ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ ରବିବାର ପୋଲିସ ଓ ମାଜିଷ୍ଟ୍ରେଟ୍‌ର ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବିନିକା କଲେଜ ଛକରେ ଯାନବାହନ ତନଖି କରୁଥିଲେ।

ବୁଲେଟ୍‌ରେ ଯାଉଥିବା ଦୁଇ ଜଣ ଯୁବକଙ୍କ ଡିକି ତନଖି କରାଯାଇଥିଲା। ତନଖି ସମୟରେ ଡିକିରୁ ନଗଦ ୧ ଲକ୍ଷ ୯୫ହଜାର ଟଙ୍କା ମିଳିଥିଲା। ଏନଫୋର୍ସମେଣ୍ଟ ଟିମ୍‌ ଉକ୍ତ ଟଙ୍କା ଜବତ କରି ଜିଲା କୋଷାଗାରରେ ଜମା କରିଛି। ସମ୍ପୃକ୍ତ ଯୁବକ ଦ୍ୱୟ ଏତେ ପରିମାଣର ଟଙ୍କା କୁଆଡେ ନେଉଥିଲେ ସେ ନେଇ ତଦନ୍ତ ଚାଲିଛି। ସମ୍ପୃକ୍ତ ଯୁବକଙ୍କୁ ଏ ସମ୍ପର୍କରେ ନୋଟିସ କରାଯିବ ବୋଲି ବିନିକା ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ଓ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେର କହିଛନ୍ତି।

ପ୍ରକାଶ ଯେ, ଗତ ୫ ତାରିଖ ରାତିରେ ବିନିକା ପୋଲିସକୁ ବଡ ସଫଳତା ମିଳିଥିଲା। ଯାନବାହନ ତନଖି ସମୟରେ ଏକ ଇନୋଭା କାରରୁ ନଗଦ ୫୫ଲକ୍ଷ ୨୦ହଜାର ଟଙ୍କା ମିଳିଥିଲା। ଏହି ଟଙ୍କା ଆନ୍ଧ୍ରପ୍ରଦେଶକୁ ଯାଉଥିଲା। ଟଙ୍କାଗୁଡିକୁ ଜବତ କରାଯାଇଛି। ସମ୍ବଲପୁର ଆୟକର ବିଭାଗ ଏହି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଆନ୍ଧ୍ରପ୍ରଦେଶର ସମ୍ପୃକ୍ତ ବ୍ୟକ୍ତିମାନେ ଏ ପର୍ଯ୍ୟନ୍ତ ଟଙ୍କାର ଉତ୍ସ ସମ୍ପର୍କରେ ଠିକ୍‌ କାଗଜାତ ଦର୍ଶାଇ ପାରି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯ରେ ଆଣ୍ଡାମାନ ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୪।୫(ଅସମାପିକା ସାହୁ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ। ଏଥିପାଇଁ ପାଗ...

ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର-ପ୍ରଦୀପ ପାଣିଗ୍ରାହୀ ହାତାହାତି

ବ୍ରହ୍ମପୁର,୧୩।୫: ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଛନ୍ତି। ଗୋଷାଣୀ ନୂଆଗାଁ ଉତ୍କଳମଣି ୟୁପି ସ୍କୁଲ ବୁଥ...

ଭୋଟ ଦେଇ ଫେରୁଥିଲେ କୋଟିଆ ଭୋଟର: ବାଟରେ ଘଟିଲା ଦୁର୍ଘଟଣା

ପଟ୍ଟାଙ୍ଗି,୧୩।୫(ଶରତ ଧଳ): ରାଜ୍ୟରେ ଲୋକସଭା ଏବଂ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ମତଦାନ କରି ଘରକୁ ଫେରୁଥିବା ବେଳେ ଏକ...

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଚାଲିଗଲା ୨ ନାବାଳକଙ୍କ ଜୀବନ

ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ କ୍ଷେତରେ ଖଞ୍ଜା ଯାଇଥିବା ୟୁଜିବି ଲ୍ୟାଣ୍ଡମାଇନ୍‌ ସଂସ୍ପର୍ଶରେ ଆସି ସୋମବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ବୋଲେରୋରୁ ମିଳିଲା ୨ଲକ୍ଷ ୬୪ ହଜାରରୁ ଅଧିକ ଟଙ୍କା

ବାରିପଦା,୧୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଶାମାଖୁଣ୍ଟା ବ୍ଳକ ରଙ୍ଗମାଟିଆ ଛକରୁ ଏକ ବୋଲେରୋ ଗାଡିରୁ ବିପୁଳ ପରିମାଣର ଟଙ୍କା...

କୋଟିଆରେ ୭୬.୫୩ ପ୍ରତିଶତ ମତଦାନ: ଭୋଟରଙ୍କ ପାଇଁ ତତ୍ପରତା ଦେଖାଇଲା ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୧୩ା୫(ଶରତ ଧଳ): ପ୍ରଥମ ପର୍ଯ୍ୟାୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ସୋମବାର ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ସୀମାନ୍ତ ଭୋଟରଙ୍କ ପାଇଁ...

ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ

କୋକସରା,୧୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ ପ୍ରକିୟା ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମତଦାନ...

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌: ୨୦ ଆହତ

କେନ୍ଦୁଝର,୧୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ମା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ସୋମବାର ଅପରାହ୍ନରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri