ରାମ୍‌କୋକୁ ୧.୫୨ କୋଟି ଜରିମାନା

ଯାଜପୁର,୧୪ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଧର୍ମଶାଳା ବ୍ଲକ ହରିଦାଶପୁରରେ ପ୍ରତିଷ୍ଠା ହୋଇଥିବା ରାମ୍‌କୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ କାରଖାନା ଆଇନଗତ ଅଧିକାର ନ ଥିବା ୫.୪୨ ଏକର ଶ୍ମଶାନ, ଜଳାଶୟ ଏବଂ ଗ୍ରାମ୍ୟ ଜଙ୍ଗଲକୁ ଦଖଲ କରିଛି। ଏନେଇ ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲ(ଏଜି)ର ଅଡିଟ-୧ ରିପୋର୍ଟରେ ଧରାପଡିଛି। ଏହାପରେ ଧର୍ମଶାଳା ତହସିଲଦାର ଏଜି ରିପୋର୍ଟକୁ ଭିତ୍ତି କରି ୧ କୋଟି ୫୨ ଲକ୍ଷ ୯୪ ହଜାର ୩୧୮ ଟଙ୍କା ସରକାରଙ୍କ ନିକଟରେ ଦାଖଲ କରିବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉପରୋକ୍ତ ସରକାରୀ ଜମି ଖାଲି କରିବାକୁ ରାମ୍‌କୋ ସିମେଣ୍ଟର ୟୁନିଟ୍‌ ହେଡ୍‌ଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରୁ ରାମ୍‌କୋ ସିମେଣ୍ଟର ଜମି ଅଧିଗ୍ରହଣ ପ୍ରକ୍ରିୟାରେ କଳା କାରନାମା ସ୍ପଷ୍ଟ ହୋଇଛି।

ହରିଦାଶପୁରଠାରେ କାରଖାନା ପ୍ରତିଷ୍ଠା ପାଇଁ ରାମ୍‌କୋ ପକ୍ଷରୁ ୧୦୦ ଏକର ଜମି ପାଇଁ ଇଡ୍‌କୋ ଜରିଆରେ ଆବେଦନ ହୋଇନାହିଁ ା ଏପରି କି ଜିଲା ରାଜସ୍ବ ପ୍ରଶାସନ ପକ୍ଷରୁ ଭୂଅର୍ଜନ ଆଇନ ୪(୧), ୬(୧)ରେ ରାମ୍‌କୋକୁ ୧.୫୨ ବିଜ୍ଞପ୍ତି ଜାରି କରାଯାଇନାହିଁ। ଭୂଅର୍ଜନ ପ୍ରକ୍ରିୟା ତ ଦୂରର କଥା କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣି ହୋଇ ନ ଥିବାବେଳେ କମ୍ପାନୀରୁ ଜୋରସୋର ସିମେଣ୍ଟ ଉପତ୍ାଦନ ଚାଲିଛି । ଏଜି ଅଡିଟ୍‌ ରିପୋର୍ଟ ଅନୁସାରେ ଚକ୍ରଧରସୋଲ ମୌଜାର ୧.୪୭ ଏକର, ଶ୍ରୀବନ୍ତପୁର ମୌଜାର ୨.୪୧ ଓ ୦.୧୬ ଏକର, ନାନପୁର ମୌଜାର ୯୫୧ ପ୍ଲଟ୍‌ ନମ୍ବରରେ ୦.୯୧ ଏକର ଓ ୯୪୭ ପ୍ଲଟ୍‌ ନମ୍ବରରେ ୦.୪୭ ଏକର ଶ୍ମଶାନ, ଜଳାଶୟ ଏବଂ ଗ୍ରାମ୍ୟ ଜଙ୍ଗଲ ରାମ୍‌କୋ ପକ୍ଷରୁ ଜବରଦଖଲ କରାଯାଇଛି। ଏଥିରେ କୌଣସି ଜବରଦଖଲ ମାମଲା କିମ୍ବା ଲିଜ୍‌ ପ୍ରପୋଜାଲ ଦାଖଲ କରାଯାଇ ନାହିଁ। ଏହିକ୍ରମରେ ରାମ୍‌କୋକୁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନେ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରିଥିବା ସ୍ପଷ୍ଟ ହେଉଛି। ଏ ସଂକ୍ରାନ୍ତରେ ଧରିତ୍ରୀରେ ୧୩ା୯ା୨୦୨୪ରେ ‘ପ୍ରଶାସନ ଅଜାଣତରେ ଜମି ଅକ୍ତିଆର’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ସବିଶେଷ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ରିପୋର୍ଟ ଅନୁସାରେ ତହସିଲ ପ୍ରଶାସନ ପକ୍ଷରୁ ତହସିଲଦାର ତାଙ୍କ ପତ୍ରସଂଖ୍ୟା ୫୭୧୭/୨୩ା୧୦ା୨୦୨୪ରେ ଉପରୋକ୍ତ ଜରିମାନା ସହ ଜମି ଖାଲି କରିବାକୁ ନିର୍ଦ୍ଦେଶ ହୋଇଛି। ନଚେତ୍‌ ଓଡ଼ିଶା ପ୍ରିଭେସନ୍‌ ଅଫ୍‌ ଲ୍ୟାଣ୍ଡ ଏନକ୍ଲୁଜମେଣ୍ଟ(ଓପିଏଲଇ)ଆକ୍ଟ ଅନୁଯାୟୀ ଦଖଲଚ୍ୟୁତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ରାମ୍‌କୋ ସିମେଣ୍ଟ ଲିମିଟେଡକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ୧୪୩୪୯/୨୮ା୧୦ା୨୦୧୭ରେ କାରଖାନା ପ୍ରତିଷ୍ଠା କରିବାକୁ ବିଭିନ୍ନ ସର୍ତ୍ତରେ ଅନୁମତି ମିଳିଥିଲା। ତାମିଲନାଡୁର ବିରୁଧୁନଗର ରାଜାପଲୟମ ତହସିଲ ଅଧୀନ ଏହି କମ୍ପାନୀ ୪୪୦କୋଟି ଟଙ୍କା ବ୍ୟୟରେ ୧୦୦ ଏକର ଜମିରେ ଏହି ସିମେଣ୍ଟ ଗ୍ରାଇଡିଂ ୟୁନିଟ ସ୍ଥାପନ କରିଛି ା ଭୂ ଅର୍ଜନ ଆଇନକୁ ଦଳିମକଚି ଦିଆଯିବା ସହ ଜିଲା ଜମି ଅଧିଗ୍ରହଣ ଉପଦେଷ୍ଟା ମଣ୍ଡଳୀର ମଧ୍ୟ ଅନୁମତି ଲୋଡ଼ା ଯାଇନାହିଁ ା ଏପରି କି କମ୍ପାନୀ ପାଖରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ତାଲିକା ମଧ୍ୟ ନାହିଁ। ଫଳରେ କ୍ଷତିଗ୍ରସ୍ତ ପରିବାର କମ୍ପାନୀରୁ କୌଣସି ପ୍ରକାର ଉପକୃତ ହୋଇ ପାରିନାହାନ୍ତିି। ରାମ୍‌କୋ ଲୋକଙ୍କ ଚାଷ ଜମି ସହ ଦେବୋତ୍ତର ଓ ବିଭିନ୍ନ ସରକାରୀ କିସମ ଜମି ହାତେଇ ନେଇ ସିମେଣ୍ଟ କାରଖାନା ସ୍ଥାପନ କରିବାକୁ ଏସ୍‌ପିସିବିରୁ ଅନୁମତି ପାଇଛି। ୨୦୧୯ ଫେବୃଆରୀରେ ଏହି ତହସିଲ ଅନ୍ତର୍ଗତ ବାଟିଜଙ୍ଗା, ନାନପୁର ଓ ଜୋଗରଡା ମୌଜାର ପ୍ରାୟ ୨ ଏକର ଗୋଚର ଜମିକୁ ଅଣଗୋଚର ଜମି ଭାବେ ପରିବର୍ତ୍ତନ କରିବାକୁ ବ୍ୟାପକ ଚଞ୍ଚକତା ହୋଇଥିଲା। ଏଥିପାଇଁ ଜାରି ହୋଇଥିବା ସର୍ବସାଧାରଣ ନୋଟିସରେ ୨୦ଜଣ ସ୍ଥାନୀୟ ଲୋକ ଏବଂ ୨ ଜଣ ସରପଞ୍ଚଙ୍କ ଦସ୍ତଖତକୁ ଜାଲିଆତି କରି ପରିବର୍ତ୍ତିତ ଗୋଚର ଜମିକୁ ଇଡ୍‌କୋକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ହୋଇଥିଲା। ଏହି ମର୍ମରେ ସେତେବେଳେ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଅର୍ଥ ବଳରେ ସମସ୍ତ ଅଭିଯୋଗକୁ ଚପାଇ ଦିଆଯାଇଥିବା ଚର୍ଚ୍ଚା ହୋଇଥିଲା।

ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ରାମ୍‌କୋ ପକ୍ଷରୁ ଏଯାଏ ନିର୍ଦ୍ଧାରିତ ଅର୍ଥ ଦାଖଲ କରାଯାଇ ନାହିଁ। ଏପରିକି ରାମ୍‌କୋ କୌଣସି ଉତ୍ତର ଏଯାଏ ରଖିନାହିଁ। ତେଣୁ ଆଗାମୀ ଦିନରେ ପୁଣି ଥରେ ରାମ୍‌କୋକୁ ରିମାଇଣ୍ଡ କରାଯିବ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri