ପକ୍କାଘର ଅପେକ୍ଷାରେ ୧.୨୪ ଲକ୍ଷ ହିତାଧିକାରୀ

ଯାଜପୁର ଅଫିସ,୨୪ା୩: ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରୁ ଅଦ୍ୟାବଧି ୧,୨୪,୦୪୧ ଜଣଙ୍କ ମୁଣ୍ଡ ଉପରେ ଛାତ ନାହିଁ। ସେମାନଙ୍କ ମଧ୍ୟରେ ୨୩,୩୪୫ ଜଣ ଅନୁସୂଚିତ ଜନଜାତି(ଏସ୍‌ଟି), ୨୨,୨୫୨ ଜଣ ଅନୁସୂଚିତ ଜାତି(ଏସ୍‌ସି) ଓ ୩୩,୩୨୭ ଜଣ ଅର୍ଥନୈତିକ ଦୁର୍ବଳ ବର୍ଗର ଲୋକ ଅଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ବାସଗୃହ ଯୋଗାଇଦେବା ବାବଦରେ ୨୦୧୦ରୁ ଅଦ୍ୟାବଧି ୨୦୩୬.୪୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅଥଚ ସହରାଞ୍ଚଳର ସମସ୍ତ ଗରିବ, ନିରୀହ, ଝୁମ୍ପୁଡିବାସୀଙ୍କୁ ଏ ଯାଏ ପକ୍କା ଘର ଯୋଗାଇ ଦେବାରେ ସରକାର ବିଫଳ ହୋଇଛନ୍ତି। ଚଳିତ ବିଧାନସଭାରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦାଖଲ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ୨୦୨୧ ସୁଦ୍ଧା ସହରାଞ୍ଚଳରେ ସମସ୍ତ ଝୁମ୍ପୁଡିବାସୀଙ୍କୁ ପକ୍କାଘର ଯୋଗାଇ ଦେବାକୁ ଦିଆଯାଇଥିବା ପ୍ରତିଶ୍ରୁତି ଫମ୍ପା ମାଠିଆ ସଦୃଶ ହୋଇଛି। ଏହାବାଦ୍‌ ବାସଗୃହ ଯୋଗାଇ ଦେବାରେ କେତେକ ସହରାଞ୍ଚଳରେ ବ୍ୟାପକ ଅନିୟମିତତା ହେଉଛି। ହାତଗୁଞ୍ଜା ନ ଦେଲେ ଘର ମିଳୁ ନ ଥିବା ଅଭିଯୋଗ ହୋଇଛି।
ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଓ ଝୁମ୍ପୁଡିବାସୀଙ୍କ ଜୀବନଧାରଣମାନ ଉନ୍ନତି ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୯ରୁ ବିଭିନ୍ନ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ୨୦୦୯-୨୦୧୫ ମଧ୍ୟରେ ବେସିକ ସର୍ଭିସ ଟୁ ଅର୍ବାନ ପୁଅର ଯୋଜନାରେ ୧,୭୭୮ଟି ଗୃହ ଯୋଗାଇ ଦିଆଯାଇଛି। ଏଥିରେ ଭୁବନେଶ୍ୱର ଓ ପୁରୀ ସହରାଞ୍ଚଳକୁ ସାମିଲ କରାଯାଇ ୪୬.୭୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ୨୦୦୯ରୁ ୨୦୧୫ ମଧ୍ୟରେ ଇଣ୍ଟିଗ୍ରେଟେଡ ହାଉସିଂ ଆଣ୍ଡ ସ୍ଲମ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମରେ ୧୧,୨୯୬ଟି ଘର ଯୋଗାଇ ଦେବା ବାବଦରେ ୧୭୧.