ପକ୍କାଘର ଅପେକ୍ଷାରେ ୧.୨୪ ଲକ୍ଷ ହିତାଧିକାରୀ

ଯାଜପୁର ଅଫିସ,୨୪ା୩: ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରୁ ଅଦ୍ୟାବଧି ୧,୨୪,୦୪୧ ଜଣଙ୍କ ମୁଣ୍ଡ ଉପରେ ଛାତ ନାହିଁ। ସେମାନଙ୍କ ମଧ୍ୟରେ ୨୩,୩୪୫ ଜଣ ଅନୁସୂଚିତ ଜନଜାତି(ଏସ୍‌ଟି), ୨୨,୨୫୨ ଜଣ ଅନୁସୂଚିତ ଜାତି(ଏସ୍‌ସି) ଓ ୩୩,୩୨୭ ଜଣ ଅର୍ଥନୈତିକ ଦୁର୍ବଳ ବର୍ଗର ଲୋକ ଅଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ବାସଗୃହ ଯୋଗାଇଦେବା ବାବଦରେ ୨୦୧୦ରୁ ଅଦ୍ୟାବଧି ୨୦୩୬.୪୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅଥଚ ସହରାଞ୍ଚଳର ସମସ୍ତ ଗରିବ, ନିରୀହ, ଝୁମ୍ପୁଡିବାସୀଙ୍କୁ ଏ ଯାଏ ପକ୍କା ଘର ଯୋଗାଇ ଦେବାରେ ସରକାର ବିଫଳ ହୋଇଛନ୍ତି। ଚଳିତ ବିଧାନସଭାରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦାଖଲ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ୨୦୨୧ ସୁଦ୍ଧା ସହରାଞ୍ଚଳରେ ସମସ୍ତ ଝୁମ୍ପୁଡିବାସୀଙ୍କୁ ପକ୍କାଘର ଯୋଗାଇ ଦେବାକୁ ଦିଆଯାଇଥିବା ପ୍ରତିଶ୍ରୁତି ଫମ୍ପା ମାଠିଆ ସଦୃଶ ହୋଇଛି। ଏହାବାଦ୍‌ ବାସଗୃହ ଯୋଗାଇ ଦେବାରେ କେତେକ ସହରାଞ୍ଚଳରେ ବ୍ୟାପକ ଅନିୟମିତତା ହେଉଛି। ହାତଗୁଞ୍ଜା ନ ଦେଲେ ଘର ମିଳୁ ନ ଥିବା ଅଭିଯୋଗ ହୋଇଛି।
ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଓ ଝୁମ୍ପୁଡିବାସୀଙ୍କ ଜୀବନଧାରଣମାନ ଉନ୍ନତି ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୯ରୁ ବିଭିନ୍ନ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ୨୦୦୯-୨୦୧୫ ମଧ୍ୟରେ ବେସିକ ସର୍ଭିସ ଟୁ ଅର୍ବାନ ପୁଅର ଯୋଜନାରେ ୧,୭୭୮ଟି ଗୃହ ଯୋଗାଇ ଦିଆଯାଇଛି। ଏଥିରେ ଭୁବନେଶ୍ୱର ଓ ପୁରୀ ସହରାଞ୍ଚଳକୁ ସାମିଲ କରାଯାଇ ୪୬.୭୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ୨୦୦୯ରୁ ୨୦୧୫ ମଧ୍ୟରେ ଇଣ୍ଟିଗ୍ରେଟେଡ ହାଉସିଂ ଆଣ୍ଡ ସ୍ଲମ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମରେ ୧୧,୨୯୬ଟି ଘର ଯୋଗାଇ ଦେବା ବାବଦରେ ୧୭୧.୭୨ କୋଟି ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ଅନୁଗୋଳ, ତାଳଚେର, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗୀର, ପାଟଣାଗଡ଼, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ବ୍ରହ୍ମପୁର, ଯାଜପୁର, ବ୍ୟାସନଗର, ବ୍ରଜରାଜନଗର, ଝାରସୁଗୁଡ଼ା, ଭବାନୀପାଟଣା, କେନ୍ଦ୍ରାପଡ଼ା, ଜଟଣୀ, ଖୋର୍ଦ୍ଧା, ଯୋଡ଼ା, ଜୟପୁର, ମାଲକାନଗିରି, ବାରିପଦା, ନୟାଗଡ଼, ନବରଙ୍ଗପୁର, ଖରିଆର ରୋଡ଼, ଫୁଲବାଣୀ, ସମ୍ବଲପୁର, କୁଚିଣ୍ଡା, ସୋନପୁର, ବୀରମିତ୍ରପୁର, ରାଉରକେଲା, ବୌଦ୍ଧଗଡ଼ ଓ ଜଗତ୍‌ସିଂହପୁର ସହରାଞ୍ଚଳକୁ ସାମିଲ କରାଯାଇଥିଲା। ୨୦୧୩ରୁ ୨୦୨୨ ମଧ୍ୟରେ ରାଜୀବ ଆବାସ ଯୋଜନାରେ ୪,୭୭୩ଟି ବାସଗୃହ ଯୋଗାଇବା ପାଇଁ ୩୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଯାଜପୁର ଜିଲାକୁ ସାମିଲ କରାଯାଇଛି। ୨୦୧୫ ରୁ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳରେ ୬୧,୦୯୧ଟି ବାସଗୃହ ସ୍ବଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଇଛି। ଏଥିପାଇଁ ୧୪୫୯ କୋଟି ଖର୍ଚ୍ଚ ହୋଇଛି। ଅବଶିଷ୍ଟ ଲୋକମାନଙ୍କୁ ଘର ଯୋଗାଇ ଦେବାକୁ ସରକାର ସହରାଞ୍ଚଳୱାରି(ପୌରାଞ୍ଚଳ) ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିପାଇଁ ଚଳିତ ବଜେଟ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୧୭.୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଗରିବ ଲୋକଙ୍କ ସରଳତାର ସୁଯୋଗ ନେଇ ବାସଗୃହ ଯୋଗାଇଦେବାରେ ବହୁ ଚଞ୍ଚକତା ଓ ଅନିୟମିତତା ହୋଇଥିବା ପୂର୍ବରୁ ନଜିର ରହିଛି। ରାଜୀବ ଆବାସ ଯୋଜନାରେ ଯାଜପୁର ପୌରାଞ୍ଚଳକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ୨୦୧୮ ଜୁଲାଇରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଅଫ୍‌ ଇଣ୍ଡିଆର ତଦନ୍ତ ରିପୋଟରେ ହିତାଧିକାରୀ ଚୟନରେ ପାତରଅନ୍ତର ହୋଇଥିବା ଦର୍ଶାଯାଇଥିଲା। ସିଏଜି ରିପୋର୍ଟକୁ ଭିତ୍ତିକରି ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ପେଶିଆଲ ଡ୍ୟୁଟି ଅଧିକାରୀ ବିଜୟଲକ୍ଷ୍ମୀ ଜେନା ୧୭ା୭ା୨୦୧୮ରେ ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଜବାବ ତଲବ କରିଥିଲେ। ସେତେବେଳେ ଏହି ଯୋଜନାରେ ଯାଜପୁର ପୌର ପରିଷଦରେ ୧୫୯୭ ଟି ଘର ମଞ୍ଜୁର ହୋଇଥିଲା। ଏଥିପାଇଁ ୩୧.୩୧ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା। ସିଏଜି ପକ୍ଷରୁ ହୋଇଥିବା ତଦନ୍ତରେ ୪୮ଟି ଘର ଝୁମ୍ପୁଡିବାସୀଙ୍କ ମଧ୍ୟରେ ଆବଣ୍ଟିତ ହୋଇ ନ ଥିଲା। ଏହାକୁ କେତେଜଣ ରାଜନୈତିକ ପ୍ରଭାବଶାଳୀ ଥିଲାବାଲା ଲୋକ ହାତେଇ ନେଇଥିଲେ। ଏହାବାଦ୍‌ ୨୪ ଜଣଙ୍କ ଜମି ନାହିଁ। ନଅରପଦାର ଜଣେ ହିତାଧିକାରୀ ଦୁଇ ଦୁଇଟି ଘର ପାଇଛନ୍ତି, ଯାହାର କ୍ରମିକ ନମ୍ବର ୧୪ ଓ ୩୯ ବୋଲି ଅଡିଟ ରିପୋର୍ଟରେ ଦର୍ଶାଯାଇଥିଲା। ଏହି ୭୩ଟି ଘର ମାମଲାରେ ପ୍ରାୟ ୨.୩୯ କୋଟି ଟଙ୍କାର ଅନିୟମିତତା ହୋଇଥିଲା। ଏହିବାଦ ୧୦୪ ଜଣ ଝୁମ୍ପୁଡିବାସୀଙ୍କ ଥଇଥାନ ରାଜୀବ ଆବାସ ଯୋଜନାର ସୁଧ ବାବଦ ଟଙ୍କା ମିଶାଇ ୪.୧୪ କୋଟି ଟଙ୍କା ବ୍ୟୟରେ ଟ୍ରାନଜିଟ ହାଉସ ନିର୍ମାଣ ହେଲା। ହେଲେ ସେହି ଟ୍ରାନ୍‌ଜିଟ ହାଉସ ୧୦୪ ଝୁମ୍ପୁଡିବାସୀଙ୍କୁ ବାସସ୍ଥଳ ଭାବେ ଆବଣ୍ଟନ କରା ନ ଯାଇ ମାର୍କେଟ କମ୍ପ୍ଲେକ୍ସ ପାଲଟିଛି। ଟ୍ରାନ୍‌ଜିଟ ହାଉସର ଗ୍ରାଉଣ୍ଡ ଫ୍ଲୋରରେ କେତେଜଣ ଧନୀ ଶ୍ରେଣୀର ଲୋକଙ୍କଠାରୁ ବ୍ୟାପକ ଅର୍ଥ ଆଦାୟ କରାଯାଇ ସେମାନଙ୍କୁ ଅବସ୍ଥାପିତ କରାଯାଇଛି। ଫଳରେ ଏହି ସମୁଦାୟ ଟଙ୍କା ଉଦ୍ଦେଶ୍ୟ ବିହୀନ( ଇନ୍‌ଆଡ୍‌ମିସିବୁଲ ପରପୋଜ)ଭାବେ ଖର୍ଚ୍ଚ ହୋଇଛି ବୋଲି ସିଏଜି ଅଡିଟ ରିପୋର୍ଟରେ ଦର୍ଶାଯାଇଥିଲା। ଏନେଇ ଓଡିଶା ଅର୍ବାନ ହାଉସିଂ ମିଶନ(ଓୟୁଏଚ୍‌ଏମ୍‌) ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ୪.୧୪ କୋଟି ଟଙ୍କା ଫେରସ୍ତ କରିବାକୁ ଯାଜପୁର ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସିଏଜି ରିପୋର୍ଟ ଓ ତଦନ୍ତ ପ୍ରକ୍ରିୟା ଦବିଯାଇଥିଲା। ଏଭଳି ଦୁର୍ନୀତି ଯୋଗୁ ସହରାଞ୍ଚଳରେ ଏବେ ବି ଲକ୍ଷାଧିକ ଲୋକଙ୍କୁ ପକ୍କାଘର ମିଳି ପାରିନାହିଁ ବୋଲି ମତପ୍ରକାଶ ପାଇଛି।

-ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri