବ ବୋଲି ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ବୈଠକରେ ବିଧାୟକ ସୁଶାନ୍ତ ରାଉତ, କମିଶନର ବିଜୟ ଅମୃତା କୁଲାଙ୍ଗେ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମସିର ବିଭିନ୍ନ ପଦାଧିକାରୀ, ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ। କାର୍ଯ୍ୟସୂଚୀ ଅନୁସାରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ, ପ୍ରସ୍ତାବ, ଚର୍ଚ୍ଚା ଓ ହିସାବ କିତାବ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?