୭୨ କୋଟି ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ଅନୁଗୋଳ, ତାଳଚେର, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗୀର, ପାଟଣାଗଡ଼, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ବ୍ରହ୍ମପୁର, ଯାଜପୁର, ବ୍ୟାସନଗର, ବ୍ରଜରାଜନଗର, ଝାରସୁଗୁଡ଼ା, ଭବାନୀପାଟଣା, କେନ୍ଦ୍ରାପଡ଼ା, ଜଟଣୀ, ଖୋର୍ଦ୍ଧା, ଯୋଡ଼ା, ଜୟପୁର, ମାଲକାନଗିରି, ବାରିପଦା, ନୟାଗଡ଼, ନବରଙ୍ଗପୁର, ଖରିଆର ରୋଡ଼, ଫୁଲବାଣୀ, ସମ୍ବଲପୁର, କୁଚିଣ୍ଡା, ସୋନପୁର, ବୀରମିତ୍ରପୁର, ରାଉରକେଲା, ବୌଦ୍ଧଗଡ଼ ଓ ଜଗତ୍‌ସିଂହପୁର ସହରାଞ୍ଚଳକୁ ସାମିଲ କରାଯାଇଥିଲା। ୨୦୧୩ରୁ ୨୦୨୨ ମଧ୍ୟରେ ରାଜୀବ ଆବାସ ଯୋଜନାରେ ୪,୭୭୩ଟି ବାସଗୃହ ଯୋଗାଇବା ପାଇଁ ୩୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଯାଜପୁର ଜିଲାକୁ ସାମିଲ କରାଯାଇଛି। ୨୦୧୫ ରୁ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳରେ ୬୧,୦୯୧ଟି ବାସଗୃହ ସ୍ବଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଇଛି। ଏଥିପାଇଁ ୧୪୫୯ କୋଟି ଖର୍ଚ୍ଚ ହୋଇଛି। ଅବଶିଷ୍ଟ ଲୋକମାନଙ୍କୁ ଘର ଯୋଗାଇ ଦେବାକୁ ସରକାର ସହରାଞ୍ଚଳୱାରି(ପୌରାଞ୍ଚଳ) ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିପାଇଁ ଚଳିତ ବଜେଟ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୧୭.୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଗରିବ ଲୋକଙ୍କ ସରଳତାର ସୁଯୋଗ ନେଇ ବାସଗୃହ ଯୋଗାଇଦେବାରେ ବହୁ ଚଞ୍ଚକତା ଓ ଅନିୟମିତତା ହୋଇଥିବା ପୂର୍ବରୁ ନଜିର ରହିଛି। ରାଜୀବ ଆବାସ ଯୋଜନାରେ ଯାଜପୁର ପୌରାଞ୍ଚଳକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ୨୦୧୮ ଜୁଲାଇରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଅଫ୍‌ ଇଣ୍ଡିଆର ତଦନ୍ତ ରିପୋଟରେ ହିତାଧିକାରୀ ଚୟନରେ ପାତରଅନ୍ତର ହୋଇଥିବା ଦର୍ଶାଯାଇଥିଲା। ସିଏଜି ରିପୋର୍ଟକୁ ଭିତ୍ତିକରି ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ପେଶିଆଲ ଡ୍ୟୁଟି ଅଧିକାରୀ ବିଜୟଲକ୍ଷ୍ମୀ ଜେନା ୧୭ା୭ା୨୦୧୮ରେ ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଜବାବ ତଲବ କରିଥିଲେ। ସେତେବେଳେ ଏହି ଯୋଜନାରେ ଯାଜପୁର ପୌର ପରିଷଦରେ ୧୫୯୭ ଟି ଘର ମଞ୍ଜୁର ହୋଇଥିଲା। ଏଥିପାଇଁ ୩୧.୩୧ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା। ସିଏଜି ପକ୍ଷରୁ ହୋଇଥିବା ତଦନ୍ତରେ ୪୮ଟି ଘର ଝୁମ୍ପୁଡିବାସୀଙ୍କ ମଧ୍ୟରେ ଆବଣ୍ଟିତ ହୋଇ ନ ଥିଲା। ଏହାକୁ କେତେଜଣ ରାଜନୈତିକ ପ୍ରଭାବଶାଳୀ ଥିଲାବାଲା ଲୋକ ହାତେଇ ନେଇଥିଲେ। ଏହାବାଦ୍‌ ୨୪ ଜଣଙ୍କ ଜମି ନାହିଁ। ନଅରପଦାର ଜଣେ ହିତାଧିକାରୀ ଦୁଇ ଦୁଇଟି ଘର ପାଇଛନ୍ତି, ଯାହାର କ୍ରମିକ ନମ୍ବର ୧୪ ଓ ୩୯ ବୋଲି ଅଡିଟ ରିପୋର୍ଟରେ ଦର୍ଶାଯାଇଥିଲା। ଏହି ୭୩ଟି ଘର ମାମଲାରେ ପ୍ରାୟ ୨.୩୯ କୋଟି ଟଙ୍କାର ଅନିୟମିତତା ହୋଇଥିଲା। ଏହିବାଦ ୧୦୪ ଜଣ ଝୁମ୍ପୁଡିବାସୀଙ୍କ ଥଇଥାନ ରାଜୀବ ଆବାସ ଯୋଜନାର ସୁଧ ବାବଦ ଟଙ୍କା ମିଶାଇ ୪.୧୪ କୋଟି ଟଙ୍କା ବ୍ୟୟରେ ଟ୍ରାନଜିଟ ହାଉସ ନିର୍ମାଣ ହେଲା। ହେଲେ ସେହି ଟ୍ରାନ୍‌ଜିଟ ହାଉସ ୧୦୪ ଝୁମ୍ପୁଡିବାସୀଙ୍କୁ ବାସସ୍ଥଳ ଭାବେ ଆବଣ୍ଟନ କରା ନ ଯାଇ ମାର୍କେଟ କମ୍ପ୍ଲେକ୍ସ ପାଲଟିଛି। ଟ୍ରାନ୍‌ଜିଟ ହାଉସର ଗ୍ରାଉଣ୍ଡ ଫ୍ଲୋରରେ କେତେଜଣ ଧନୀ ଶ୍ରେଣୀର ଲୋକଙ୍କଠାରୁ ବ୍ୟାପକ ଅର୍ଥ ଆଦାୟ କରାଯାଇ ସେମାନଙ୍କୁ ଅବସ୍ଥାପିତ କରାଯାଇଛି। ଫଳରେ ଏହି ସମୁଦାୟ ଟଙ୍କା ଉଦ୍ଦେଶ୍ୟ ବିହୀନ( ଇନ୍‌ଆଡ୍‌ମିସିବୁଲ ପରପୋଜ)ଭାବେ ଖର୍ଚ୍ଚ ହୋଇଛି ବୋଲି ସିଏଜି ଅଡିଟ ରିପୋର୍ଟରେ ଦର୍ଶାଯାଇଥିଲା। ଏନେଇ ଓଡିଶା ଅର୍ବାନ ହାଉସିଂ ମିଶନ(ଓୟୁଏଚ୍‌ଏମ୍‌) ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ୪.୧୪ କୋଟି ଟଙ୍କା ଫେରସ୍ତ କରିବାକୁ ଯାଜପୁର ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସିଏଜି ରିପୋର୍ଟ ଓ ତଦନ୍ତ ପ୍ରକ୍ରିୟା ଦବିଯାଇଥିଲା। ଏଭଳି ଦୁର୍ନୀତି ଯୋଗୁ ସହରାଞ୍ଚଳରେ ଏବେ ବି ଲକ୍ଷାଧିକ ଲୋକଙ୍କୁ ପକ୍କାଘର ମିଳି ପାରିନାହିଁ ବୋଲି ମତପ୍ରକାଶ ପାଇଛି।

-ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?