Posted inଫୁରସତ

୩୦ ବର୍ଷରେ ୧.୧ ନିୟୁତ ମୃତ

ଓ୍ବାଶିଂଟନ: ବିପଦରେ ସାମୁଦ୍ରିକ କଇଁଛଙ୍କ ସ୍ଥିତି। ଦୀର୍ଘ ୩୦ ବର୍ଷ ମଧ୍ୟରେ ପାଖାପାଖି ୧.୧ ମିଲିୟନ୍‌ କଇଁଛଙ୍କ ମୃତ୍ୟୁ ହୋଇଥିବା ଆରିଜୋନା ଷ୍ଟେଟ୍‌ ୟୁନିଭର୍ସିଟି (ଏଏସ୍‌ୟୁ) ବୈଜ୍ଞାନିକ ଦାବି କରିଛନ୍ତି। ୧୯୯୦ରୁ ୨୦୨୦ ପର୍ଯ୍ୟନ୍ତ ସାମୁଦ୍ରିକ କଇଁଛମାନଙ୍କ ଉପରେ ୟୁନିଭର୍ସିଟି ସାଇଣ୍ଟିଷ୍ଟମାନେ ଅଧ୍ୟୟନ ଜାରି ରଖିଥିଲେ। ଏ ନେଇ ଗ୍ଲୋବାଲ୍‌ ଚେଞ୍ଜ ବାୟୋଲୋଜିରେ ପ୍ରକାଶ ପାଇଥିବା ଖବର ଅନୁସାରେ ପ୍ରତିବର୍ଷ ୬୫ଟି ଦେଶରେ ୪୪ ହଜାର କଇଁଛ ମନୁଷ୍ୟକୃତ ଅତ୍ୟାଚାରର ଶିକାର ହେଉଛନ୍ତି। ଅନ୍ୟ ଦେଶ ତୁଳନାରେ ଏହି ଦେଶଗୁଡ଼ିକରେ ଅଧିକ ସଂଖ୍ୟାରେ ସାମୁଦ୍ରିକ କଇଁଛ ବସବାସ କରନ୍ତି। କିଛି ସ୍ଥାନରେ କଇଁଛ ଚୋରା ଚାଲାଣ ମଧ୍ୟ ବୃଦ୍ଧି ପାଇଛି। ବିଭିନ୍ନ ଦେଶରେ କଇଁଛଙ୍କୁ ନେଇ କରାଯାଉଥିବା ବେଆଇନ କାର୍ଯ୍ୟକଳାପକୁ ରୋକାଯିବାର ଆବଶ୍ୟକତା ଥିବା ଏଏସ୍‌ୟୁର ସହକାରୀ ପ୍ରଫେସର୍‌ ଜେସ୍‌ ସେଙ୍କୋ କହିଛନ୍ତି।
ମୁଖ୍ୟତଃ ମାଂସ ପାଇଁ କଇଁଛ ଶିକାର କରାଯାଉଥିଲା। କିନ୍ତୁ ଏହା ବ୍ୟତୀତ କଇଁଛଙ୍କ ଶରୀରରୁ ବିଭିନ୍ନ ପ୍ରକାର ଅଳଙ୍କାର, ଔଷଧ ସାଙ୍ଗକୁ ଏହାର ସେଲ୍‌ ବା ଖୋଳରୁ ମାନବନିର୍ମିତ କଳାକୃତିର ଚାହିଦା ବଢ଼ିବା କାରଣରୁ କଇଁଛଙ୍କ ଶିକାର ଦିନକୁ ଦିନ ବଢ଼ିବା ସହ ଅବୈଧ ଚାଲାଣ ମଧ୍ୟ ଅଧିକ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଗାର୍ଡିଆନ୍‌ରେ ପ୍ରକାଶ ପାଇଥିବା ଖବର ଅନୁସାରେ କଇଁଛ ଶିକାର ଓ ବେଆଇନ୍‌ ଚୋରା ଚାଲାଣରୁ ବାର୍ଷିକ ୨୩ ବିଲିୟନ୍‌ ଡଲାର ଆୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri