୨୦୨୦ରେ ଯାଇଛି ୧.୨୦ ଲକ୍ଷ ଜୀବନ

ନୂଆଦିଲ୍ଲୀ, ୨୦।୯(ପି.ଟି.): ଗତବର୍ଷ କୋଭିଡ୍‌-୧୯ ଲକ୍‌ଡାଉନ ସତ୍ତ୍ୱେ ସଡ଼କ ଦୁର୍ଘଟଣା ଜନିତ କାରଣରୁ ଦେଶରେ ୧.୨୦ ଲକ୍ଷ ଲୋକଙ୍କ ଜୀବନ ଯାଇଛି, ଅର୍ଥାତ ଦିନକୁ ହାରାହାରି ୩୨୮ ଜଣଙ୍କ ମୃତ୍ୟୁ ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ ଗତ ୩ ବର୍ଷରେ ମୋଟ ୩.୯୨ ଲକ୍ଷ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ପ୍ରକାଶିତ ୨୦୨୦ର କ୍ରାଇମ୍‌ ଇଣ୍ଡିଆ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୧୯ରେ ୧.୩୬ ଲକ୍ଷ ଏବଂ ୨୦୧୮ରେ ୧.୩୫ ଲକ୍ଷ ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ୨୦୧୮ରୁ ୩ ବର୍ଷରେ ମୋଟ ୧.୩୫ ଲକ୍ଷ ହିଟ୍‌ ଆଣ୍ଡ ରନ୍‌ ମାମଲା ରୁଜୁ ହୋଇଛି। ଗତବର୍ଷ ୪୧,୧୯୬ ହିଟ୍‌ ଆଣ୍ଡ ରନ୍‌ ମାମଲା ହୋଇଥିବାବେଳେ ୨୦୧୯ରେ ୪୭,୫୦୪ ଏବଂ ୨୦୧୮ରେ ୪୭,୦୨୮ଟି ଏଭଳି ମାମଲା ରୁଜୁ ହୋଇଥିବା ଏନ୍‌ସିଆରବି ରିପୋର୍ଟରୁ ଜଣାପଡ଼ିଛି। ବେପରୁଆ ଗାଡ଼ି ଚଳାଇ ଅନ୍ୟକୁ ଆଘାତ ଦେବା ଅଭିଯୋଗରେ ଗତବର୍ଷ ୧.୩୦ ଲକ୍ଷ ମାମଲା ରୁଜୁ ହୋଇଛି, ଯାହାକି ୨୦୧୯ରେ ୧.୬୦ ଲକ୍ଷ ଏବଂ ୨୦୧୮ରେ ୧.୬୬ ଲକ୍ଷ ଥିଲା। ୩ ବର୍ଷରେ ଗୁରୁତର ଆହତ ଘଟଣା ଯଥାକ୍ରମେ ୮୫,୯୨୦, ୧.୧୨ ଲକ୍ଷ ଏବଂ ୧.୦୮ ଲକ୍ଷ ରହିଛି।
ରେଳ ଦୁର୍ଘଟଣାରେ ୫୨ ଜଣଙ୍କ ମୃତ୍ୟୁ ହୋଇଛି, ଯାହାକି ୨୦୧୯ରେ ୫୫ ଏବଂ ୨୦୧୮ରେ ୩୫ ଥିଲା। ଚିକିତ୍ସା ଅବହେଳାଜନିତ ମୃତ୍ୟୁକୁ ନେଇ ଗତବର୍ଷ ୧୩୩ ମାମଲା ରୁଜୁ ହୋଇଛି, ଯାହାକି ୨୦୧୯ରେ ୨୦୧ ଏବଂ ୨୦୧୮ରେ ୨୧୮ ଥିଲା। ଅନ୍ୟାନ୍ୟ ଅବହେଳା କାରଣରୁ ୨୦୨୦ରେ ଅନ୍ୟ ୬,୩୬୭ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ରେ ଏଭଳି ମୃତ୍ୟୁସଂଖ୍ୟା ୭,୯୧୨ ଏବଂ ୨୦୧୮ରେ ୮,୬୮୭ ଥିଲା। ଗତବର୍ଷ ମାର୍ଚ୍ଚ ୨୫ରୁ ମେ’ ୩୧ ପର୍ଯ୍ୟନ୍ତ ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଥିବାରୁ ଗାଡ଼ିମୋଟର ଚଳାଚଳ ଯଥେଷ୍ଟ କମ୍‌ ଥିଲା। ସେଥିପାଇଁ ମହିଳା, ଶିଶୁ, ବରିଷ୍ଠ ନାଗରିକଙ୍କ ପ୍ରତି ଅପରାଧ ମାମଲା କମ୍‌ ଥିଲା। ସେହିପରି ଚୋରି, ଡକାୟତି ମାମଲା ମଧ୍ୟ କମିଥିଲା। ତେବେ କୋଭିଡ୍‌ କଟକଣା ଅବମାନନା କରିବା ନେଇ ଅଧିକ ମାମଲା ରୁଜୁ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri